Odisha news

କିଏ ସେହି ଭାରତୀୟ ଅଟନ୍ତି ଯିଏକି ସବୁଠୁ କମ ସମୟରେ ସାତସମୁଦ୍ର କୁ ପହଁରି ପାରି ହୋଇଥିଲେ

0

ମିହିର ସେନ , ଇଏ ସେହି ଭାରତୀୟ ଅଟନ୍ତି ଯିଏକି ସବୁଠୁ କମ ସମୟ ରେ ସାତସମୁଦ୍ର କୁ ପହଁରି ପାରି ହୋଇଥିଲେ l ଏପରି କାର୍ଯ୍ୟ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟକ୍ତି ଥିଲେ l  ସେଥିପାଇଁ ତାଙ୍କ ନାମ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ରେ ଉଲେଖ ହୋଇଥିଲା l ମିହିର ସେନ ଏସିଆ ତଥା ପ୍ରଥମ ଭାରତୀୟ ଭାବରେ ୭ଟି ସମୁଦ୍ର କୁ ପାରି ହୋଇଥିଲେ ତାହା ପୁଣି ପହଁରିକି l ୧୯୫୮ ରେ ଡୋବର ରୁ କେଳାଇସ ପର୍ଯ୍ୟନ୍ତ ଇଂଲିଶ ଚ୍ୟାନେଲ କୁ ସବୁଠୁ କମ ସମୟ , ଯାହାକି ଥିଲା ୧୪ ଘଣ୍ଟା ୪୫ ମିନିଟ ଥିଲା ଅତିକ୍ରମ କରିଥିଲେ l ଇଂଲିଶ ଚ୍ୟାନେଲ ୫୬୦ କିଲୋମିଟର ଲମ୍ବା ଓ ୨୪୦ କିଲୋମିଟର ଚଉଡା ସମୁଦ୍ର ଅଟେ l

ଯାହାକି ୟୁନେଇଟେଡ଼ କିଙ୍ଗଡମ ଓ ଫ୍ରାନ୍ସ ମଧ୍ୟରେ ପଡିଥାଏ l ମିହିର ସେନ ଙ୍କ ଜନ୍ମ ୧୬ ନଭେମ୍ବର ୧୯୩୦ ରେ ପଶ୍ଚିମ ବଙ୍ଗ ର ପୁରୁଲିଆ ନାମକ ସ୍ଥାନରେ ହୋଇଥିଲା l ସେ ପେସାରେ ଜଣେ ଓକିଲ ଥିଲେ l କେବଳ ଏତିକି ନୁହେଁ ମିହିର ସେନ ମାତ୍ର ଗୋଟିଏ ବର୍ଷରେ ୫ଟି ଅଲଗା ଅଲଗା ମହାଦୀପ ର ସମସ୍ତ ୭ଟି ସମୁଦ୍ର କୁ ପହଁରି ପାରି କରିଥିବା ପ୍ରଥମ ଭାରତୀୟ ଥିଲେ l ଭାରତ ସରକାର ଙ୍କ ପକ୍ଷରୁ ମିହିର ସେନ ଙ୍କୁ ୧୯୫୯ ରେ ପଦ୍ମଶ୍ରୀ ଓ ୧୯୬୭ ରେ ପଦ୍ମ ଭୂଷଣ ପୁରସ୍କାର ରେ ପୁରସ୍କୃତ କରାଯାଇ ଥିଲା l ଦିନ ଥିଲା ଜୁନ ୧୧, ୧୯୯୭ , ମାତ୍ର ୬୭ ବର୍ଷ ଅୟୁରେ ତାଙ୍କର ନିଧନ ହୋଇଥିଲା l

Nalco
Leave A Reply