Odisha news

ପାରାଦୀପ ଓ କେନ୍ଦୁଝର ଟ୍ରକ ମାଲିକ ସଂଘ ମଧ୍ୟରେ ଛକାପଞ୍ଝା : କେନ୍ଦୁଝରରେ ଅଟକି ରହିଛି ପାରାଦୀପ ଅଞ୍ଚଳର ଶହ ଶହ ଗାଡ଼ି

0

କେନ୍ଦୁଝର: ଲୁହାପଥର ଅନଲୋଡ ନେଇ ପାରାଦୀପ ଓ କେନ୍ଦୁଝର ଟ୍ରକ ମାଲିକ ସଂଘ ମଧ୍ୟରେ ଛକାପଞ୍ଝା ସ୍ଥିତି। ପାରାଦୀପ ଟ୍ରକ ମାଲିକ ସଂଘର ଦାଦାଗିରିକୁ ବିରୋଧ କରି କେନ୍ଦୁଝରରେ ଅଟକି ରହିଛି ପାରାଦୀପ ଅଞ୍ଚଳର ଶହ ଶହ ଗାଡ଼ି। ପାରାଦୀପ ପୋର୍ଟରେ ଅନଲୋଡିଂ ପାଇଁ ଯାଉଥିବା ଗାଡିଗୁଡିକ ଧାଡିରେ ଯାଇ ସିରିଏଲ ଅନୁସାରେ ଖାଲି କରିବାର ନିୟମ ରହିଛି। ହେଲେ ସେଠାକାର ମାଲିକ ଓ ସଂଘର କର୍ମକର୍ତ୍ତା ସିରିଏଲ ବ୍ରେକ୍ କରି ନିଜ ନିଜ ଅଞ୍ଚଳ ଗାଡିଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଅନଲୋଡ୍ କରାଉଥିବା ସିଧାସଳଖ ଅଭିଯୋଗ କରିଛି।

କେନ୍ଦୁଝର ଟ୍ରକ ମାଲିକ ସଂଘ ଫଳରେ ପାରାଦୀପ ଅଞ୍ଚଳର ଟ୍ରକଗୁଡିକ ମାସକୁ ୧୫ ଟ୍ରିପରୁ ଅଧିକ ଲୁହାପଥର ପରିବହନ କରୁଛନ୍ତି। ଏନେଇ କେନ୍ଦୁଝର ଟ୍ରକ ମାଲିକ ସଂଘ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପାରାଦୀପ ସଂଘ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ।

ଫଳରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରାଦୀପର ଶହ ଶହ ଟ୍ରକ ଅଟକ ରଖାଯାଇଥିବା ସଂଘ କହିଛି। ବିବାଦର ସମାଧାନ ପାଇଁ ଆସନ୍ତାକାଲି କେନ୍ଦୁଝର ଟ୍ରକ ମାଲିକ ସଂଘ ପକ୍ଷରୁ ଏକ ବୈଠକ ଡକାଯାଇଛି। ଏଥିରେ ପାରାଦୀପ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ମଧ୍ୟ ଯୋଗ ଦେବେ।

Govt
Leave A Reply