Odisha news

ମସଜିଦ୍ ଓ ଇଦ୍ଗା ସ୍ଥଳରେ ୧୪୪ ଧାରା ଜାରି

0

ଯାଜପୁର :  ମହାମାରୀ କରୋନାକୁ ପ୍ରତିହତ କରିବାକୁ ସବୁସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି । ରାଜ୍ୟ ସରକାର ମହାମାରୀ ବିପର୍ଯ୍ୟୟ ଆଇନ ୧୮୯୭ ଧାରା ୨, ୩ ଓ ୪ ଆଧାରରେ ଓଡ଼ିଶା କୋଭିଡ୍-୧୯ ନିୟମ ୨୦୨୦ ଲାଗୁକରିବା ସହ ଜାତୀୟ ବିପର୍ଯ୍ୟୟ ପରି·ଳନା କର୍ତ୍ତୁପକ୍ଷ ବିପର୍ଯ୍ୟୟ ପରି·ଳନା ଆଇନ୍ ୨୦୦୫ ର ଧାରା ୬ (୨)(୧) ଆଧାରରେ ବିବିଧ ମାର୍ଗଦର୍ଶିକା ଜାରି କରିଛନ୍ତି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଆଦେଶ ସଂ. ୨୮୦୦ ତା ୧୮.୦୫.୨୦୨୦ ରିଖରେ ମଧ୍ୟ କରୋନା ପ୍ରତିହତ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣର ନିଦେ୍ର୍ଦଶ ରହିଛି, ଯେଉଁଥିରେ ସାମାଜିକ ଦୂରତା ହିଁ ମୁଖ୍ୟ ଅଂଶ ଭାବେ ବିବେଚନା କରାଯାଇଛି ।

ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ଲକ୍ ଡାଉନ୍ ଅବଧିକୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ଏହି ସମୟ ମଧ୍ୟରେ କୌଣସି ଧାର୍ମିକ ସ୍ଥଳ ଗୁଡ଼ିକରେ ପୂଜା ପାଠ ଉଦେ୍ଦଶ୍ୟରେ ଜନ ଗହଳିକୁ ବନ୍ଦ ରଖିବାକୁ କଢ଼ା ନିଦେ୍ର୍ଦଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ନାରାୟଣ ଚନ୍ଦ୍ର ଧଳ ଚଳିତ ମାସ ୨୫ ତାରିଖକୁ ସମସ୍ତ ମସ୍ଜିଦ୍ ଓ ଇଦ୍ଗା ସ୍ଥଳ ଗୁଡ଼ିକରେ ୧୪୪ ଧାରା ଲାଗୁ କରିଛନ୍ତି ।

ଏହି ସମୟ ମଧ୍ୟରେ ମସ୍ଜିଦ୍ ବା ଇଦ୍ଗା ସ୍ଥଳକୁ ସର୍ବାଧିକ ୫ ଜଣ ମୌଲବୀ ପ୍ରାର୍ଥନା ବା ରୀତିନିତୀ ପାଇଁ ଯାଇ ପାରିବେ ବୋଲି ଆଦେଶ କରାଯିବା ସହ ଏହି ସବୁ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ପୋଲିସ୍ ବାହିନୀକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ସମୟ ମଧ୍ୟରେ ମସଜିଦ୍ ବା ଇଦ୍ଗା ମଧ୍ୟକୁ ସାଧାରଣ ଜନତାଙ୍କ ପ୍ରବେଶ ଉପରେ କଢ଼ା କଟକଣା ଜାରି କରାଯାଇଛି ।

Nalco
Leave A Reply