Odisha news

ବିଶେଷଜ୍ଞଙ୍କ ମତ ହୋଇ ଯାଆନ୍ତୁ ସତର୍କ : ସ୍ମାର୍ଟ୍ ଫୋନ୍ ରେ ବ୍ୟାପି ପାରେ COVID -୧୯, ଏପରି ରଖନ୍ତୁ ନିଜକୁ ସୁରକ୍ଷିତ

0
କୋଭିଡ୍ ମହାମାରୀ ର ନୂଆ ଭାରିଏଣ୍ଟ ଓମିକ୍ରାନ୍ ଦୃତ ଗତିରେ ବୃଦ୍ଧି ପାଉଛି । ଯେଉଁ କାରଣରୁ ଏହି ମହାମାରୀ ଗୋଟିଏ ବିପଦପୂର୍ଣ୍ଣ ଅବସ୍ଥାରେ ପହଂଚି ଯାଇଚି । ଏଥିପାଇଁ ଏହା ଜରୁରୀ ଅଟେ ଯେ ଆପଣ ନିଜକୁ ସୁସ୍ଥ ରଖିବା ପାଇଁ ନିଜକୁ ସୁରକ୍ଷିତ ରଖନ୍ତୁ । ଆପଣ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟରୁ ଗୋଟିଏ ହେଲା ଆପଣଙ୍କ ମୋବାଇଲ । ହାତ ସହିତ ମୋବାଇଲ ସଫା ଓ ସୁରକ୍ଷିତ ରହିବା ମଧ୍ୟ ନିହାତି ଜରୁରୀ । କିନ୍ତୁ ଏହି ସ୍ମାର୍ଟ ଫୋନ୍ କୁ ବ୍ୟବହାର କରିବା ସମୟରେ କିଛିଟା ସତର୍କ ଉପାୟ ଗ୍ରହଣ କରନ୍ତୁ ।
* ତେଣୁ ଆମ ସମସ୍ତଙ୍କୁ ନିୟମିତ ନିଜ ଫୋନ୍ କୁ ସାନିଟାଇଜ କରିବା ଉଚିତ୍ ।
* ସାନିଟାଇଜ କରିବା ପୂର୍ବରୁ ଆପଣ ନିଜ ହାତକୁ ପ୍ରଥମେ ସାନିଟାଇଜ କରନ୍ତୁ । ଏହାପରେ ଖଣ୍ଡିଏ ତୁଳା ରେ ସାନିଟାଇଜର ନେଇ ନିଜ ଫୋନ୍ କୁ ପୋଛନ୍ତୁ ।
* ସାନିଟାଇଜର ଫୋନ୍ ରେ ଲଗାଇବା ସମୟରେ ଫୋନ୍ କୁ ଅଫ କରି ଦିଅନ୍ତୁ ନଚେତ୍ ଫୋନ୍ ଉପରେ ଖରାପ୍ ପ୍ରଭାବ ପଡିଥାଏ ।
* ପ୍ରତିଦିନ ଶୋଇବା ପୁର୍ବରୁ ଉଷୁମ୍ ପାଣି ରେ ସ୍ନାନ କରି ଶୋଇ ପଡନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀରର ସମସ୍ତ ଜୀବାଣୁ ବାହାରି ଯାଇଥାଏ ।
* ପ୍ରତିଦିନ ଘରକୁ ଫେରିବା ପରେ ତୁରନ୍ତ ଫେସ୍ ମାସ୍କ ଖୋଲି ଦିଅନ୍ତୁ ନାହିଁ । ଏପରି କଲେ ଆପଣଙ୍କ ନିକଟ ସମ୍ପର୍କୀୟ ଙ୍କୁ କୋଭିଡ ହେବାର ସମ୍ଭାବନା ରହିଥାଏ ।
* ଯଦି ଆପଣ ରୁମାଲ ବ୍ୟବହାର କରୁଛନ୍ତି ତେବେ ପ୍ୟାଣ୍ଟ୍ ପକେଟ୍ ର ଯେଉଁ ପଟେ ଫୋନ୍ ରଖିଛନ୍ତି ସେହି ପଟେ ଫୋନ୍ ରଖନ୍ତୁ ନାହିଁ । କାରଣ ରୁମାଲ ସାହାଯ୍ୟରେ କୋଭିଡ୍ ବ୍ୟାପିବାର ଅଧିକ ସମ୍ଭାବନା ରହିଥାଏ ।
Leave A Reply

Your email address will not be published.