Odisha news

ଅନଲାଇନରେ ମଦ ବିକ୍ରି : କଟକରେ ଅନଲାଇନରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି

0

ଭୁବନେଶ୍ୱର: ଅନଲାଇନରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଲାଗିରହିଥିବା ଟଣାଓଟରା ଭିତରେ ଶେଷରେ ହଁ ମାରିଲା କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ। ଆସନ୍ତାକାଲିଠାରୁ କଟକରେ ଅନଲାଇନରେ ମଦ ବିକ୍ରି ପାଇଁ ସଂଘ ଶେଷରେ ରାଜି ହୋଇଛି। କିନ୍ତୁ ଜୋମାଟୋ କିମ୍ବା ସ୍ୱିଗି ନୁହଁ, ବରଂ ଦୋକାନୀଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ହିଁ ଗ୍ରାହକଙ୍କୁ ମଦ ଡେଲିଭରି ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି।

ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଗ୍ରାହକ ଅର୍ଡର କରିବା ପରେ ଦିନ ଗୋଟାଏରୁ ସନ୍ଧ୍ୟା ୬ଟା ଭିତରେ ମଦ ଡେଲିଭରି କରାଯିବ ବୋଲି କହିଛି ସଂଘ। ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ଆଲୋଚନା ପରେ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ଏହି ନିଷ୍ପତ୍ତି ନେଇଛି।

ସେପଟେ ଖୋର୍ଦ୍ଧା ସଂଘର ଦାବି ସରକାର ସେମାନଙ୍କୁ ବୈଷୟିକ ଭିତ୍ତିଭୂମି ଓ କାଉଣ୍ଟରରେ ସୁରକ୍ଷା ଦିଅନ୍ତୁ। ସ୍ୱିଗି ଓ ଜମାଟୋ ଭଳି ସଂସ୍ଥାଙ୍କ ମାଧ୍ୟମରେ ବିକ୍ରିକୁ ବି ବିରୋଧ କରିଛି ଖୋର୍ଦ୍ଧା ସଂଘ। ଅନଲାଇନରେ ମଦ ବିକ୍ରି ପାଇଁ ସରକାର ନିଜ ୱେବସାଇଟରେ ୧୦୭୮ଟି ଅଫ୍-ସପ୍ ଓ ୪୭୧ ଅନ୍-ସପ୍ ଦୋକାନୀଙ୍କ ମୋବାଇଲ ନମ୍ବର ଓ ଇମେଲ୍ ଆଇଡି ସହ ସଂପୂର୍ଣ ତଥ୍ୟ ଦେଇଛନ୍ତି।

Leave A Reply