Odisha news

ଜାଣିଛନ୍ତି କି ଆପଣଙ୍କ ଭାଗ୍ୟର ରହସ୍ୟ ଲୁଚିଛି ଆପଣଙ୍କ ନଖ ଭିତରେ

0

ନଖ ଦ୍ୱାରା ବ୍ୟକ୍ତିର ଭବିଷ୍ୟତର ସଂକେତ ମିଳିଥାଏ l ସବୁ ବ୍ୟକ୍ତିଙ୍କ ହାତରେ ନଖ ମଧ୍ୟ ଅଲଗା ଅଲଗା ପ୍ରକାରର ଥାଏ l ଚମକୁଥିବା ନଖ ଭଲ ସ୍ୱାସ୍ଥ୍ୟର ପ୍ରତୀକ ଅଟେ l ଜାଣନ୍ତୁ ନଖ ଦ୍ୱାରା ବ୍ୟକ୍ତିର ଭାଗ୍ୟ ବିଷୟରେ l

– ଲମ୍ବା ନଖ ଥିବା ବ୍ୟକ୍ତିମାନେ ଉତ୍ସାହୀ ଅଟନ୍ତି l ରଚନାତ୍ମକ ଓ କଳ୍ପନା ବିଳାସୀ ଏହି ମାନଙ୍କ ଭିତରେ ରହିଥାଏ l ଏମାନେ ଅତ୍ୟନ୍ତ ସରଳ ହୋଇଥାଆନ୍ତି l ଅନ୍ୟ ମାନଙ୍କ ଉପରେ ଖୁବ ସହଜରେ ବିଶ୍ୱାସ କରି ଯାଇ ଥାନ୍ତି l ଅନେକ ସମୟରେ ଅନ୍ୟ ଲୋକମାନେ ଏହାର ଲାଭ ଉଠାଇ ଥାଆନ୍ତି l

– ଚଉଡା ନଖ ଥିବା ବ୍ୟକ୍ତି ଅତ୍ୟନ୍ତ କୁହାଳିଆ ଅଟନ୍ତି l ଏଭଳି ଲୋକମାନେ ନିଜ ମସ୍ତିଷ୍କର ଅଧିକ ଉପଯୋଗ କରିଥାଆନ୍ତି l ଏଭଳି ଲୋକମାନେ ଖୁବ ସହଜରେ ବୁଦ୍ଧି ଓ ପରିଶ୍ରମ ବଳରେ ସଫଳତା ହାସଲ କରି ଥାଆନ୍ତି l

– ଗୋଲ କିମ୍ବା ଅଣ୍ଡାକାର ଆକୃତିର ନଖ ଥିବା ଲୋକମାନେ ଖୁବ ସାମାଜିକ ହୋଇ ଥାଆନ୍ତି l ଭଲ ସଂସ୍କାର ଏମାନଙ୍କ କଳା ହୋଇଥାଏ l ଏମାନେ ଖୁବ ମେଳାପୀ ହୋଇ ଥାଆନ୍ତି l

– ଚାରି କୋଣିଆ ନଖ ଥିବା ବ୍ୟକ୍ତିମାନେ ଅତି ଶାନ୍ତ ସ୍ୱଭାବର ହୋଇ ଥାଆନ୍ତି l ଏଭଳି ବ୍ୟକ୍ତି ଭଲ ରାଜ ନୈତିକ ମଧ୍ୟ ଅଟନ୍ତି l ନେତୃତ୍ୱ କ୍ଷମତା ଏମାନଙ୍କ ମଧ୍ୟରେ ଭରି ହୋଇଥାଏ l

– ଯେଉଁ ବ୍ୟକ୍ତି ମାନଙ୍କ ନଖ ଧାରୁଆ ହୋଇଥାଏ ସେମାନେ ଖୁବ ପରିଶ୍ରମୀ ଅଟନ୍ତି l

IEC 2 years
Leave A Reply