Odisha news

ଘରର ଏହିସବୁ ସ୍ଥାନରେ ଜୋତା ଆଦୌ ପିନ୍ଧନ୍ତୁ ନାହିଁ ହୋଇଯିବ ବଡ଼ ଅନର୍ଥ

0
ଅନେକ ସମୟରେ ଆମେ ଜ୍ଞାନ ଅଭାବରୁ କିଛି ଏପରି କାର୍ଯ୍ୟ କରିଥାଉ ଯାହା ଆମର ଜୀବନ ଉପରେ ଖରାପ୍ ପ୍ରଭାବ ପକାଇ ଥାଏ । ଯାହାଦ୍ଵାରା ଆମେ ଚିନ୍ତାରେ ରହି ଏହାର ଉପାୟ ଖୋଜି ଥାଉ । ତେଣୁ ଆଜି ଆସନ୍ତୁ ଜାଣିବା ଘରର କେଉଁ ସବୁ ସ୍ଥାନରେ ଜୋତା ରଖିବା ଉଚିତ୍ ନୁହେଁ ।
* ଆମେ ଯେବେ ଘର ବାହାରକୁ ଯାଇ ଥାଉ ଜୋତା ପିନ୍ଧି ଯାଇ ଥାଉ । ଯେତେବେଳେ ଆମେ ଘର ଭିତରକୁ ଆସୁ ସେହି ଜୋତା କୁ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ଖୋଲି ରଖିଦେବା ଆବଶ୍ୟକ । ନଚେତ୍ ଘରକୁ ନକାରାତ୍ମକ ଶକ୍ତି ଆସିବ ।
* କଦାପି ଷ୍ଟୋର ରୁମକୁ ଜୋତା ପିନ୍ଧି ଯିବା ଉଚିତ୍ ନୁହେଁ । ଷ୍ଟୋର ରୁମ ର ସମ୍ବନ୍ଧ ବାସ୍ତୁ ଶାସ୍ତ୍ରରେ ଭୋଜନ ର ମୁଖ୍ୟ ସ୍ଥଳ ଅଟେ ।
* ଆମେ ଯେଉଁ ସ୍ଥାନରେ ନିଜର ଧନ ରଖିଛୁ ସେଠାକୁ କଦାପି ଜୋତା ପିନ୍ଧି ଯିବା ଉଚିତ୍ ନୁହେଁ । କାରଣ କୁହାଯାଏ ଯେ ଏହାଦ୍ବାରା ଧନ ହ୍ରାସ ହୋଇଥାଏ ।
* ଯେଉଁ ଚପଲ କୁ ଆପଣ ଗାଧୁଆ ଘରକୁ ପିନ୍ଧି ଯାଇଥାଉ ତାହାକୁ ପିନ୍ଧି କଦାପି ଘରେ ଚଳ ପ୍ରଚଳ ହେବା ଉଚିତ୍ ନୁହେଁ । କାରଣ ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ଘରେ ପ୍ରବାହିତ ହୋଇଥାଏ ।
* ଯଦି ଆପଣ ନିଜ ଘର ଅଗଣା ରେ ତୁଳସୀ ଚଉରା ରଖିଛନ୍ତି ତେବେ କଦାପି ଅଗଣାରେ ଚପଲ ପିନ୍ଧି କାରବାର କରନ୍ତୁ ନାହିଁ । ଏହାଦ୍ବାରା ନକାରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ ।
Nalco
Leave A Reply