Odisha news

ବିନା ମୋଜାରେ କଦାପି ପିନ୍ଧନ୍ତୁ ନାହିଁ ଜୋତା, ହୋଇପାରେ ବଡ଼ ସମସ୍ୟା

0

ଆମେ ପ୍ରାୟ ଅନେକ ଲୋକଙ୍କୁ ଦେଖିବାକୁ ପାଇଥାଉ ଯେ ବିନା ମୋଜାରେ ଜୋତା ପିନ୍ଧି ଥାଆନ୍ତି l ଏହା ପ୍ରାୟ ଆଜିକାଲି ଟ୍ରେଡିଂ ଚାଲିଛି l ବିନା ମୋଜା ରେ ଜୋତା ପିନ୍ଧିବା ଗୋଟିଏ ନୂଆ ଟ୍ରେଡିଂ ଚାଲିଛି l ଯାହାକି ସ୍ୱାସ୍ଥ୍ୟ ପକ୍ଷରେ ଖୁବ ହାନିକାରକ l

ଆସନ୍ତୁ ଜାଣିବା ବିନା ମୋଜାରେ କାହିଁକି ଜୋତା ପିନ୍ଧିବା ଉଚିତ ନୁହେଁ -:

– ଗବେଷଣାରୁ ଜଣା ପଡିଛି ଯେ ଗୋଟିଏ ମଣିଷ ଶରୀରରୁ ଦିନକୁ ୩୦୦ ମିଲିଲିଟର ଝାଳ ବାହାରିଥାଏ l ସେହିଭଳି ପଦରୁ ମଧ୍ୟ ଖୁବ ଝାଳ ବାହାରିଥାଏ l କିନ୍ତୁ ମୋଜା ନପିନ୍ଧିବା ଦ୍ୱାରା ସେହି ଝାଳ ଦ୍ୱାରା ପାଦରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ ଓ ବିଭିନ୍ନ ସଂକ୍ରମଣ ସୃଷ୍ଟି ହୁଏ l

– କିଛି ଜୋତା ସିନ୍ଥେଟିକ ଲେଦର ର ହୋଇଥାଏ l ସେଭଳି ଜୋତାରେ ସମସ୍ତ ଆବର୍ଜନା ଲାଗି ରହିଥାଏ l ଏହିସବୁ ଆବର୍ଜନା ଲାଗି ରହିବା ଦ୍ୱାରା ପାଦରେ ବିଭିନ୍ନ ସଂକ୍ରମଣ ସୃଷ୍ଟି ହୋଇଥାଏ l ତେଣୁ ଏଭଳି ଜୋତା ପିନ୍ଧନ୍ତୁ ନାହିଁ ଯଦି ବି ପିନ୍ଧୁଛନ୍ତି ତା ଭିତରେ ମୋଜା ପିନ୍ଧିବା ଆବଶ୍ୟକ l

– ଆପଣ ଯଦି ପାଦରେ ମୋଜା ନପିନ୍ଧି ଜୋତା ପିନ୍ଧୁଛନ୍ତି ତେବେ ଆପଣଙ୍କ ପାଦରେ ବ୍ଲଡ଼ ଶେର୍କୁଲେସନ ଠିକ ଭାବରେ ହୋଇନଥାଏ l ତେଣୁ ଆପଣ ଅଧିକ ଟାଇଟ ଜୋତା ନପିନ୍ଧି ଟିକେ ଢିଲା ପିନ୍ଧନ୍ତୁ ଏବଂ ଭିତରେ ମୋଜା ପିନ୍ଧିବା ଜରୁରୀ l

– ବର୍ଷାଋତୁରେ ବିଶେଷ ଭାବରେ ଜୋତାରେ ମୋଜା ପିନ୍ଧିବା ଆବଶ୍ୟକ l ନଚେତ ଏହା ଶରୀର ପାଇଁ ଠିକ ନୁହେଁ l କାରଣ ବର୍ଷାଋତୁରେ ବାହାରକୁ ଗଲା ବେଳେ ଆବର୍ଜନା ଜଳ ଜୋତାରେ ପସିଥାଏ ଓ ନଖ ସନ୍ଧିରେ ପଶି କଣନଖା ହେବାର ସମସ୍ୟା ସୃଷ୍ଟି କରେ l

Leave A Reply