ବୃନ୍ଦାବନରେ ଯମୁନା ନିକଟରେ ମାଂଟ ଅଞ୍ଚଳରେ ଜାହାଙ୍ଗୀର ପୁର ଗ୍ରାମରେ “ବେଲବନ”ମାତା ଲକ୍ଷ୍ମୀଙ୍କର ତପସ୍ୟା ସ୍ଥଳୀ ଅଟେ l ଏଠାରେ ମାଙ୍କର ଗୋଟିଏ ଭବ୍ୟ ମନ୍ଦିର ରହିଛି l ଏଠାକୁ ଭାରତର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି ,ସେମାନେ ନିଜର ସୁଖ ଓ ସମୃଦ୍ଧି ପାଇଁ ପ୍ରାଥନା କରିଥାନ୍ତି l ଏଠାରେ ପ୍ରତେକ ରବିବାର ବିଶେଷ ଭାବରେ ଅଧିକ ଭିଡ଼ ହେବାର ଦେଖା ଯାଇଥାଏ l ଏଠାରେ ଅଧିକ ବେଲ ବୃକ୍ଷ ରହିଥିବା କାରଣରୁ ଏହି ସ୍ଥାନଟିକୁ ବେଲ ବନ କୁହାଯାଏ l
ମାନ୍ୟତା ରହିଛି ଯେ କୃଷ୍ଣ ଓ ବଳରାମ ନିଜ ଶଖା ମାନଙ୍କ ସହିତ ବାଲ୍ୟ ସମୟରେ ଗାଈ ଗୋଠ ନେଇ ଚରାଇବାକୁ ଯାଉଥିଲେ l ଶ୍ରୀମଦ ଭାଗବତ ଗୀତାରେ ଏହି ସ୍ଥାନର ବିଶେଷ ମହତ୍ୱ ରହିଛି l ଧାର୍ମିକ ମାନ୍ୟତା ଅନୁସାରେ ଦ୍ୱାପର ଯୁଗରେ ଥରେ କୃଷ୍ଣ ରାଧା ଓ ୧୬ ଶହ ଗୋପୀଙ୍କ ସହିତ ରାସଲୀଳା କରୁଥିଲେ l ରାସ କରିବା ପରେ ଯେତେବେଳେ ଶ୍ରୀକୃଷ୍ନ ବଂଶୀ ବଜାଇ ଥିଲେ ତାର ଶବ୍ଦ ଦେବଲୋକରେ ପହଞ୍ଚିଥିଲା l ସେତେବେଳେ ମାତା ଲକ୍ଷ୍ମୀ ନାରଦଙ୍କୁ ପଚାରି ଥିଲେ ଏହି ଶବ୍ଦ କୋଉଠୁ ଆସୁଛି
ସେହି ସମୟରେ ନାରଦ କହିଥିଲେ ଭଗବାନ ଶ୍ରୀକୃଷ୍ଣ ବେଲ ବନରେ ବଂଶୀ ବଜାଉଛନ୍ତି l ମାତା ଲକ୍ଷ୍ମୀ ମଧ୍ୟ କୃଷ୍ଣଙ୍କ ରାସଲୀଳା ଦେଖିବାକୁ ଇଛା କଲେ l ସେଥିପାଇଁ ସେ ସିଧାସଳଖ ଆସି ବ୍ରଜଭୁମି ରେ ପହଞ୍ଚିଲେ l କିନ୍ତୁ ଗୋପୀ ମାନଙ୍କ ବ୍ୟତୀତ ଏହି ରାସଲୀଳାକୁ ଦେଖିବା ପାଇଁ ଅନ୍ୟକାହାକୁ ଅନୁମତି ନଥିଲା l ସେହି ସମୟରେ ମାତା ଲକ୍ଷ୍ମୀଙ୍କୁ ରାଧାଙ୍କ ପ୍ରିୟ ସଖି ଲଳିତା ଏହା କହି ଅଟକାଇ ଥିଲା ଯେ ଆପଣଙ୍କ ସମ୍ପର୍କ ଐଶ୍ୱର୍ଯ୍ୟ ଲୀଳା ସହିତ ରହିଛି ,ଯେବେକି ବୃନ୍ଦାବନ ମାଧୁର୍ଯ୍ୟମୟୀ ଲୀଳାର ସ୍ଥାନ l
ଏହାପରେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ସେହିଠାରେ ବସି ରହିଲେ ଓ ତପସ୍ୟା କଲେ ,ଶ୍ରୀକୃଷ୍ଣ ରାସଲୀଳା କରିବା ପରେ ତାଙ୍କୁ ଭୋକ ଲାଗିଲା l ଏହି ସମୟରେ ମାତା ଲକ୍ଷ୍ମୀ କୃଷ୍ଣଙ୍କ ପାଇଁ ଖେଚୁଡ଼ି ପ୍ରସ୍ତୁତ କଲେ l ଶ୍ରୀକୃଷ୍ଣ ତାହାକୁ ଖାଇ ଆନନ୍ଦିତ ହେଲେ l ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ ଦେଖି ଲକ୍ଷ୍ମୀ ବ୍ରଜଭୁମିରେ ରହିବା ପାଇଁ ଅନୁମତି ମାଗିଲେ l ସେତେବେଳେ କୃଷ୍ଣ କହିଲେ ଏହିମାନେ ସାଧାରଣ ଗୋପୀ ନୁହନ୍ତି ,ଏମାନେ ହଜାର ହଜାର ବର୍ଷ ତପସ୍ୟା କରି ରାସଲୀଳା ଦେଖିବାକୁ ସମର୍ଥ ହୋଇଛନ୍ତି l ଯଦି ଆପଣ ରାସଲୀଳାରେ ସାମିଲ ହେବେ ତେବେ ଗୋପୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ହଜାର ହଜାର ତପସ୍ୟା କରିବାକୁ ପଡିବ l
ସେହି ମନ୍ଦିରର ଜଣେ ସେବାୟତ କହିଛନ୍ତି ଆଜିମଧ୍ୟ ମାତା ଲକ୍ଷ୍ମୀ ଏଠାରେ ରହି ତପସ୍ୟା କରୁଛନ୍ତି l ଏହି ମନ୍ଦିରରେ ଲକ୍ଷ୍ମୀ ବୃନ୍ଦାବନ ଆଡକୁ ହାତ ଯୋଡି ତପସ୍ୟା ରତ ଥିବାର ଦେଖା ଯାଉଛି l
