ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱ ପୁର୍ଣ ରାୟ : କୋଣାର୍କ ସୂର୍ଯ୍ୟ ମନ୍ଦିର ଫଟୋଗ୍ରାଫର ୨୫୦୦୦ ବଦଳରେ ୫୦୦୦ ଦେବାକୁ ନିର୍ଦେଶ
କୋଣାର୍କ::- ୨୩/୧ ବିଶ୍ୱଐତିହ କୋଣାର୍କ ସୂର୍ଯ୍ୟମନ୍ଦିର ଭିତରେ ଫଟୋ ଉଠାଉଥିବା ଫୋଟୋଗ୍ରାଫର ଲାଇସେନ୍ସ ଫିସ ବାବତରେ ଜଣ ପିଛା ୨୫୦୦୦ ବଦଳରେ ଏଣିକି ୫୦୦୦ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।ପ୍ରତ୍ନତତ୍ତ୍ୱ କର୍ତ୍ତୃପକ୍ଷ ଫୋଟୋଗ୍ରାଫର ମାନଙ୍କୁ ସୂର୍ଯ୍ୟ ମନ୍ଦିର ଭିତରକୁ ପ୍ରଵେଶ କରି ଜୀବିକା ନିର୍ବାହ ପାଇଁ ନିଜ ପେଶା ଜାରିରଖିବା କାର୍ଯ୍ୟରେ କୌଣସି ରୋକ ଲଗାଇ ପାରିବେ ନାହିଁ ବୋଲି କୋର୍ଟ ପକ୍ଷରୁ ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇଛି।
ଘଟଣାରୁ ପ୍ରକାଶ ଯେ, ପ୍ରତ୍ନତତ୍ତ୍ୱ ଆଇନ ୧୯୫୮ ଓ ଏହାର ଅଧିନିୟମ କୁ ସଂଶୋଧନ କରାଯାଇ ସୂର୍ଯ୍ୟ ମନ୍ଦିର ଭିତରକୁ ଫୋଟୋଗ୍ରାଫର ମାନଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିଲା। ଏବଂ ଫୋଟୋଗ୍ରାଫର ମାନେ ଜଣ ପିଛା ୨୫୦୦୦ ଟଙ୍କା ଲାଇସେନ୍ସ ଫିସ ଦାଖଲ କରିବାକୁ ନିୟମ ଅଣାଯାଇଥିଲା।ଏହି ଲାଇସେନ୍ସ ଫୀସ ଖୁବ ବେଶୀ ହୋଇଥିବାର ପ୍ରତିବାଦ କରି ମା ଭଗବତୀ ଫୋଟୋଗ୍ରାଫର ସଙ୍ଘର ଫୋଟୋଗ୍ରାଫର ମାନେ ବାରମ୍ବାର କର୍ତ୍ତୃପକ୍ଷ ଙ୍କ ନିକଟକୁ ଦଉଡି ଦଉଡି କୌଣସି ସୁଫଳ ମିଳିନଥିଲା।ଶେଷରେ ଏହି ଅସନ୍ତୁଷ୍ଟ ଫୋଟୋଗ୍ରାଫର ସଙ୍ଘ ପକ୍ଷରୁ ଶୁଭେନ୍ଦ୍ର ମହାନ୍ତି ଓ ଅନ୍ୟମାନେ w.p(c) no.36331/2021 ମାଧ୍ୟମରେ ଉଚ୍ଚ ନ୍ୟାୟାଳୟ ର ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଖଣ୍ଡପୀଠ ଏହି ମୋକଦମା ର ଶୁଣାଣି କରି ଫୋଟୋଗ୍ରାଫର ମାନେ ୨୫୦୦୦ ବଦଳରେ ୫୦୦୦ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏବଂ ଫୋଟୋଗ୍ରାଫର ମାନଙ୍କ ମନ୍ଦିର ଭିତରେ ପ୍ରଵେଶ ନେଇ କୌଣସି ରୋକ ଲଗାଯିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।ଅଭିଯୋଗକାରୀଙ୍କ ପକ୍ଷରୁ କୋଣାର୍କ ଓକିଲ ସଂଘ ସଭାପତି ଆଇନଜୀବୀ ଶ୍ରୀଜୟ ବରାଳ ଓ ଶିବସଙ୍କର ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ।ଉଚ୍ଚ ନ୍ୟାୟାଳୟ ର ଏହି ନିର୍ଦ୍ଦେଶ ଫଳରେ ଫୋଟୋଗ୍ରାଫର ମାନେ କୋଭିଡ଼ ବେଳର ଅଭାଵ କାଳରେ ଆଶ୍ୱସ୍ତ ଲାଭ କରିଛନ୍ତି।
