Odisha news

ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର : ସମସ୍ତ ଦୁଃଖ ରୁ ମୁକ୍ତି ପାଇଁ କରନ୍ତୁ ମହାଦେବ ଙ୍କ ନିକଟରେ ଅଖଣ୍ଡ ଦୀପ ଅର୍ପଣ 

0
 ଶିବ ଙ୍କ ଉପାସନା ପାଇଁ  ଶ୍ରାବଣ ମାସ ଖୁବ ଗିରୁତ୍ୱପୂର୍ଣ ଅଟେ l  ଶ୍ରାବଣ ମାସରେ ଶିବ ଭକ୍ତ ମାନେ ତାଙ୍କର ବିଶେଷ ପୂଜାର୍ଚନା କରି ଥାଆନ୍ତି l ମହାଦେବ ଙ୍କ ଭକ୍ତ ମାନେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶ୍ରାବଣ ମାସରେ ବ୍ରତ ରଖନ୍ତି ଓ କାଉଡିଆ ଯାତ୍ରା କରି ଥାଆନ୍ତି l କାଉଡିଆ ଯାତ୍ରା କୁ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ ଗୋଟିଏ ବାର୍ଷିକ ଉତ୍ସବ ଭାବରେ ପାଳନ କରାଯାଇ ଥାଏ l
ଚଳିତ ବର୍ଷ ଶ୍ରାବଣ ମାସ  ଜୁଲାଇ ୧୧  ତାରିଖ ରେ  ଆରମ୍ଭ ହୋଇଛି ଏବଂ ଅଗଷ୍ଟ ୯ ତାରିଖ ରେ ସମାପ୍ତ ହେବ l ଜୁଲାଇ ୧୪ ତାରିଖ ଶ୍ରାବଣ ମାସର   ପ୍ରଥମ କାଉଡିଆ ଯାତ୍ରା ଓ ପ୍ରଥମ ସୋମବାର l
କାଉଡିଆ ଯାତ୍ରାର ମାନ୍ୟତା କଣ ରହିଛି ? -:
ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶିବ ଙ୍କର ପରମ ଭକ୍ତ ପର୍ଶୁରାମ ମହାଦେବ ଙ୍କ କୃପା ଲାଭ କରିବା ପାଇଁ  ସର୍ବ ପ୍ରଥମେ ଶ୍ରାବଣ ମାସରେ କାଉଡିଆ ଯାତ୍ରା ର ଆରମ୍ଭ କରିଥିଲେ l କୁହାଯାଏ ଯେ ସେବେଠାରୁ କାଉଡିଆ ଯାତ୍ରାର ଆରମ୍ଭ ହୋଇଛି l କାଉଡିଆ ଯାତ୍ରା ସାମଗ୍ର ଭାରତ ବର୍ଷରେ ଶ୍ରାବଣ ମାସରେ ପାଳିତ ହୋଇଥାଏ l
ଯଦି ଆପଣ କାଉଡିଆ ଯାତ୍ରା କରୁଛନ୍ତି ତେବେ ଏହିସବୁ କଥାକୁ ଦିଅନ୍ତୁ ଧ୍ୟାନ -:
* ଶିବ ଭକ୍ତ ମାନେ ଯଦି କାଉଡିଆ ଯାତ୍ରା କରୁଛନ୍ତି ତେବେ ମନରେ କାହା ପ୍ରତି ଖରାପ ଚିନ୍ତା ଆଣିବା ଉଚିତ ନୁହେଁ l ନା କାହାରି ପ୍ରତି ଅପସବ୍ଦ ପ୍ରୟୋଗ କରିବା ଉଚିତ , ଏହାଦ୍ୱାରା ମହାଦେବ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
* କାଉଡିଆ ଯାତ୍ରା ସମୟରେ ନିଶା ଦ୍ରବ୍ୟ ସେବନ କରିବା ଉଚିତ ନୁହେଁ l ଏହାଦ୍ୱାରା ମହାଦେବ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
* ଯେତେବେଳେ କାଉଡିଆ ଯାତ୍ରା କରୁଛନ୍ତି ସେତେବେଳେ ନିଜ ମନକୁ ପବିତ୍ର ରଖି ଶିବ ପଞ୍ଚକ୍ଷରୀ ଜପ କରନ୍ତୁ l ଏହାଦ୍ୱାରା କଷ୍ଟ ଲାଘବ ହୋଇଥାଏ l
* ଶ୍ରାବଣ ମାସ ସୋମବାର ରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ବିଭିନ୍ନ କଷ୍ଟ ଦୂର ହୋଇଥାଏ ଓ ଜୀବନ ରୁ ବିଭିନ୍ନ ବିପଦ ଦୂର ହୋଇଥାଏ l
* ପ୍ରତି ଶ୍ରାବଣ ମାସ ସୋମବାର ଦିନ ବ୍ରତ ଧାରି ମାନେ ମହାଦେବ ଙ୍କ କୃପା ଲାଭ କରିବା ପାଇଁ ଗଙ୍ଗା ଜଳରେ ଅଭିଷେକ କରନ୍ତୁ l
* ଶ୍ରାବଣ ମାସ ସୋମବାର ଦିନ ବିଶେଷ ଭାବେ ମହାଦେବ ଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇବା ଦ୍ୱାରା ଶିବ ଙ୍କ କୃପା ଲାଭ ହୋଇଥାଏ l
Leave A Reply