ନୂଆଦିଲ୍ଲୀ : ନିକଟରେ ଆଫ୍ରିକାର କଙ୍ଗୋରେ ଗୋଟିଏ ରୋଗୀଙ୍କ ଶରୀରରେ ହେମୋର ହାଜିକ ଜ୍ଵରର ଲକ୍ଷଣ ଦେଖା ଜିଥିଲା l ଏହା ପରେ ରୋଗୀ ଜଣଙ୍କୁ ଆଇସୋଲେସନରେ ରଖାଗଲା ଓ ତାଙ୍କର ସାମ୍ପୁଲ ଇବୋଲା ଟେଷ୍ଟ ପାଇଁ ପଠା ଯାଇଥିଲା l ଏହି ସମୟରେ ସମସ୍ତ ମେଡିକାଲ ଏକ୍ସପର୍ଟ ଗୋଟିଏ ପ୍ରଶ୍ନ ସହିତ ଚିନ୍ତିତ ରହିଥିଲେ ଯେ ଯଦି ମହିଳା ଜଣଙ୍କୁ ଇବୋଲା ହୋଇ ନଥିବ ଏବଂ କଣ ହେବ ଯଦି ମହିଳା ଅନ୍ୟ କୌଣସି ନୂଆ ଭୁତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବେ l ଏହି ନୂଆ ଭୁତାଣୁଟିର ନାମ “ଡିଜିଜ ଏକ୍ସ “l
ଯଦି ଏହି ରୋଗ ଦ୍ରୁତ ଗତିରେ ବଢିବ ତେବେ କଣ ମଣିଷଙ୍କର ଜୀବନ ନେଇ ଯିବକି ?ଡିଜିଜ ଏକ୍ସ ଗୋଟିଏ ଅଜ୍ଞାତ ରୋଗ ଅଟେ l ଯାହା ଆସୁଥିବା ସମୟରେ ଦୁନିଆରେ ବ୍ୟାପି ପରେ l ଦୁନିଆର ଜଣାଶୁଣା ମେଡିକାଲ ବିଶେଷଜ୍ଞ ମାନେ କହିଛନ୍ତି ଯେ ଡିଜିଜ ଏକ୍ସର ଭୟ ଆସନ୍ତା ଭବିଷ୍ୟତ ପାଇଁ ରହିଛି ଏବଂ ଏହି ନୂଆ ମହାମାରୀଟି କାୖଣସି କାଳ୍ପନିକ ମହାମାରୀ ନୁହେଁ ଏହା ବୈଜ୍ଞାନିକ ମାନଙ୍କ ପ୍ରମାଣ ଆଧାରରେ କୁହl ଯାଇଛି l ସେମାନେ କହିଛନ୍ତି ଯେ ଇବୋଲା ଓ କରୋନା ବିଷୟରେ ଆମେ କେହି ଜାଣି ନଥିଲେ କିନ୍ତୁ ଏହା ଗୋଟିଏ ଭୟଙ୍କର ରୂପ ନେଲା l
୧୯୭୬ ରେ ଇବୋଲା ଭୁତାଣୁ ଉପରେ ଗବେଷଣା କରୁଥିବା ଗବେଷକ କାହିଁଛନ୍ତି ଆଫ୍ରିକା ମହାଦେଶରେ ସମ୍ଭବତ ଭୟଙ୍କର ଭୁତାଣୁ ବ୍ୟାପିବାର ବିପଦ ରାହିଛି l ଇବୋଲା ଭୁତାଣୁର ଗବେଷଣା ପରେ ଏହି ପ୍ରଫେସର ନୂଆ ଭୁତାଣୁର ଗବେଷଣା କାରୁଛନ୍ତି l ବର୍ତ୍ତମାନ ବିଶ୍ୱର ଜନସଧାରଣଙ୍କ ପ୍ରତି ନୂଆ ନୂଆ ଭୁତାଣୁର ଖୋଜ କରୁଛନ୍ତି l କଙ୍ଗୋର ଯେଉଁ ମହିଳା ଜଣଙ୍କ ଅଜଣା ରୋଗରେ ପୀଡିତ ଅଛନ୍ତି ତାଙ୍କର ସମସ୍ତ ରିପୋର୍ଟ ନେଗେଟିଭି ଆସିଛି l ତଥାପି ଆଜି ମଧ୍ୟ ତାଙ୍କର ରୋଗଟି ରହସ୍ୟମୟ ଅବସ୍ଥାରେ ରାହିଛି l ସେଥିପାଇଁ ଗବେଷକ ମନେ ଡିଜିଜ ଏକ୍ସର ଗବେଷଣା କରୁଛନ୍ତି l