ଚିଙ୍ଗୁଡି ବୋଝେଇ ମିନି ଟ୍ରକ୍ କୁ ଧକ୍କା ଦେଲା ଟ୍ରକ ଲକ୍ଷାଧିକ ଟଙ୍କାର ଚିଙ୍ଗୁଡି ବୋହି ନେଲେ ପଥଚାରି , ଡ୍ରାଇଭର ଆହତ
ମାର୍ଶାଘାଇ, ଶୁକ୍ରବାର ଭୋର ସମୟରେ ଚଣ୍ଡିଖୋଲ-ପାରାଦୀପ ୫(କ)ଜାତୀୟ ରାଜପଥ ର କୁସୁନପୁର ଗ୍ରାମ ନିକଟରେ ଏକ ଚିଙ୍ଗୁଡି ବୋଝେଇ ମିନିଟ୍ରକ୍କୁ ଏକ ଟ୍ରକ ଧକ୍କା ଦେବା ଫଳରେ ମିନିଟ୍ରକଟି ଓଲଟି ପଡିଥିଲା । ଫଳରେ ମିନିଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଗାଡିର ଡ୍ରାଇଭର ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ମାର୍ଶାଘାଇ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଘଟଣାରୁ ପ୍ରକାଶ ପାରାଦ୍ୱିପରୁ ଏକ ମିନିଟ୍ରକଟି ଚିଙ୍ଗୁଡିବୋଝଇ କରି ଦିଘା ଅଭିମୁଖେ ଯାଉଥିଲା । ଗାଡିରେ ଲକ୍ଷାଧିକ ଟଙ୍କାର ଚିଙ୍ଗୁଡି ବିକ୍ରି ପାଇଁ ପଠାଯାଇଥିବା ସମୟରେ ଜାତୀୟ ରାଜପଥର କୁସୁନପୁର ନିକଟରେ ଏକ ଟ୍ରକଟି ତାକୁ ପଛ ପଟୁ ଧକ୍କା ଦେଇଥିଲା । ଗାଡିଟି ଦୃର୍ଘଟଣାଗ୍ରସ୍ତ ହୋଇଥିଲା ଫଳରେ ଗାଡିରେ ଥିବା ଚିଙ୍ଗୁଡି ଭର୍ତ୍ତି ଟ୍ରେ ସହିତ ଚିଙ୍ଗୁଡିସବୁ ଜାତିୟ ରାଜପଥ ଉପରେ ପଡିଯାଇଥିଲା । ତେବେ ରାସ୍ତା ଉପରେ ଚିଙ୍ଗୁଡି ପଡିଥିବାରୁ ଲୋକମାନେ ମନ ଇଛାରେ ଚିଙ୍ଗୁଡି ଗୋଟାଇ ନେଇଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ରାସ୍ତା ଉପରେ ଚିଙ୍ଗୁଡି ପଡିଥିବାରୁ ଲୋକ ମନ ଇଛାରେ ଚିଙ୍ଗୁଡି ନେଇଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଖବରପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚô ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।