Odisha news

ଆଜି ବାଳିକା ଦିବସ : ଆସନ୍ତୁ ଜାଣିବା ବାଳିକା ଦିବସ କାହିଁକି ପାଳନ କରାଯାଏ

0
ଆପଣ ମାନେ ଜାଣିଥିବେ ଦଶହରା ଅର୍ଥାତ ଦୁର୍ଗା ପୂଜା ପୂର୍ବ ଦିନ ପୀଠ ରେ “କୁମାରି” ମାନଙ୍କୁ ନିଷ୍ଠା ର ସହ ପୂଜା ଅର୍ଚ୍ଚନା କରାଯାଏ,ମାଙ୍କ ସ୍ୱରୂପ ଭାବି।ଏଥିରୁ ପ୍ରତିୟ୍ ମାନ୍ନ୍ ଯେ ସେଇ ଛୋଟ ଛୋଟ ବାଳିକା ମାନେ ହେଉଛନ୍ତି’ ପୁଜ୍ୟା,ନମସ୍ୟା।ସେମାନଙ୍କର ସୁରକ୍ଷା ହେଉ କି ଅଧିକାର କଥା ଚିନ୍ତା କଲା ବେଳେ ଆମେ ପ୍ରଥମେ ଗର୍ଭସ୍ତ୍ ଶିଶୁ ର୍ ଲିଙ୍ଗ ନିରୁପନ୍ ଉପରେ ରୋକ ଲଗାଇବା ଜରୁରୀ ଏବଂ କନ୍ୟା ଭୃଣ ହତ୍ୟା ଉପରେ ରୋକ ଲଗାଇବା ଜରୁରୀ। ଯଦିଓ ଏସବୁ ଆଇନର୍ ବ୍ୟବସ୍ଥା ରହିଛି କିନ୍ତୁ କଡା କଡୀ ଭାବେ କାର୍ଯ୍ୟ କାରି ହେବା ଉଚିତ।ଔପଚାରିକତା ଦୃଷ୍ଟି ରୁ ନ୍ କରି କରିବାରେ ଆନ୍ତରିକତା ରହିବା ଆବଶ୍ୟକ।ଭାରତ ହେଉ କି ଓଡିଶା ହେଉ ପୁରୁଷ ଓ ମହିଳା ଙ୍କ ଅନୁପାତ୍ ରେ ବହୁତ ତାରତମ୍ୟ୍ ଦେଖାଯାଏ ,,ଯାହାକି ରାଷ୍ଟ୍ର କି ରାଜ୍ୟ ପକ୍ଷେ ଆଦୌ ଶୁଭଙ୍କର ନୁହେଁ।ହାରାହାରି ଭାବେ ଦେଖା ଯାଇଚି,,ଯେ ପୁରୁଷ ଓ ମହିଳାଙ୍କ ର ଅନୁପାତ୍ ୧୦୦୦:୯୮୯ ରହିଛି।
କଥାରେ ଅଛି “ଜତ୍ର ନାର୍ୟସ୍ତୁ ପୁଜ୍ୟନ୍ତେ ରମନ୍ତେ ତତ୍ର ଦେବତା “,,ଅର୍ଥାତ ଯେଉଁଠି ନାରିଙ୍କୁ ପୂଜା ଅର୍ଚ୍ଚନା କରାଯାଏ ସେଇଠି ଦେବତା ମାନେ ବିହାର୍ କରନ୍ତି।କିନ୍ତୁ ଯୁଗ ବଦଳି ବାରେ ଏ ସବୁ ମଧ୍ୟ ବଦଳି ଯାଇଛି। ପୁରୁଷ ପ୍ରାଧାନ୍ୟ୍ ସମାଜ ରେ ନାରୀ ଆଜି ଅବହେଳିତ,ଲାଞ୍ଛିତ୍,ନିର୍ୟାତିତ୍।ଆମେ ସର୍ବେ ମନେ ରଖିବା ଉଚିତ ଯେ ନାରୀ ହେଉଛି ଜୟା,ଜନନୀ,ସୃଷ୍ଟି କାରିନି ଏବଂ ସର୍ବୋପରି ସଂ ହାରିନି । ସୃଷ୍ଟି ପାଲନ୍ ରେ ଯେପରି ସେ ପ୍ରଶାନ୍ତ ମୟୀ ଓ ବିଶ୍ୱ କଲ୍ୟାନି ସେପରି ସଂ ହାର୍ ବେଳେ ବି କାଳ କରାଲିଓ ଦଶ ପ୍ରହାରିନି। କିଛି କାମନାଗ୍ରସ୍ତ୍ ପୁରୁଷ ନାରୀ କୁ ଏକ ନର୍ମ୍ ସହଚରି ଓ ଭୋଗ୍ୟ୍ ବସ୍ତୁ ରୂପେ ବିଚାର୍ କରନ୍ତି ,,ଯେଉଁ ଥି ପାଇଁ ସ୍ଵର୍ଣ ଲଙ୍କା ଧ୍ବଂସ ପାଇଁ  ପାଉଁଶ ସ୍ତୁପ ରେ ପରିଣତ ହୋଇଥିଲା। ପୁରୁଷ ର ବିଚାର୍ ରେ ସେ ଅବଳା,ଦୁର୍ବଲା ଓ ଅସହୟା। ତା’ରି ପାଇଁ ବେଳେବେଳେ ସମାଜ ରେ ସହନିଭୁତି ର ଧାରା ଉଚ୍ଛଲି ଉଠି ଥାଏ ଓ ତା’ର୍ ସାମାଜିକ ସ୍ୱୀକୃତି ସମ୍ମାନ ଓ ସ୍ୱାଧୀନତା ପାଇଁ କିଛି ବୈଧନିକ୍ ବ୍ୟବସ୍ଥା କରିବାର୍ ଆବଶ୍ୟକତା ଜରୁରୀ ହୋଇ ପଡିଥାଏ।
୨୪/ଜାନୁୟାରି ଇତିହାସ୍ ପୃଷ୍ଠା ହେଉ କି ପୁରାନ୍ ପୃଷ୍ଠା ଓଲଟା ଇବା ବେଳେ ନାରୀ ମାନଙ୍କର ବିରତ୍ଵ୍ ଓ ସହସିକତା ଭଲ ଭାବରେ ବାରି ହୋଇ ପଡେ। ଦେଖିଲେ ମନେ ହେବ ଜଥାର୍ଥ୍ ରେ ସେମାନେ ହେଉଛନ୍ତି ଶକ୍ତି ସ୍ଵରୁପିନି ଜଗନ୍ମାତା ଙ୍କର ପ୍ରତିନିଧି। ଆଧୁନିକ କାଳରେ ଜ୍ଞାନ ବିଜ୍ଞାନ କ୍ଷେତ୍ର ରେ ଯେତିକି ବିକାଶ ଘଟୁଛି,ସମାଜ ରେ ନାରୀ ମାନଙ୍କୁ ସେତିକି ଅଧିକା ନିର୍ୟତନା ଭୋଗୀ ବାକୁ ପଡୁଛି।ସମାଜ ରେ ଧର୍ଷଣ,ଯୌତୁକ ଜନିତ ନିର୍ୟାତନା ଓ ହତ୍ୟା ,ଲାଞ୍ଛନା ର କାହାଣୀ ଯେତିକି ଲମ୍ବା ସେତିକି କରୁନ,ସେତିକି ବିଭଚ୍ଛ। ସମାଜ ରେ ନିମ୍ନ ବିତ୍ତ୍ ପରିବାର ,ମଧ୍ୟ ବିତ୍ତ୍ ପରିବାର ରୁ ଆରମ୍ଭ କରି ଉଚ୍ଚ ବର୍ଗ ତଥା ସମ୍ଭ୍ରାନ୍ତ୍ ପରିବାର ପର୍ଯ୍ୟନ୍ତ କେହି ବି ଏଥିରୁ ମୁକ୍ତ ନୁହନ୍ତି। ପ୍ରତି ସମୟ ରେ ଗଣ ମାଧ୍ୟମ୍ ରେ ପ୍ରକାଶିତ ଖବର ଅନୁଜାୟି  ବଲକ୍ତାର୍,ଧର୍ଷଣ,ନିର୍ୟତନା,ଅଶ୍ଳୀଳ ଇଙ୍ଗିତ ,ହତ୍ୟା ଆଦି ଚାଞ୍ଚଲ୍ୟ୍ କର ,ଜଘନ୍ୟ୍ କର ସମ୍ବାଦ ମାନ୍ନ୍ ପ୍ରକାଶ ପାଇଥାଏ,ତାହା ଲୋମ ତାଙ୍କୁଲା ଓ ହୃଦୟ ବିଦାରକ୍,,ଏଥିରେ ବହୁ ସମ୍ଭ୍ରାନ୍ତ୍ ପରିବାର ସଂ ସ୍ଲିସ୍ତ ଥିବାର ଜଣା ଯାଏଁ।
ଆଜି ସମ୍ଭ୍ରାନ୍ତ୍ ପରିବାର ରେ ଗୋଟିଏ ଝିଅ ତା ନିଜ ଘରେ ମଧ୍ୟ ନିଜକୁ ସୁରକ୍ଷିତ ନ୍ ମଣି ପାରୁଥିବା ଅତ୍ୟନ୍ତ ଦୁଃଖ ଦାୟକ। କର୍ମଜିବି ମହିଳା ମାନଙ୍କ ପ୍ରତି ଅସଦାଚରନ୍ ଓ ଅସ୍ଲିଲତା ପ୍ରଦର୍ଶନ କରାଯାଉଥିବା ନେଇ୧୯୯୭ ରେ ମାନ୍ୟ ବର ସୁପ୍ରିମ କୋର୍ଟ ଉଦବେଗ୍ ପ୍ରକାଶ କରିବା ସାଙ୍ଗେ ସାଙ୍ଗେ ସରକାର ଙ୍କୁ ଏ ସମ୍ପର୍କ ରେ ନାରୀ ମାନଙ୍କ ସୁରକ୍ଷା ବିଧିବଧ୍ ଆଇନ ପ୍ରଣୟ ନ୍ କରି କଡା କଡୀ ଭାବେ ପାଳନ କରିବାକୁ ନିର୍ଦେଷ୍ ଦେଇଥିଲେ। ଦେଶରେ ଯେଉଁ ଧର୍ଷଣ ନିର୍ୟତନା ହତ୍ୟା ଭଳି ଅପରଧିକ୍ ଘଟଣା ମାନ୍ନ୍ନ୍ ଘଟୁଛି,,ତା ପଛରେ ମଣିଷ ର ଅସଞ୍ଜତ୍ ,ନିତିହିନ୍,ପାସବିକ୍ ପ୍ରବୃତି ତଥା ଭୋଗ ବାଦ୍ଦି ଜୀବନ ପ୍ରତି ଅହେତୁକ ମମତା ଅଧିକ ପରିମାଣ ରେ ଦାୟି।ମଦ ର୍ ବହୁଳ ପ୍ରଚଲନ୍,ସ୍ମାର୍ଟ ମୋବାଇଲ ବହୁଳ ଅପବ୍ୟବହାର୍,ଅଶ୍ଳୀଳ ଫୋଟ ମୋବାଇଲ୍ ରେ ଦେଖିବା, ମୋବାଇଲ୍ ରେ ହିଂସା ଓ ଚୋରି ତଥା ହତ୍ୟା ସମ୍ପର୍କୀୟ ଚିତ୍ର୍ ଦେଖିବା ,ଉତ୍ତେଜକ୍ ଚିତ୍ର୍ ଦେଖି ସମ୍ଭୋଗ୍ କାମନା ରୁ ଜାତ୍ ଅର୍ଥ ଲାଳସା ,ନାରୀ ର ରୂପ କୁ ନେଇ ବିଶ୍ୱ ବଜାର ରେ ପ୍ରତିଦ୍ଵନ୍ଦିତା ଆଦି ହେଉଛି ପ୍ରମୁଖ୍ କାରଣ।
ସମାଜ ରେ ନାରୀ ର ମହିମା ସମ୍ବନ୍ଧ ରେ ଯେତେ ଭାବ ପ୍ରବନ ପ୍ରନ୍ସସା କଲେ ବି ସ୍ୱଭାବ ବତହ୍ ପୁରୁଷ ର୍ ଶାରୀରିକ ଶକ୍ତି ତୁଳନାରେ ନାରୀ ଦୁର୍ବଲା।ନାରୀ ହେଉଛି ପୁରୁଷ ର୍ ଭୋଗ୍ୟା।ମାତୃ ପ୍ରାଣୀ ଟି ର୍ ନିଜର ବୋଲି ଇଚ୍ଛା କି ରୁଚି ନ୍ ଥାଏ।ଏହା ହେଉଛି ସମାଜ ର ଏକ ସ୍ଵଭାଵ ସିଦ୍ଧ୍ ପ୍ରାକୃତିକ ଧର୍ମ। ମନୁଷ୍ୟ ଉଚ୍ଚତର୍ ପ୍ରାଣୀ ହେଲେ ମଧ୍ୟ ଜାନ୍ତବ୍ ପ୍ରବୃତ୍ତି ର ଅଧୀନ। ମଣିଷ ଚେଷ୍ଟା କରୁଛି ଯଥା ସମ୍ଭବ ଭଦ୍ର ଓ ସଂଜତ୍ ହେବାକୁ।ନାରୀ ନିଜର ସୁରକ୍ଷା ନିମିତ୍ତ ପୁରୁଷ ଉପରେ ନିର୍ଭର କରେ। ପୁରୁଷ ର ସୁରକ୍ଷା ବଲୟ୍ୟ୍ ମାଧ୍ୟରେ ଥାଇ ନିଜକୁ ଶକ୍ତି ସାଳି ମନେ କରେ। ତେଣୁ ସମାଜ ରେ ନାରୀ ଟିଏ ସୁରକ୍ଷିତ ହୋଇ ରହିଲେ ଏବଂ ତାର ମର୍ୟାଦା ଓ ସ୍ଵାଧିକାର୍ ସ୍ଵିକ୍ରୁତ୍ ନ୍ ହେଲେ ସମାଜ ଜୀବନ ଶୃଙ୍ଖଳା ଓ ଶାଳୀ ନତା ହରାଇ ବିପର୍ୟସ୍ତ୍ ହୋଇପଦିବ୍। ଏଣୁ ପାରିବାରିକ ହିଂସା ଓ ନିଷ୍ଠୁର ତା ବିରୋଧ ରେ ସଂଗ୍ରାମ ପାଇଁ ଆଇନ ପ୍ରନୟନ୍ ହୋଇଛି।
ଏହାକୁ କଠୋର ଭାବେ ପାଳନ କରିବା ଦାୟିତ୍ୱ ହେଉଛି ସମାଜ ର୍ ଓ ସରକାର ଙ୍କ ର୍। ଆଜି କାଲି ମହିଳା ନେସନଲ୍ ଦିଫେନ୍ସ୍ ଅକଦେମି(. N. D. A)ରେ ସ୍ଥାନ ପାଇଲେଣି। ବିମାନ୍ ରେ ପାଇଲତ୍ ଡାକ୍ତର ଇଞ୍ଜିନିୟର୍ ସବୁଥିରେ ପ୍ରବେଶ କଲେଣି।ଏ ସବୁ ସତ୍ୱେ ହିଂସା ପସବିକ୍ ପ୍ରବୃତି,ଧର୍ଷଣ,ଅଶ୍ଳୀଳ ଇଙ୍ଗିତ ଏ ଗୁଡିକ କମୁ ନାହିଁ।ମନୁଷ୍ୟ ମନ ର୍ ମାନସିକ ପରିବର୍ତନ ନ୍ ଆସିଲା ଯାଏଁ ଏ ସବୁ ସେମିତି ଚାଲି ଥିବ। ଅତିଉଚ୍ଚ ବର୍ଗ ହେଉ କି ସମ୍ଭ୍ରାନ୍ତ୍ ପରିବାର ହେଉ ଏ ଭଳିଆ ଘଟଣା ବେଶୀ ଦେଖି ବାକୁ ମିଳିଥାଏ। ଏଣୁ ନାରୀ ର୍ ଅଧିକାର ,ସୁରକ୍ଷା,ମର୍ଯ୍ୟାଦା ଆଦି କଥା ନେଇ ସମାଜ ସରକାର ଓ ଆଇନ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ଦେଖା ଦେଇଛି। ଦୋଷୀ କୁ ଏମିତି ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆ ଯାଉ,ଶୀଘ୍ର ମାମଲା ର୍ ଫୈସଲା ହେଉ  ଯେପରିକି ପରବର୍ତୀ ସମୟ ରେ ଅନ୍ୟ କେଉଁ ପୁରୁଷ  କୌଣସି ଝିଅ/ବାଳିକା/ନାରୀ/ମହିଳା ଙ୍କ ଉପରକୁ ଆଖି ଉଠାଇ ଦେଖିବାକୁ ସାହସ କରିବନି।
Leave A Reply

Your email address will not be published.