Odisha news

ବ୍ୟକ୍ତି ଜଣଙ୍କ ନିଜ ସ୍କର୍ପିଓ ଗାଡିକୁ ଗଛରେ ବାନ୍ଧିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମହିନ୍ଦ୍ରା ଗ୍ରୁପ୍ର ଚୟାରମ୍ୟାନ ଆନନ୍ଦ ମହିନ୍ଦ୍ରା

0

ନୂଆଦିଲ୍ଲୀ : ମହିନ୍ଦ୍ରା ଗ୍ରୁପ୍ର ଚୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ସାମାଜିକ ଗଣମାଧ୍ୟମରେ ଅତ୍ୟନ୍ତ ସକ୍ରିୟ ଅଟନ୍ତି l ସେ ସବୁବେଳେ ନିଜର ଟ୍ୱିଟର ଆକାଉଣ୍ଟରେ ମଜାଦାର ଭିଡିଓ ମଧ୍ୟ ସେୟାର କରନ୍ତି l ଏହି କିଛି ଦିନ ତଳେ ସେ ଗୋଟିଏ ଟ୍ୱିଟ କରିଥିଲେ ,ଯାହାର ଚର୍ଚା ବର୍ତ୍ତମାନ ଜୋର ଧରିଛି l

ଗୋଟିଏ ଫଟୋ ସେୟାର କରିଥିଲେ ଯାହାକି ଥିଲା ଗୋଟେ ମହିନ୍ଦ୍ର ସ୍କର୍ପିଓ ଗାଡିର ,ଏହାକୁ ଗୋଟିଏ ଲୋକ ଗଛରେ ବାନ୍ଧିଥିଲା l ସେ ଗୋଟିଏ ମୋଟା ଚେନ ସାହାଯ୍ୟରେ ଗଛଟିକୁ ଶକ୍ତ ଭାବରେ ଗଛରେ ବାନ୍ଧି ରଖିଥିଲା କାରଣ ଗାଡିଟି ଚୋରି ହୋଇ ଯିବାର ତାକୁ ଭୟ ଥିଲା l

ଆନନ୍ଦ ମହିନ୍ଦ୍ରା ଯେତେବେଳେ ଏହି ଫଟୋଟିକୁ ଇଣ୍ଟରନେଟରେ ସେୟାର କଲେ ସେତେବେଳେ ଏହା ଭାଇରାଲ ହେବାକୁ ଲାଗିଲା l ଆନନ୍ଦ ମହିନ୍ଦ୍ରା ଫଟୋଟିକୁ ସେୟାର କରି ଲେଖିଥିଲେ ମାନିବାକୁ ପଡିବ ଏହି ପ୍ରକାରର ହାଇଟେକ ଲକିଂ ସଲ୍ୟୁସନକୁ l ଆମ ଦେଶର ଯୁବ ପିଢିଙ୍କ ପାଖରେ ଏପରି ବୁଦ୍ଧି ରହିଛି ଯାହା ତାଙ୍କୁ ଦୁନିଆରେ ପ୍ରତିଷ୍ଠିତ କରି ପାରୁଛି l

ତା ସହିତ ଏହି ଫଟୋଟିକୁ ଦେଖିଲେ ଲାଗୁଛି  ମାଲିକ ଜଣଙ୍କର ନିଜ ଗାଡି ପ୍ରତି ଅନେକ ସ୍ନେହ ରହିଛି l ମୋ ପାଇଁ ଏହି ଫଟୋଟି ସଠିକ ଭାବରେ ଦର୍ଶାଉଛି ଯେ ଲକଡାଉନରେ ଗୋଟିଏ ଜାଗାରେ ବାନ୍ଧି ହୋଇ ରହିବ ଦ୍ୱାରା କିପରି ଅନୁଭବ ହୁଅ ମୁଁ ସେହିପରି ଅନୁଭବ କରୁଛି l

Leave A Reply