ବର୍ଷସାରା ଗହଳଚହଳ ରହୁଥିବା ଗୋଆ ବିଚ୍ରେ ଲକ୍ଡାଉନ୍ ଯୋଗୁ ଜଣେ ହେଲେ ପର୍ଯ୍ୟଟକ ଦେଖାଯାଉ ନାହାନ୍ତି । ତେଣୁ ବେଳାଭୂମିରେ ନିର୍ଭୟରେ ବୁଲୁଛନ୍ତି ଅସଂଖ୍ୟ କଇଁଛ । ସୋସାଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ କଇଁଛ ବିଚ୍ରେ ମସ୍ତି କରୁଥିବା ନଜର ଆସିଛି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିଜ ଟ୍ୱିଟର ଆକାଉଣ୍ଟରେ ସାମୁଦ୍ରିକ କଇଁଛମାନଙ୍କ ଫଟୋ ସେୟାର କରିଛନ୍ତି । ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ସେମାନେ ସମୁଦ୍ରରୁ ବାହାରି କୂଳକୁ ଆସୁଛନ୍ତି । ପ୍ରମୋଦ ଲେଖିଛନ୍ତି, ପ୍ରକୃତିର ଅଦ୍ଭୁତ ଚମତ୍କାରିତା । ଗୋଆର ମୋର୍ଜିମ, ମନ୍ଦ୍ରେମ, ଏଗୋଣ୍ଡା ବିଚ୍ କଇଁଛର ବିଭିନ୍ନ ପ୍ରଜାତିଙ୍କୁ ଆକର୍ଷିତ କରିଥାଏ ।