Odisha news

“ଅମ୍ପାନ ” : ସମୁଦ୍ର ମୁହାଣର ଲୋକ କଚା ଘର ଛାଡି ପିଲାଛୁଆ ଧରି ଆଶ୍ରୟ ସ୍ଥଳୀରେ ପହଞ୍ଚିଲେ

0

ବାସୁଦେବପୁର,୧୯/୫ :  ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅମ୍ପାନ ଧିରେ ଧିରେ ବର୍ଷା ସାଙ୍ଗକୁ ପବନ ଲାଗି ରହିବାରୁ ବାସୁଦେବପୁର ପୌରପାଳିକାର ସମୁଦ୍ରକୁ ଲାଗି ରହିଥିବା ରାଧାକାନ୍ତପୁର ଥିବା କଚା ଘର ଆଜବେଷ୍ଟ ଘର ଛାଡି ଲୋକମାନେ ପିଲାଛୁଆଙ୍କୁ ଧରି ବାତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚିଛନ୍ତି । ସମୁଦ୍ରକୁ କୂଳ ବନ୍ଧକୁ ଲଗି ରହିଥିବା କଚା ଘର,ଆଜବେଷ୍ଟ ଓ ବିପଦ ଶଙ୍କୁଳ କୋଠାଘରର ଲୋକମାନେ ଭୟଭିତ ହୋଇ ପଡିଛନ୍ତି ।

ପବନର ଗତି ବୃଦ୍ଧି ପାଉଥିବାରୁ ସୁରକ୍ଷିତ ଭାବେ ଚାଳ ଘରେ ରହିବାକୁ ଲୋକମାନେ ଉଚିତ୍‍ ମଣୁନଥିବାରୁ ଘରର ଆସବପତ୍ର ଧରି ବାତ୍ୟା ଆଶ୍ରୟ ସ୍ଥଳୀକୁ ପଳାଇ ଆସୁଛନ୍ତି । ରାଧାକାନ୍ତପୁର ବାତ୍ୟା ଆଶ୍ରୟ ସ୍ଥଳୀ ସମ୍ପାଦକ ଗଗନ ବିହାରୀ କଳାଙ୍କ ନେତୃତ୍ୱରେ ପରିଚାଳନା ଓ ରକ୍ଷଣା ବେକ୍ଷଣ ସମିତି ସଦସ୍ୟମାନେ ଲୋକମାନଙ୍କୁ ଥଇଥାନ କରିଛନ୍ତି । ଏହି ସମୟରେ ସମାଜିକ ଦୂରତା ରକ୍ଷା କରି ମହିଳା ଓ ପୁରୁଷଙ୍କୁ ପୃଥକ ପୃଥକ ଥଇଥାନ କରାଯାଇଛି । କୁନି କୁନି ଶିଶୁମାନଙ୍କୁ ମହିଳାମାନେ ଧରି ଆସୁଥିବାର ଦେଖିବାକୁ ମିଳିଥିଲା । ସେହିପରି ପାରୁଳା ଘେରି ବିଦ୍ୟାଳୟରେ କିଛି ଲୋକ ଆଶ୍ରୟ ନେଇଛନ୍ତି । ଶାଶୁଭୂଆଶୁଣୀ ପଞ୍ଚାୟତର ରେଡକ୍ରସ ଆଶ୍ରୟ ସ୍ଥଳୀରେ କିଛି ଲୋକ ଅବସ୍ଥାନ କରିଛନ୍ତି ।

ସମୁଦ୍ର ମୁହାଣରେ ପବନର ବେଗ ବୃଦ୍ଧି ପାଉଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତା ବରଣ ଖେଳି ଯାଇଛି । ବାସୁଦେବପୁରରେ ଅବସ୍ଥାନ କରୁଥିବା ଓଏଫଡ୍ରାଫ ଟିମ୍‍ ଇରମ ପଞ୍ଚାୟତର ବିପଦ ଶଙ୍କୁଳ ଅବସ୍ଥାରେ ଥିବା ବଡ ବଡ ଗଛର ଡାଳ ଗୁଡିକ କାଟି ପକାଇଥିଲେ । ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଶ୍ୟମଭକ୍ତ ମିଶ୍ର, ବିଡିଓ ପ୍ରଣବ କୁମାର ବେହେରା,ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ପ୍ରମୁଖ ପ୍ରଶାସନିକ ଅଧିକାରୀ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ ।

Leave A Reply