ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଘ ମାସ ସୋମବାର ଦିନ ଟିର ବିଶେଷ ମହତ୍ତ୍ଵ ରହିଛି । ଏପରି କିଛିଟା ଉପାୟ ରହିଛି ଯାହାକୁ ସୋମବାର ଦିନ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ମାନ୍ୟତା ରହିଛି ଯେ ଏହିସବୁ ଉପାୟ କୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ଓ ମହାଦେବଙ୍କ କୃପା ଲାଭ ହୋଇଥାଏ ।
* ମାନ୍ୟତା ରହିଛି ଯେ ସୋମବାର ଦିନ ଧଳା ଲୁଗା, ଚିନି ଓ ଦୁଗ୍ଧ ଦାନ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । କୁହାଯାଏ ଯେ ସୋମବାର ଦିନ ଶିବ ରକ୍ଷା ସ୍ତୋତ୍ର ପାଠ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
* ସୋମବାର ଦିନ ସନ୍ଧ୍ୟାରେ କଳା ରାଶି ଓ ଚାଉଳ କୁ ମିଶାଇ ଦାନ କରିବା ଦ୍ୱାରା ଆର୍ଥିକ ଲାଭ ହୋଇଥାଏ ଓ ପିତୃ ଦୋଷାରୁ ମୁକ୍ତି ମିଳିଥାଏ ।
* ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତିର କୁଣ୍ଡଳିରେ ଚନ୍ଦ୍ର ଦୋଷ ରହିଥାଏ ସେ ସୋମବାର ଦିନ ମୁଣ୍ଡରେ ଚନ୍ଦନ ଟିପା ଲଗାଇ ଧଳା ବସ୍ତ୍ର ଧାରଣ କରିଲେ ଜୀବନ ରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ ଓ ମହାଦେବ ଙ୍କ କୃପା ଲାଭ ହେବ ।
* ସୋମବାର ଦିନ ମହାଦେବଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କଲେ ଜୀବନରେ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
* ଯଦି ଆପଣ ସନ୍ତାନ ମାନଙ୍କର ମଙ୍ଗଳ କାମନା କରୁଛନ୍ତି ତେବେ ସୋମବାର ଦିନ ଚନ୍ଦନ, ଅକ୍ଷତ, ଦୁଗ୍ଧ ଓ ବେଲପତ୍ର ସହିତ ଦୁଦୁରା ଫୁଲ ଅର୍ପଣ କରନ୍ତୁ ।
* ସୋମବାର ଦିନ ସକାଳୁ ମହାଦେବ ଙ୍କୁ ଆରାଧନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।