Odisha news

ଆଇପିଏଲ୍‌ ୨୦୨୧ : ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍‌ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କଲା

0

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ର ଅଷ୍ଟାଦଶ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ୧୩୪ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୮.୫ ଓଭରରେ ୪ ୱିକେଟ ହରାଇ ବିଜୟ ହାସଲ କରିଛି । ରାଜସ୍ଥାନ ପକ୍ଷରୁ ଯଶସ୍ବୀ ଜୟସୱାଲ ୨୨ ରନ୍‌ କରିଥିବା ବେଳେ ଶିବମ୍ ଦୁବେ ୧୮ ବଲ୍‌ ଖେଳି ୨୨ ରନ୍‌ କରିଥିଲେ । ଅଧିନାୟକ ସଞ୍ଜୁ ସାମସନ୍ ୪୧ ବଲରେ ୪୨ ରନ୍‌ କରି ରାଜସ୍ଥାନକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ରାଜସ୍ଥାନ ୪ ଅଙ୍କ ସଂଗ୍ରହ କରି ପଏଣ୍ଟ ଟେବୁଲରେ ୬ଷ୍ଠ ସ୍ଥାନରେ ରହିଥିବା ବେଳେ କୋଲକାତା ଲଗାତାର ୪ର୍ଥ ପରାଜୟ ସହ ତାଲିକାର ଶେଷରେ ରହିଛି ।

ପ୍ରଥମେ ରାଜସ୍ଥାନ ଟସ୍‌ ଜିଣି ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଥିଲା। ରାଜସ୍ଥାନର ଦମଦାର ବୋଲିଂ କାରଣରୁ କୋଲକାତା ଟିମ୍‌ ୨୦ ଓଭରରେ ୯ଟି ୱିକେଟ୍‌ ହରାଇ ୧୩୩ ରନ୍‌ କରିଥିଲା।

କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ଇନିଂସ ଆରମ୍ଭ କରିଥିଲେ ନୀତିଶ ରାଣା ଓ ଶୁଭମାନ ଗିଲ। ଦଳୀୟ ସ୍କୋର ୨୪ ରନ୍‌ରେ ଇଅନ୍‌ ମୋର୍ଗାନଙ୍କ ନେତୃତ୍ବରେ ଖେଳୁଥିବା କୋଲକାତା ଟିମ୍‌ ପ୍ରଥମ ୱିକେଟ୍‌ ଭା‌ବରେ ଶୁଭମାନ୍‌ (୧୧ ରନ୍‌)ଙ୍କୁ ହରାଇଥିଲା। ନୀତିଶ ୨୫ଟି ବଲ ଖେଳି ୨୨ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। କୋଲକାତା ପାଇଁ ରାହୁଲ ତ୍ରିପାଠୀ ସର୍ବାଧିକ ୩୬ ରନ୍‌ ସଂଗ୍ରହ କରିଥିଲେ। ସେ ୨୬ଟି ବଲ ଖେଳି ଗୋଟିଏ ଚୌକା ଏବଂ ୨ଟି ଛକା ମାରିଥିଲେ। ଦିନେଶ କାର୍ତ୍ତିକ ୨୪ଟି ବଲ ଖେଳି ୨୫ ରନ୍‌ କରିଥିଲେ। ଏଥିରେ ୪ଟି ଚୌକା ସାମିଲ ଥିଲା। ଇଅନ୍‌ ମୋର୍ଗାନ କୌଣସି ବଲ୍‌ ସମ୍ମୁଖୀନ ନ ହୋଇ ରନ୍‌ ଆଉଟ୍‌ ହୋଇ ପାଭଲିଅନକୁ ଫେରିଥିଲେ।

ରାଜସ୍ଥାନ ରୟାଲ୍ସ ପାଇଁ କ୍ରିସ ମୋରିସ ଆଜି ଭଲ ବୋଲିଂ କରିଥିଲେ। ସେ ୪ ଓଭର ବୋଲିଂ କରି ୨୩ ରନ୍‌ ଖର୍ଚ୍ଚ କରିଥିଲେ। ଜବାବରେ ମୋରିସ ୪ଟି ୱିକେଟ ନେଇଥିଲେ। ଜୟଦେବ ଉନାଦକଟ, ଚେତନ ସାକାରିଆ ଓ ମୁସ୍ତାଫିଜୁର ରହମାନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

IEC 2 years
Leave A Reply