ଶିବ ଙ୍କୁ ମହାଦେବ ବୋଲି ଆମେ ଜାଣିଥାଉ, ଯିଏକି ସଂସାରର କଲ୍ୟାଣ ପାଇଁ ଆମକୁ ଜୀବନ ମନ୍ତ୍ର ଦେଇଛନ୍ତି, ଯଦି ଜୀବନରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି ତେବେ ବ୍ୟକ୍ତି କିଛିଟା କଥାକୁ ଗୋପନ ରଖିବା ଆବଶ୍ୟକ l
– ଶିବ ପୁରାଣ ଅନୁସାରେ ଧନର ଆଗମନ କେବଳ ଆମ ଭାଗ୍ୟ ଉପରେ ନୁହେଁ, ବରଂ ଆମ ଗୋପନୀୟତା ଓ ସଂଯମ ଉପରେ ମଧ୍ୟ ନିର୍ଭର କରିଥାଏ, ଯେତେବେଳେ ଏହି ବିଷୟରେ ଆମେ ଅନ୍ୟ ଆଗରେ କହିଥାଉ ସେତେବେଳେ ଆମ ଭିତରର ଉର୍ଜା ନଷ୍ଟ ହୋଇଥାଏ, ତେଣୁ କଦାପି ଧନର ଆଗମନ କାହାକୁ କହିବା ଉଚିତ ନୁହେଁ l
– ନିଜ ଆୟର ରହସ୍ୟ ଓ ସ୍ରୋତ କଦାପି କାହାରି ଆଗରେ ପ୍ରକାଶ କରିବା ଉଚିତ ନୁହେଁ, ଏହାଦ୍ୱାରା ଇର୍ସା ଭାବି ବୃଦ୍ଧି ହୁଏ ଓ ଖରାପ ନଜର ଲାଗିଥାଏ l ଏବଂ ଯେଉଁ ଦାନ ଗୁପ୍ତ ରଖାଯାଏ ତାହା ହିଁ ଫଳପ୍ରଦ ହୋଇଥାଏ l ଯେତେବେଳ ପର୍ଯ୍ୟନ୍ତ ଆପଣ କୌଣସି କାର୍ଯ୍ୟରେ ସଫଳ ନହେଉଛନ୍ତି ତାହା କାହାରି ଆଗରେ ପ୍ରକାଶ କରିବା ଉଚିତ ନୁହେଁ l
– ଯଦି କୌଣସି ବ୍ୟକ୍ତି ମହାଦେବ ଙ୍କୁ ଶ୍ରଦ୍ଧାରେ ପୂଜା କରୁଛି ତେବେ ତାର କଦାପି ଧନର ଅଭାବ ହୋଇନଥାଏ, କିନ୍ତୁ କିଛିଟା ନିୟମ ପାଳନ କରିବା ଜରୁରୀ, ଶିବ ଲିଙ୍ଗରେ ମୁଗ ଡ଼ାଲିରେ ଅଭିଷେକ କରନ୍ତୁ, ଏପରି କରିବା ଦ୍ୱାରା ଦାରିଦ୍ର୍ୟ ର ବିନାଶ ହୋଇଥାଏ l
– ମହାଦେବ ଙ୍କୁ ଗୋଟା ଚାଉଳ ଅର୍ପଣ କରନ୍ତୁ, ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମହାଦେବ ଙ୍କୁ ଘିଅ ର ଅଭିଷେକ କରନ୍ତୁ, ମହାଦେବ ଙ୍କ ଆଶୀର୍ବାଦ ପାଇଁ ନିୟମିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ ଶତ୍ରୁ ନାଶ ହେବ l
– ବ୍ୟକ୍ତି ଦାରିଦ୍ର୍ୟ ହେବାରେ କେବଳ ପଇସାର ଅଭାବ କାରଣ ନୁହେଁ, ଯେଉଁବ୍ୟକ୍ତି ନିଜ କ୍ରୋଧ, କୁ ସଂଯମ ରଖେନାହିଁ, ହୀନ ଭାବର ବିଚାର ରଖିଥାଏ, ଇର୍ଷା ପରାୟଣ ହୋଇଥାଏ, ଆଳସ୍ୟ ପ୍ରକୃତିର ହୋଇଥାଏ ତା ନିକଟରେ ମହାଦେବଙ୍କ କୃପା ରୁହେ ନାହିଁ l