ଆଜି ହେଉଛି ନାବରାତ୍ରୀର ଚତୁର୍ଥ ଦିନ : ମା କୁଷ୍ମାଣ୍ଡା ନିକଟରେ ପାଠ କରି ନିଅନ୍ତୁ ଏହି ଗୋଟିଏ ଦିବ୍ୟ ମନ୍ତ୍ର, ଦୂର ହେବ ସମସ୍ତ ଭୟ
ବର୍ତମାନ ମା ଜଗତଜନନୀ ଧରା ପୃଷ୍ଠକୁ ଅବତରି ଛନ୍ତି ଏବଂ ମାଙ୍କର ପୂଜା ବିଧି ଚାଲିଛି l ଆଜି ହେଉଛି ନବରାତ୍ରି ର ଚତୁର୍ଥ ଦିନ, ଆଜିର ଦିନରେ ମା କୁଷ୍ମାଣ୍ଡା ଙ୍କୁ ପୂଜାର୍ଚନା କରାଯାଇ ଥାଏ l ମା କୁଷ୍ମାଣ୍ଡା ନିଜର ସ୍ମିତ ହାସ୍ୟ ଦ୍ୱାରା ବ୍ରହ୍ମାଣ୍ଡ କୁ ଉତ୍ପନ କରିଥିବାରୁ ମାଙ୍କୁ କୁଷ୍ମାଣ୍ଡା କୁହାଯାଇ ଥାଏ l
– ଆଜିର ଦିନରେ ମା କୁଷ୍ମାଣ୍ଡା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ସହିତ ସବୁଜ ରଙ୍ଗର ଆସନ ରେ ବସନ୍ତୁ l ଏବଂ ମା ଙ୍କୁ ନାଲି ବସ୍ତ୍ର, ନାଲି ଫୁଲ, ନାଲି ଶଙ୍ଖା , ନାଲି ସିନ୍ଦୁର ଅର୍ପଣ କରନ୍ତୁ l ଏବଂ ମାଙ୍କୁ ଜଳ ଓ ପୁଷ୍ପ ଅର୍ପଣ କରନ୍ତୁ l
– ଏହାଦ୍ୱାରା ଘର ପରିବାର ଉପରେ ଆଶୀର୍ବାଦ ରହିବା ସହିତ ରୋଗ ମୁକ୍ତ ହୋଇ ରହି ଥାଆନ୍ତି l ଆଜିର ଦିନରେ ମାଙ୍କ ନିକଟରେ ବିଭିନ୍ନ ଫଳ ସହିତ ମିଷ୍ଟାନ ରେ ମଲପୁଆ ପ୍ରସାଦ ଭାବରେ ଅର୍ପଣ କରାଯାଇ ଥାଏ l
– ମା କୁଷ୍ମାଣ୍ଡା ଙ୍କୁ ଯୋଗ-ଧ୍ୟାନର ଦେବୀ ବୋଲି କୁହାଯାଇ ଥାଏ, ମାଙ୍କର ଏହିରୂପ ଅନ୍ନପୂର୍ଣ୍ଣା ରୂପ ଅଟେ l ଯାହାକି ଉଦର ଅଗ୍ନିକୁ ଶାନ୍ତ କରିଥାଏ l ଏବଂ ମାଙ୍କ କବଚ କୁ ପାଠ କରନ୍ତୁ l
– ଆଜିର ଦିନରେ ମାଙ୍କ ନିକଟରେ ‘ଓଂ କୁଷ୍ମାଣ୍ଡାୟେ ନମଃ ‘ମନ୍ତ୍ରଟିକୁ ୧୦୮ ଥର ଜପ କରନ୍ତୁ l ଏହାଦ୍ୱାରା ଘରର ସମସ୍ତ ଦୁଃଖ, କଷ୍ଟ, ପୀଡା, ଭୟ ଦୂର ହୋଇଥାଏ l