ନୂଆଦିଲ୍ଲୀ : ଫେବୁଆରି ୭ ତାରିଖ ଦିନ ଉତରାଖଣ୍ଡର ଚମୋଲି ଜିଲ୍ଲାରେ ଯେଉଁ ହିଂସ୍ଖଳନ ହୋଇଛି ଓ ଏତେବଡ଼ ବିପଦ ଆସିଛି ,ଏହାକୁ ଚେତାବନୀ ଉତରାଖଣ୍ଡର ବୈଜ୍ଞାନିକ ମାନେ ୮ ମାସ ପୂର୍ବରୁ ଦେଇ ଦେଇଥିଲେ l ସେମାନେ କହିଥିଲେ କି ଉତ୍ତରାଖଣ୍ଡ ,ଜମ୍ମୁକାଶ୍ମୀର ଓ ହିମାଚଳ ପ୍ରଦେଶରେ ଅଧିକାଂଶ ସ୍ଥାନରେ ଏହିଭଳି ହିମାସ୍ଖଳନ ସ୍ତର ରହିଛି ,ଯାହା କେଵେବବି ଫାଟି ପରେ l ସେମାନେ ଏହି ବିଷୟରେ ଜମ୍ମୁକାଶ୍ମୀରରେ ଥିବା ଶ୍ୟକ ନଦୀର ଉଦାହରଣ ଦେଇଥିଲେ l ବୈଜ୍ଞାନିକ ମାନେ କହିଥିଲେ ଶ୍ୟକ ନଦୀର ପ୍ରବାହକୁ ଗୋଟିଏ ହିମାସ୍ଖଳନ ସ୍ତର ଅଟକାଇ ଦେଇଛି l
ଏହି କାରଣରୁ ସେଠାରେ ବର୍ତ୍ତମାନ ଗୋଟିଏ ବଡ଼ ହ୍ରଦ ହୋଇ ଯାଇଛି l ହ୍ରଦରେ ଅଧିକ ପାଣି ଜମା ହେଲେ ଏହା ଫଟିବାର ଆଶଙ୍କା ରହିଛି l ବୈଜ୍ଞାନିକ ମାନେ ଚେତାଇ ଦେଇଥିଲେଯେ ଜମ୍ମୁକାଶ୍ମୀର ସହିତ ହିମାଳୟ କ୍ଷତ୍ରରେ ମଧ୍ୟ ହିଂସ୍ଖଳନ ଦ୍ୱାରା ନଦୀର ପ୍ରବାହ ଅଟକି ଯାଇ ଅନେକ ହ୍ରଦ ସୃଷ୍ଟି ହୋଇଛି l ଏହା ଅତ୍ୟନ୍ତ ଭୟଙ୍କର ସ୍ଥିତି ହୋଇପାରେ l ୨୦୧୩ ର ବିପଦ ପରେ ବୈଜ୍ଞାନିକ ମାନେ ଲଗାତାର ହିମାଳୟର ପାର୍ବତ୍ୟ ଅଂଚଳ ସହିତ କେତୋଟି ସ୍ଥାନରେ ଗବେଷଣା କରୁଛନ୍ତି l
ସେମାନଙ୍କ ଅନୁସାରେ ହିଂସ୍ଖଳନ କାରଣରୁ ସୃଷ୍ଟି ହେଉଥିବା ବଡ଼ ବଡ଼ ହ୍ରଦ ବିପଦ ଆଣିପାରେ l ସାଧାରଣତଃ ବରଫରେ ତିଆରି ହୋଇଥିବା ବନ୍ଧ ଗୋଟିଏ ବର୍ଷ ପର୍ଯ୍ୟନ୍ତ ମଝବୁତ ରହିଥାଏ l ବୈଜ୍ଞାନିକ ମାନେ ନିଜ ଗବେଷଣାରେ କହିଛନ୍ତି ଯେ ଶ୍ୟକ ନଦୀର ନିକଟ ବର୍ତି ହିମାଳୟ ପାର୍ବତ୍ୟ ଅଞ୍ଚଳରେ ହିଂସ୍ଖଳନ ବିପଦ ପ୍ରାୟ ସମସ୍ତ ଘାଟିରେ ରହିଛି ,କାରଣ ଏଠାରେ ଗ୍ଲସିୟର ଦ୍ରୁତ ଗତିରେ ତରଳୁଛି l କିନ୍ତୁ ପାକ ଅଧିକୃତ କାଶ୍ମୀରରେ ଗ୍ଲସିୟରରେ ବରଫର ମାତ୍ର ବଢ଼ିବାରେ ଲାଗିଛି l ଏହାକୁ ଅଟକାଇବା ପାଇଁ ବୈଜ୍ଞାନିକ ମାନେ କୌଣସି ଉପାୟ ବାହାର କରି ନାହାନ୍ତି l
Comments are closed.