Odisha news

ବଡ ଖବର : ସାଉଦି ଆରବର ଛାତ୍ରଙ୍କ ପାଠ୍ୟ କ୍ରମରେ ରାମାୟଣ ଓ ମହାଭାରତ ସାମିଲ ହେଲା

0

ନୂଆଦିଲ୍ଲୀ ସାଉଦି ଅରବାର ଛାତ୍ର ଛାତ୍ରୀମାନେ ବର୍ତମାନ ନିଜର ନୂଆ ପାଠ୍ୟ କ୍ରମରେ ପଢିବେ ରାମାୟଣ ଓ ମହାଭାରତ ,ଜାଣିବେ ହିନ୍ଦୁ ମହାକାବ୍ୟ ବିଷୟରେ l ସାଉଦି ଅରବାର ଶିକ୍ଷା କ୍ଷେତ୍ର ପାଇଁ ପ୍ରିନ୍ସ ମୋହମ୍ମଦ ବିନ ସଲ୍ମାନ ନୂଆ ଭିଜନ ୨୦୩୦ ର ଭାଗ ଯୋଡି ଛନ୍ତି l ଅନ୍ୟ ଦେଶର ବିଭିନ୍ନ ସଂସ୍କୃତି ବିଷୟରେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବେ l ଏହା ସେମାନଙ୍କ ସିଲାବସରେ ଯୋଡ଼ା ଯିବ l

ମିଳିଥିବା ସୂଚନା ଅନୁସାରେ ଛାତ୍ରମାନେ ରାମାୟଣ ଓ ମହାଭାରତ ପଢିବେ l ଏହି ଅଧୟନ ଛାତ୍ରମାନଙ୍କର ସାଂସ୍କୃତିକ ଜ୍ଞାନ ର ବିକାଶ କରିବ l ଏଥିରେ ଭାରତୀୟ ସଂସ୍କୃତି ଯେପରି ଯୋଗ ଓ ଆୟୁର୍ବେଦ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ l ରାମାୟଣ ଓ ମହାଭାରତ ବ୍ୟତୀତ ଇଂରାଜୀ ଭାଷାକୁ ଅନିର୍ବର୍ଯ୍ୟ କରା ଯାଇଛି l ଟ୍ୱିଟର ୟୁଜର ନାଉଫl ଅଲ ମରୱାଇ ନିଜ ଟ୍ୱିଟର ହାଣ୍ଡେଲ ରେ ଗୋଟିଏ ସ୍କ୍ରିନ ସତ ଜରିଆରେ ଏହାକୁ ସେୟାର କରି ଲେଖିଛନ୍ତି ବର୍ତମାନ ସାଉଦି ଆରବ ପିଲା ପଢିବେ ଅନ୍ୟ ଦେଶର ସଂସ୍କୃତି l

ସେଥିରେ ସେ ଲେଖିଛନ୍ତି “ଆଜି ମୋ ପୁଅର ସ୍କୁଲ ରେ ପରୀକ୍ଷା ଥିଲା ସାମାଜିକ ବିଜ୍ଞାନ l ,ଯେଉଁଥିରେ ସେ ହିନ୍ଦୁ ,ବୌଧ ଧର୍ମ ,ରାମାୟଣ ,ମହାଭାରତ ଓ ଇତିହାସ ସାମିଲ ରହିଛି l ମତେ ତାର ପାଠ ପଢିବା ଦ୍ୱାରା ଲାଭ ମିଳିବ l

Ad2
Leave A Reply