Odisha news

ମନରେଗାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା , ଜୀବନ ରକ୍ଷା ସହ ଜୀବିକାକୁ ପ୍ରୋତ୍ସାହିତ କରିବାକୁପଡ଼ିବ : ପ୍ରକଳ୍ପ ନିଦେ୍ର୍ଦଶକ

0

ଯାଜପୁର: ଜୀବନ ବଞ୍ଚାଇବା ସହ ଜୀବିକା ନିର୍ବାହ ପାଇଁ ପ୍ରତ୍ୟେକ ସ୍ତରରେ ଉଦ୍ୟମକୁ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ ଆହ୍ୱାନ ଦେଇଛନ୍ତି । ରବିବାର ପୂର୍ବାହ୍ନରେ ବରୀ ବ୍ଲକ ସମ୍ମିଳନୀ କକ୍ଷରେ କରୋନା ପ୍ରତିହତ ସମୀକ୍ଷା ବୈଠକ ସହ ମନରେଗାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା, ଏଥିରେ ଅଧ୍ୟକ୍ଷତା କରି ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ନାୟକ ଗତ ୩ ମାସ ଧରି କରୋନାରେ ସମସ୍ତ ବିଶ୍ୱ ସହ ଆମ ଜିଲ୍ଲାରେ ଅନେକ ପ୍ରଭାବ ବିସ୍ତାର କରିଛି । ଏଥି ପାଇଁ ଲୋକମାନେ ସଙ୍ଗରୋଧରେ ରହିବା ସାମାଜିକ ଦୂରତା ବଜାୟ ରଖିବା, କାହାସହ ନମିଶିବା ବା ଗହଳିକୁ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଛି ।

ତେବେ ଦୀର୍ଘ ମାସ ଧରି ହାତ ବାନ୍ଧ କରିବା ବସିବା ଯୋଗୁଁ ଲୋକମାନଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେବାକୁ ଲାଗିଛି । ବର୍ତ୍ତମାନ ସରକାର ମଧ୍ୟ ଏହା ·ହୁଁଛନ୍ତି ଲୋକ ମାନଙ୍କର ଜୀବନକୁ ସୁରକ୍ଷିତ ରଖିବା ସହ ଜୀବିକାକୁ ମଧ୍ୟ ଆଗେଇବାକୁ ନେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ତେଣୁ ଦାୟିତ୍ୱରେ ଥିବା ଅଧିକାରୀ ଯନ୍ତ୍ରୀ, କର୍ମ·ରୀମାନେ ନିଷ୍ଠାପର ଭାବେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅଧିକରୁ ଅଧିକ ପ୍ରକଳ୍ପ ସାମିଲ କରି ଲୋକମାନଙ୍କୁ କାମ ଯୋଗାଇ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଏଥିରେ ଅବହେଳା ବା ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ବିଫଳତା ପାଇଁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଥିଲେ । ଉପ-ଜିଲ୍ଲାପାଳ ନାରାୟର ଚନ୍ଦ୍ର ଧଳ ବିଗତ ନିର୍ବାଚନ ଓ ଚଳିତ କରୋନା ଯୁଦ୍ଧରେ ଆମେ ପ୍ରମାଣ କରିଛନ୍ତି ଯେ ଆମେ ସମ୍ମିଳିତ ଭାବେ ସବୁକିଛି କରିପାରିବା ତେଣୁ ସମୟ ଆସିଛି ଲୋକମାନଙ୍କୁ ଅଣ୍ଟା ସଳଖି ଠିଆ କରିବାର ଓ ଆର୍ଥିକ ସ୍ଥିତିକୁ ସଜାଡ଼ିବାର । ପ୍ରତ୍ୟେକ ଏଥିପାଇଁ ଶତ ପ୍ରତିଶତ ଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲ୍ଦାର ସରୋଜ ନାୟକ, ବିଡ଼ିଓ ଶାସ୍ୱତ ଜେନା ଓ ଅନ୍ୟାନ୍ୟ ଅଧିକାରୀ କର୍ମ·ରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ପରେ ପ୍ରଦତ୍ତ ଆହ୍ୱାନକୁ ଗ୍ରହଣ କରି ଏହି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରାଯିବ ବୋଲି ସମସ୍ତ କର୍ମ·ରୀ ମତ ଦେଇଥିଲେ । ବିଭିନ୍ନ ଟି.ଏମ୍.ସି. ସଂପର୍କରେ ମଧ୍ୟ ଆଲୋଚନା କରାଯିବା ସହ ସରକାରୀ ମାର୍ଗଦର୍ଶିକା ଆଧାରରେ ସମସ୍ତ କାର୍ଯ୍ୟ ପରି·ଳନା ପାଇଁ ପରାମର୍ଶ ଦିଆଯାଇଥିଲା ।

Leave A Reply