ମହାଶିବରାତ୍ରୀ ହିନ୍ଦୁ ପରମ୍ପରା ର ଗୋଟିଏ ବଡ଼ ପର୍ବ । ଏହି ପର୍ବ କୁ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ରେ ପାଳନ କରାଯାଇ ଥାଏ । ମାନ୍ୟତା ରହିଛି ଯେ ଏହିଦିନ ଭଗବାନ୍ ଶିବ ଙ୍କ ର ଆବିର୍ଭାବ ହୋଇଥିଲା ଓ ଶିବ ପୁରାଣ ଅନୁସାରେ ଏହିଦିନ ମହାଦେବ ଙ୍କ ବିବାହ ମଧ୍ୟ ହୋଇଥିଲା । ଶାସ୍ତ୍ର ଅନୁସାରେ ଏହି ଦିନ ମହାଦେବ ଙ୍କ ଉପାସନା କରିବା ଦ୍ୱାରା ବ୍ୟକ୍ତି ଜୀବନରୁ ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ ।
* ମହାଶିବରାତ୍ରୀ ଦିନ ମହାଦେବ ଙ୍କୁ ଏହିସବୁ ଜିନିଷ ଅର୍ପଣ କରନ୍ତୁ –
ମହାଦେବଙ୍କୁ ମହାଶିବରାତ୍ରୀ ରେ ତାଙ୍କର ପ୍ରିୟ ବେଲପତ୍ର ସହିତ ଗୁଆ,ଜାଇଫଳ,ହଳଦୀ, କେଶର, ନଡ଼ିଆ, କୁଶ, ଚନ୍ଦନ, ପଞ୍ଚାମୃତ, ଅରଖ ଫୁଲ ଧୂପ ଦୀପ ସମର୍ପଣ କରନ୍ତୁ ।
* ଶିକ୍ଷା ଓ ଏକାଗ୍ରତା ପାଇଁ –
– ମହାଶିବରାତ୍ରୀ ଦିନ ମହାଦେବଙ୍କ ନିକଟରେ ଦୁଗ୍ଧ ଓ ମିଶ୍ରି ଅର୍ପଣ କରନ୍ତୁ । ଶିବଲିଙ୍ଗ ରେ ଏହାକୁ ଅର୍ପଣ କରିବା ସମୟରେ ଓଁ ନମଃ ଶିବାୟ ଜପ କରନ୍ତୁ । ଗୋଟିଏ ପଞ୍ଚମୁଖୀ ରୁଦ୍ରାକ୍ଷ କୁ ଶିବଲିଙ୍ଗ ରେ ସ୍ପର୍ଶ କରାଇ ନାଲି ସୂତାରେ କଣ୍ଠ ରେ ଧାରଣ କରନ୍ତୁ , ଭଲ ଫଳ ଲାଭ ହେବ ।
* ଉତ୍ତମ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ପାଇଁ –
ମହାଶିବରାତ୍ରୀ ଦିନ ମହାଦେବ ଙ୍କୁ ଧ୍ୟାନ କରିବା ସମୟରେ ଅଖଣ୍ଡ ଦୀପ ଲଗାଇବାକୁ ଭୂଳନ୍ତୁ ନାହିଁ । ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।
* ଧନ ପ୍ରାପ୍ତି ପାଇଁ –
ଧନ ପ୍ରାପ୍ତି ପାଇଁ ସକାଳୁ ସୂର୍ଯ୍ୟୋଦୟ ର ୧ ଘଣ୍ଟା ମଧ୍ୟରେ ପଞ୍ଚାମୃତ ରେ ମହାଦେବ ଙ୍କୁ ଅଭିଷେକ କରନ୍ତୁ । ଏହାକୁ ଅର୍ପଣ କରିବା ସମୟରେ ଓଁ ମହା ଦେବାୟ ନମଃ ମନ୍ତ୍ର ଜପ କରନ୍ତୁ । ଅଟକି ଥିବା ଧନ କୁ ପ୍ରାପ୍ତ କରିବାର ବାଟ ଖୋଲି ଯିବ ।
* ସନ୍ତାନ ପ୍ରାପ୍ତି ପାଇଁ –
ସନ୍ତାନ ପ୍ରାପ୍ତି ପାଇଁ ସ୍ବାମୀ ସ୍ତ୍ରୀ ମିଳିତ ଭାବରେ
ମହାଶିବରାତ୍ରୀ ଦିନ ଶିବଲିଙ୍ଗ ରେ ଦହି, ଦୁଗ୍ଧ ଓ ଘିଅ ଅର୍ପଣ କରି ଓଁ ପାର୍ବତୀ ପତାୟେ ନମଃ ପାଠ କରନ୍ତୁ ଓ ୧୧ ଟି ବେଲପତ୍ର କୁ ଚନ୍ଦନ ଲଗାଇ ଶିବଲିଙ୍ଗ ରେ ଅର୍ପଣ କରନ୍ତୁ। ସନ୍ତାନ ଲାଭ ପାଇଁ ଶୁଭ ଦାୟକ ।
* ଶୀଘ୍ର ବିବାହ ପାଇଁ –
ମହାଶିବରାତ୍ରୀ ଦିନ ସନ୍ଧ୍ୟା ସମୟରେ ହଳଦିଆ ବସ୍ତ୍ର ଧାରଣ କରି ଶିବ ମନ୍ଦିର ଯାଆନ୍ତୁ । ଶିବଲିଙ୍ଗ ଉପରେ ସେତିକି ବେଲପତ୍ର ଓ ଚନ୍ଦନ ଅର୍ପଣ କରନ୍ତୁ ଯେତିକି ଆପଣଙ୍କ ବୟସ । ଏହାପରେ ଧୂପ ଓ ନୈବେଦ୍ୟ ଅର୍ପଣ କରନ୍ତୁ । ଶୀଘ୍ର ବିବାହ ଯୋଗ ଖୋଲି ଯିବ ।
* ଶୁଖି ଦାମ୍ପତ୍ୟ ଜୀବନ ପାଇଁ –
ମହାଶିବରାତ୍ରୀ ଦିନ ପତି ପତ୍ନୀ ସ୍ୱଚ୍ଚ ବସ୍ତ୍ର ପରିଧାନ କରି ଶିବ ମନ୍ଦିର ଯାଆନ୍ତୁ । ତମ୍ବା ପାତ୍ର ରେ ଦୁଗ୍ଧ ଶିବଲିଙ୍ଗ ରେ ଅର୍ପଣ କରନ୍ତୁ । ଅର୍ପଣ ସମୟରେ ଶିବ ଶିବ ଜପ କରନ୍ତୁ ।