Odisha news

ଜେରୁଜେଲମ ପାଇଁ ଚାଲିଛି ମିଡିଲ ଇଷ୍ଟରେ ଯୁଦ୍ଧ : ଆସନ୍ତୁ ଜାଣିବା ପ୍ରକୃତ ମାଲିକ କିଏ

0

ନୂଆଦିଲ୍ଲୀ :: ବର୍ଷୁଛି ମଧ୍ୟ-ପ୍ରାଚ୍ୟ ରେ ଗୁଳି ଓ ବାରୂଦ, ଆଉ ଘଟି ଚାଲିଛି ଯୁଦ୍ଧର ତାଣ୍ଡବ, ଯାହାକୁ ଦେଖି ବିଶ୍ୱବାସୀ ସ୍ତବ୍ଧ l ମାତ୍ର ୩୫ ଏକର ପରିବ୍ୟାପ୍ତ ଧାର୍ମିକ ସ୍ଥଳୀ ହଜାଇଛି ବିଶ୍ୱର ଶାନ୍ତି l  କିନ୍ତୁ ବର୍ତମାନ ପ୍ରଶ୍ନ ଉଠୁଛି ଯେ ୩୫ ଏକର ଏହି ଜାଗା କୁ ନେଇ ଯଦି ୩ଟି ଧର୍ମ ଦାବୀ କରୁଛନ୍ତି ତେବେ ବର୍ତମାନ ରହିଛି କାହାର କବ୍ଜା ରେ ? ଏହି ଧାର୍ମିକ ସ୍ଥଳ ର ଧାର୍ମିକ ଦାୟିତ୍ୱ ବର୍ତମାନ କାହା ଉପରେ ରହିଛି ?ଏବଂ ଏହାକୁ ଇହୁଦୀ ଏବଂ ମୁସ୍ଲିମ କାହିଁକି ଯୁଦ୍ଧ କରୁଛନ୍ତି ?

ଏମିତି ଅନେକ ଗୁଡିଏ ପ୍ରଶ୍ନବାଚୀ କୁ ନେଇ ମିଡିଲ ଇଷ୍ଟ ର ଯୁଦ୍ଧ ଉପରେ ରହିଛି ସାରା ବିଶ୍ୱର ନଜର l ୧୧୮୭ ପୂର୍ବରୁ ଟେମ୍ପଲ ମାଉଣ୍ଟ ଉପରେ ଈସାଈ ମାନଙ୍କର କବ୍ଜା ରହିଥିଲା, କିନ୍ତୁ ୧୧୮୭ ରେ ହରମ ଅଲ ସରିଫ ଉପରେ ମୁସଲମାନ ଙ୍କ କବ୍ଜା ହେଲା l ଏହାପରେ ଏହି ଧାର୍ମିକ ସ୍ଥଳୀ ର ସମସ୍ତ ଦାୟିତ୍ୱ ବକଫ ଅର୍ଥାତ ଇସ୍ଲାମିକ ଟ୍ରଷ୍ଟ କୁ ଦିଆଯାଇ ଥିଲା l ଏହି ସମୟ ରେ ଏହି ସ୍ଥାନକୁ ଅଣ ମୁସଲିମ ଙ୍କର ଏଣ୍ଟ୍ରି ନଥିଲା l ୧୯୪୮ ରେ ହିଁ ଇଂରେଜ ମାନେ ଫିଲିସ୍ତିନି ମାନଙ୍କୁ ୨ଭାଗ କରିଦେଲେ , ଠିକ ସେମିତି ୧୯୪୭ ରେ ଯେଭଳି ଭାରତକୁ ୨ଭାଗ କରିଥିଲେ l ସେତେବେଳେ ପାଲେଷ୍ଟାଇନ ଭାଗରେ ପଡିଥିଲା ୫୫ ପ୍ରତିଶତ ଓ ଇସ୍ରାଏଲ ଭାଗରେ ପଡିଥିଲା ୪୫ ପ୍ରତିଶତ ଜାଗା l ଏହାପରେ ମଇ ୧୪ ୧୯୪୮ ରେ ଇସ୍ରାଏଲ ନିଜକୁ ଗୋଟିଏ ସ୍ୱାଧୀନ ଦେଶ ଘୋଷଣା କରିଥିଲା ଏବଂ ଏହିଭଳି ଭାବରେ ବିଶ୍ୱରେ ଜନ୍ମ ନେଲା ପ୍ରଥମ ଇହୁଦୀ ରାଷ୍ଟ୍ର l

ସଂଯୁକ୍ତ ରାଷ୍ଟ୍ର ଖୋଜିଲା ରାସ୍ତା –
ଜେରୁଜେଲମ କୁ ନେଇ ଯୁଦ୍ଧ ବର୍ତ୍ତମନ ମଧ୍ୟ ଜାରି ରହିଥିଲା, କାହିଁକି ନା ଇସ୍ରାଏଲ ଓ ପାଲେଷ୍ଟାଇନ ଉଭୟେ ଜେରୁଜେଲମ କୁ ନିଜର ରାଜଧାନୀ କରିବାକୁ ଚାହୁଁଥିଲେ l ଧାର୍ମିକ ମାନ୍ୟତା ଦୃଷ୍ଟିରୁ ଜେରୁଜେଲମ କେବଳ ଇହୁଦୀ କି ମୁସ୍ଲିମ ଙ୍କ ପାଇଁ ମୁଖ୍ୟ ଧର୍ମ ସ୍ଥଳୀ ନଥିଲା, ଇହୁଦୀ ମାନଙ୍କ ପାଇଁ ମଧ୍ୟ ଏହା ଗୋଟିଏ ଧାର୍ମିକ ସ୍ଥଳୀ ଥିଲା l ଠିକ ସେତିକିବେଳେ ସଂଯୁକ୍ତ ରାଷ୍ଟ୍ର ମଧ୍ୟସ୍ଥତା କରିଥିଲା ଓ ଏବଂ ପାଲେଷ୍ଟାଇନ ପାଇଁ ଆଉ ଗୋଟିଏ ଭାଗ ବାହାର କଲା l ବର୍ତମାନ ଜେରୁଜେଲମ ର ୮ ପ୍ରତିଶତ ଅଂଶ ସଂଯୁକ୍ତ ରାଷ୍ଟ୍ର ନିକଟରେ ରହିଲା l ଏବଂ ୪୮ ପ୍ରତିଶତ ପାଲେଷ୍ଟାଇନ ନିକଟରେ ଓ ୪୪ ପ୍ରତିଶତ ଇସ୍ରାଏଲ ନିକଟରେ ରହିଲା l

ଗୋଟିଏ ସ୍ୱଧିକ ଦେଶ ବୋଲି ଘୋଷିତ ହେବା ପରେ ଇସ୍ରାଏଲ ନିଜର ରାଜଧାନୀ ଜେରୁଜେଲମ କରିବାକୁ ଚାହିଁଲା l ଏବଂ ପାଲେଷ୍ଟାଇନ ମଧ୍ୟ ଜେରୁଜେଲଏମ କୁ ନିଜର ରାଜଧାନୀ କରିବାକୁ ଚାହୁଁଥିଲା l ପୂର୍ବରୁ ମଧ୍ୟ ଦୁଇ ଦେଶ ମଧ୍ୟରେ ଏହି ସ୍ଥାନକୁ ନେଇ ବିବାଦ ରହିଥିଲା l ଇସ୍ରାଏଲ କହୁଥିଲା ଟେମ୍ପଲ ମାଉଣ୍ଟ ତାର ଏବଂ ମୁସ୍ଲିମ ମାନେ କହୁଥିଲେ ହରମ ଅଲ ସରିଫ ତାଙ୍କର l ଏହିସବୁ କୁ ନେଇ ସଂଯୁକ୍ତ ରାଷ୍ଟ୍ର ର ତତ୍ୱାବଧାନ ରେ ନିଷ୍ପତି ନିଆଗଲା ଯେ ଏହି ୩୫ ଏକର ଅଂଚଳ ଉପରେ ନା ଇସ୍ରାଏଲ ର ଅଧିକାର ଅଛି ନା ପାଲେଷ୍ଟାଇନ ର ଏହି ଅଂଚଳ ସିଧା ସଳଖ ସଂଯୁକ୍ତ ରାଷ୍ଟ୍ର ଅଧିକ ରେ ରହିବ l

କିନ୍ତୁ ଏତିକିରେ ଥମି ନଥିଲା ବିବାଦ, ସଂଯୁକ୍ତ ରାଷ୍ଟ୍ର ଏଥିପାଇଁ ଚୟନ କରିଥିଲା ତୃତୀୟ ରାଷ୍ଟ୍ର ଯିଏ ନେବ ଏହାର ଦାୟିତ୍ୱ l  ସେହି ଦେଶ ଟି ଥିଲା ଜୋର୍ଡାନ , ଏବଂ ନିଷ୍ପତି ନିଆଗଲା ଯେ ମୁସ୍ଲିମ ଇହୁଦୀ ଙ୍କୁ ବାହାରୁ ଟେମ୍ପଲ ମାଉଣ୍ଟ କୁ ଦର୍ଶନ କରିବା ପାଇଁ ସହମତି ଦେବେ, କିନ୍ତୁ ପୂଜା କରିବା ପାଇଁ ନୁହେଁ, ବର୍ତମାନ ମଧ୍ୟ ଏକ ପ୍ରଚଳିତ ହୋଇ ଆସୁଛି, କିନ୍ତୁ ଉଭୟ ପକ୍ଷର କଟରପନ୍ଥୀ ମାନେ ଏହି ନିଷ୍ପତି କୁ ଗ୍ରହଣ କରିପାରୁ ନାହାନ୍ତି l ତେଣୁ ଯେତେବେଳେ କୌଣସି ଇହୁଦୀ ଟେମ୍ପଲ ମାଉଣ୍ଟ କୁ ଦର୍ଶନ କରିବାକୁ ଯାଇଥାଏ ସେତେବେଳେ ଭିତରେ ତାଙ୍କ ଉପରେ ପଥର ଫିଙ୍ଗା ଯାଇଥାଏ, ଏହାର ପ୍ରତିବଦଳ ରେ ଇସ୍ରାଏଲ ମଧ୍ୟ ପଥର ଫିଙ୍ଗି ଜବାବ ଦେଇଥାଏ l

Leave A Reply