ଲକଡାଉନ ରେ ଚାକିରୀ ଯିବାରୁ ଶ୍ମଶାନ ରେ ରହିଲେ ବ୍ୟକ୍ତି , ବର୍ତମାନ କରୁଛନ୍ତି ଏହି କାମ
ନୂଆଦିଲ୍ଲୀ : କରୋନା ସମୟରେ ଶ୍ମଶାନର ଚିତ୍ର ଅତି ଭୟଙ୍କର ଦେଖା ଯାଉଛି l ଯାହାକୁ ଦେଖିବା ବହୁତ କଷ୍ଟକର ଲୋକମାନେ ବହୁତ କଷ୍ଟ ମଧ୍ୟରେ ନିଜର ପରିଜନ ମାନଙ୍କର ଅନ୍ତିମ ସଂସ୍କାର କରୁଛନ୍ତି l କିନ୍ତୁ ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ,ଯିଏ କି ଚାକିରୀ ଯିବା ପରେ ଶ୍ମଶାନକୁ ନିଜର ଘର କରି ନେଇଛନ୍ତି l ସେ ଏଠାରେ ରହି କରୋନା ରେ ମୃତ୍ୟୁ ବରଂ କରୁଥିବା ଲୋକ ମାନଙ୍କର ଅନ୍ତିମ ସଂସ୍କାର କରୁଛନ୍ତି l
ଏହି କାର୍ଯ୍ୟ ପାଇଁ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ସାଙ୍ଗ ଦେଉଛନ୍ତି l ଏହି ବ୍ୟକ୍ତି ଜାଣଙ୍କ ମହାରାଷ୍ଟ୍ରର ଅଟନ୍ତି ,ତାଙ୍କ ନାମ କହ୍ନେୟାଲାଲ ସିରକେ l ସେ ଶ୍ମଶାନକୁ ଆସୁଥିବା ପ୍ରତେକ ବ୍ୟକ୍ତିଙ୍କ ପରିଜନଙ୍କୁ ସାନ୍ତ୍ୱନା ଦେଇ ଥାଆନ୍ତି l ସେ ନିଜ ପରିଜନଙ୍କ ଦୁଃଖ ତ କମ କରି ପାରିବେ ନାହିଁ କିନ୍ତୁ ଅନ୍ୟ ସମସ୍ତଙ୍କ ପରିଜଣଂକୁ ଶେଷ ବିଦାୟ ଦେଇ ତାଙ୍କର ଅନ୍ତିମ ସଂସ୍କାର କରି ଥାଆନ୍ତି l ସେ ଏହି ଶ୍ମଶାନ ଘାଟ କୁ ନିଜର ଘର କରି ନେଇଛନ୍ତି l ସେ ମହାରାଷ୍ଟ୍ରରୁ ନିଜ ପେଟ ପୋଷିବା ପାଇଁ ବରୋଦା ଆସିଥିଲେ ,କିନ୍ତୁ ଲକଡାଉନ ରେ ତାଙ୍କ ଚାକିରୀ ଚାଲିଗଲା l ତାଙ୍କ ପତ୍ନୀ ମୁମ୍ବାଇ ରେ କୌଣସି ଛୋଟ ମୋଟ କାମ କରୁଥିଲେ l କିଛିଦିନ ପରେ ତାଙ୍କ ପତ୍ନୀ ଓ ପିଲାମାନେ ବରୋଦା ତାଙ୍କ ନିକଟକୁ ଆସିଥିଲେ l ସେ ନିଜର ପରିବାର ସହିତ ଏହି ଶ୍ମଶାନରେ ରହୁଛନ୍ତି l
