Odisha news

ଅସୁବିଧା ସମୟରେ ସାହାଯ୍ୟର ହାତ ବଢ଼ାଇଲା ରୁଷ

0

ନୂଆଦିଲ୍ଲୀ : ଭାରତ ରେ କରୋନା ମହାମାରୀ ସମୟରେ ଅକ୍ସିଜେନ ସହିତ ଡାକ୍ତରଖାନା ରେ ଶଯ୍ୟାର ଅସୁବିଧା ଦେଖା ଦେଇଛି l ଭାରତର ଅଧିକାଂଶ ସହରରେ ଅକ୍ସିଜେନ ର ଅସୁବିଧା ଦେଖା ଦେଇଛି l ଅକ୍ସିଜେନ ଅଭାବରୁ ଦିଲ୍ଲୀ ର ୨ଟି ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା କମ କରିଦିଆଗଲା l ଅକ୍ସିଜେନ ଅଭାବରୁ ରୋଗୀ ମାନଙ୍କ ଚିକିତ୍ସା ରେ ଅସୁବିଧା ଦେଖା ଯାଇଥିଲା l ଜୟପୁରର ଗୋଟିଏ ଡାକ୍ତର ଖାନରେ ଅକ୍ସିଜେନ ଅଭାବରୁ ୨୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା l ବର୍ତମାନ ଭାରତର ଏତେ ଶୋଚନୀୟ ଅବସ୍ଥା ଯେ ସ୍ମସାନ ରେ ମଧ୍ୟ ଜାଗା ମିଳୁନାହିଁ l କରୋନା ସାରା ଭାରତକୁ ନିଜ କବଳରେ କବଳିତ କରିଛି l ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଭାରତରେ କରୋନା ସଂଖ୍ୟା ୨୫ ଲକ୍ଷ ଅତିକ୍ରମ କରି ସାରିଲାଣି l

ଭାରତରେ ଅକ୍ସିଜେନ ଅଭାବରୁ ହା ହା କାର ଛାଇ ଯାଇଛି l ଏହି ସମୟରେ ରୁଷ ଭାରତକୁ ଅକ୍ସିଜେନ ଓ କରୋନା ଟୀକ୍କା ଯୋଗାଇବାର ପ୍ରସ୍ତାବ ଦେଇଛି l ଯଦି ଏହି ବିଷୟରେ ଚିନ୍ତା କରିବା ତେବେ ଅସୁବିଧା ସମୟରେ ଏହା ଭାରତକୁ ଗୋଟିଏ ବଡ ସହାୟତା ହେବ l ରୁଷ ପକ୍ଷରୁ ସାହାଯ୍ୟର ହାତ ଏଭଳି ସମୟରେ ଆସିଲା ଯେତେବେଳେ ସିରମ ଇନ୍ଷ୍ଟିଚ୍ୟୁଟ ଅନୁରୋଧ ପରେ ମଧ୍ୟ ଆମେରିକା ଟୀକ୍କା ପାଇଁ କଞ୍ଚା ମାଲ ଦେବାକୁ ମନା କରି ଦେଇଥିଲା l ଭାରତରେ ମହାମାରୀ ର ସ୍ଥିତିକୁ ଦେଖି ଚୀନ ମଧ୍ୟ କହିଛି ଯେ ଭାରତକୁ ସାହାଯ୍ୟ କରିବ l ବାଇଡେନ ପ୍ରଶାସନ ଉପରେ କୁଟା ନୈତିକ ସ୍ତରରେ ଚାପ ପକାଯାଉଛି ଭାରତକୁ ସାହାଯ୍ୟ କରିବା ପାଇଁ l

IEC 2 years
Leave A Reply