Odisha news

ଓମିକ୍ରାନ ଓ ଋତୁ ଜନିତ ଏଲାର୍ଜୀ ଥଣ୍ଡା ମଧ୍ୟରେ ଏହି ପାର୍ଥକ୍ୟ ରହିଛି , ଜାଣନ୍ତୁ ଏହାର ଲକ୍ଷଣ ଓ କିପରି ନିଜକୁ ରକ୍ଷା କରିବେ

0
ଦେଶରେ କରୋନା ମହାମାରୀ ର ମାମଲା ଦିନ କୁ ଦିନ ବଢ଼ିବାକୁ ଲାଗିଛି । ଏହାକୁ ନେଇ ବର୍ତ୍ତମାନ୍ ଲୋକ ମାନଙ୍କ ମଧ୍ୟରେ ଗୋଟିଏ ଆତଙ୍କ ଦେଖା ଦେଇଛି । ବର୍ତ୍ତମାନ୍ ପ୍ରାୟ ସମସ୍ତ ଙ୍କୁ ଥଣ୍ଡା କାଶ ସର୍ଦ୍ଦି ହେଉ ଥିବାର ଦେଖିବାକୁ ମିଳୁଛି । ଏହାକୁ ପ୍ରାୟ ସମସ୍ତେ କୋଭିଡ୍ ଲକ୍ଷଣ କିମ୍ବା ଇଲାର୍ଜି ଥଣ୍ଡା ବୋଲି ଭାବି ବସୁ ଛନ୍ତି ।
ଏହି ସମୟରେ ଅନେକ ଲୋକ ବୁଝି ପାରୁ ନାହାଁନ୍ତି ଏହା ଏଲାର୍ଯି ଥଣ୍ଡା ନା କୋଭିଡ୍ ଥଣ୍ଡା । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।
ଋତୁ ଜନିତ ଥଣ୍ଡା ଓ ସର୍ଦ୍ଦି – ଋତୁ ଜନିତ ସର୍ଦ୍ଦି କାଶ ସଂକ୍ରମଣ ଥଣ୍ଡା କାଶ ନୁହେଁ, ଏହା ପ୍ରଥମେ ଜାଣି ରଖନ୍ତୁ । ଏହା ଜଳବାୟୁ ପରିବର୍ତ୍ତନ ଦ୍ଵାରା ହୋଇଥାଏ । ଏହାଦ୍ବାରା ନାକ ରୁ ପାଣି ବାହାରିବା, ଛିଙ୍କ ହେବା ତଣ୍ଟି କୁଣ୍ଡେଇ ହେବା ଇତ୍ୟାଦି ଦେଖା ଦେଇଥାଏ ।
* କରୋନା ଜନିତ ଥଣ୍ଡା – ଏହା ସାଧାରଣତଃ ସେହି ଲୋକ ସଂକ୍ରମିତ ହୋଇଥାଏ ଯେଉଁ ମାନେ ନିକଟ ସମ୍ପର୍କୀୟ ହୋଇ ଥାଆନ୍ତି । ଏହାର ଅର୍ଥ ଶ୍ୱାସ ନଳୀରେ ସଂକ୍ରମଣ, କାଶ, ଶ୍ୱାସ ନେବାରେ କଷ୍ଟ , ମାଂସପେଶୀ ରେ ଯନ୍ତ୍ରଣା ଇତ୍ୟାଦି ଦେଖା ଦେଇଥାଏ ।
* କରୋନା ସମୟରେ ଶୁଖିଲା କାଶ ହୋଇଥାଏ ଓ ଋତୁ ଜନିତ ଥଣ୍ଡା ଓ କାଶ ରେ କଫ ସମସ୍ୟା ଦେଖା ଦେଇଥାଏ ।
* କରୋନା ରେ ମାଂସପେଶୀ ରେ ଯନ୍ତ୍ରଣା ହୋଇଥାଏ ଓ ଥକା ଲାଗିଥାଏ କିନ୍ତୁ ସାଧାରଣ ଥଣ୍ଡା ରେ ମାଂସପେଶୀ ଯନ୍ତ୍ରଣା ହୋଇ ନଥାଏ ।
* କରୋନା ମହାମାରୀ ସମୟରେ ଜ୍ଵର ର ଲକ୍ଷଣ ଦେଖିବାକୁ ମିଳିଥାଏ । କିନ୍ତୁ ଋତୁ ଜନିତ ଥଣ୍ଡା ରେ ଜ୍ଵର ହେବାର ସମ୍ଭାବନା ଦେଖାଯାଏ ନାହିଁ ।
– ତେଣୁ ଏହି ସବୁଥିରୁ ନିଜକୁ ରକ୍ଷା କରିବା ପାଇଁ ନିୟମିତ ରାତିରେ ଶୋଇବା ପୁର୍ବରୁ ନିଜ ପାଦ ତଳେ ସୋରିଷ ତେଲ ମାଲିଶ୍ କରନ୍ତୁ।
– ଦିନକୁ ଅତି କମ୍ ରେ ୩ଥର ଉଷୁମ୍ ପାଣି ରେ ଲୁଣ ପକାଇ ଗର୍ଗଲ କରନ୍ତୁ ।
– ନିୟମିତ ସକାଳୁ ଉଠି ମହୁ ସହିତ ଅଦା ରସ ସେବନ କରନ୍ତୁ । ଏହାଦ୍ବାରା ଗଳା କୁ ଆରାମ ମିଳିବା ସହିତ କାଶ ସମସ୍ୟା ଦୂର ହେବ ।
Leave A Reply

Your email address will not be published.