Odisha news

ସିଦ୍ଧାର୍ଥଙ୍କୁ ବାହାହେବେ ଶେହନାଜ୍‌ !

0

ଏବେ ନୂଆ ନୂଆ ଟାସ୍କକୁ ନେଇ ‘ବିଗ୍‌ ବସ୍‌ ୧୩’ ଚର୍ଚ୍ଚାରେ । ଶୋ’ର ଏକ ଭିଡିଓ ସୋସାଲ ମିଡିଆରେ ଫ୍ୟାନ୍‌ଙ୍କ
ଧ୍ୟାନ ଆକର୍ଷଣ କରିଛି । ସେଥିରେ ଶେହନାଜ୍‌ ଗିଲ୍‌ ସମସ୍ତଙ୍କ ଆଗରେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ବିବାହ ଘୋଷଣା କରିଛନ୍ତି । ଏହି ଭିଡିଓକୁ ବିଗ୍‌ ବସ୍‌ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ ସେୟାର କରିଥିଲା ଯାହାକୁ ଦେଖି ଶେହନାଜ ଓ ସିଦ୍ଧାର୍ଥ ବେଶ୍‌ ଖୁସି ଥିଲେ । ଭିଡିଓରେ ଶେହନାଜ୍‌ଙ୍କ ଅନ୍ଦାଜ୍‌କୁ ପ୍ରଶଂସକ ପସନ୍ଦ କରିଛନ୍ତି । ବିଗ୍‌ ବସ୍‌ ହାଉସ୍‌ରେ ଷ୍ଟାଣ୍ଡ୍‌ଅପ୍‌ କମେଡିର ଏକ ଶୋ’ ହୋଇଥିଲା ଯେଉଁଥିରେ ପ୍ରତିଯୋଗୀଙ୍କୁ ନିଜ ଜୋକ୍‌ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିବା ଥିଲା ଟାସ୍କ । ଏପରିସ୍ଥଳେ ସେମାନଙ୍କୁ କମେଡି ଶିଖାଇବା ପାଇଁ ହର୍ଷ ଲିମ୍ବାଚ୍ୟା ଏଣ୍ଟ୍ରି କରିଥିଲେ । ଏଥି ସହ ପ୍ରସିଦ୍ଧ କମେଡ଼ିଆନ ପରିତୋଷ ତ୍ରିପାଠୀ ମଧ୍ୟ ମହଜୁଦ ଥିଲେ । ଶେହନାଜ ମଞ୍ଚକୁ ଆସି ମାହିରାଙ୍କ କ୍ଲାସ୍‌ ଲଗାଇବା ପରେ ସିଦ୍ଧାର୍ଥଙ୍କ ସହ ବିବାହ ଘୋଷଣା କରିଥିଲେ । ସେ କହିଥିଲେ, ‘ଆମ ଦୁହିଁଙ୍କର ବାହାଘର ହୋଇଯାଉ । ଯଦି ଚାହୁଁଛ ଷ୍ଟାଣ୍ଡିଂ ଓଭେଶନ୍‌ ଦିଅ ।’ ଏହି କଥା ଶୁଣି ଦର୍ଶକ ଠିଆ ହେବା ପରେ ଶେହନାଜ କହିଲେ- ସିଦ୍ଧାର୍ଥ ବିଗ୍‌ ବସ୍‌ ପରେ ମୋତେ କଲ୍‌ କର ।

Leave A Reply