ନିରାକାରପୁର,୩/୩:ଗ୍ରୀଷ୍ମ ର ପ୍ରକୋପ ବଢିବା ସହିତ ପାନୀୟ ଜଳ ସଂକଂଟ ବଢ଼ିବାରେ ଲାଗିଛି।ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର ବିଦ୍ୟାଳୟରେ ଯୋଜନା ପ୍ରସ୍ତୁତି କରି ବିଦ୍ୟାଳୟରେ ନଳକୂପ ଓ ସପ୍ଲାଇ ପାଣି ଯୋଗାଇବା ବ୍ୟବସ୍ଥା କରିଥିବା ବେଳେ ବିଦ୍ୟାଳୟରେ ମିଳୁନାହିଁ ପିଇବା ପାଣି।ଅଚଳ ମଟରକୁ ମରାମତି କରି ପାଣି ଯୋଗାଇବା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଓ ଶିକ୍ଷା ବିଭାଗର ଅଧିକାରୀ କର୍ଣପାତ କରୁ ନ ଥିବାରୁ ପ୍ରତିବାଦରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଗେଟରେ ତାଲା ପକାଇବା ପରେ ମରାମତି ପାଇଁ ପ୍ରତିଶ୍ରୁତି ମିଳିଛି।
ସୂଚନାଯୋଗ୍ୟ କି ଖୋର୍ଦ୍ଧା ଜିଲ୍ଲା ଟାଗିଂ ଶିକ୍ଷା ସର୍କଲ ନିରାକାରପୁର ଗ୍ରାମପଞ୍ଚାୟତ ଚିତ୍ରକୂଟ ବିହାର ପ୍ରାଥମିକ ବିଦ୍ୟାଳୟରେ ପାନୀୟ ଜଳ ଯୋଗାଣ ନିମନ୍ତେ ଏକ ନଳକୂପ ରେ ମଟର ବସାଇ ପାଣି ଯୋଗାଇ ଦିଆଯାଇଥିଲା ବେଳେ ମଟରଟି ଅଚଳ ହେବାରୁ ୨୫ ଦିନ ହେବ ମିଳୁନାହିଁ ପାଣି।ବିଦ୍ୟାଳୟରେ ରୋଷେଇ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ପାଣି ମିଳୁନଥିବାରୁ ଅନେକ ସମସ୍ୟା ଉପୁଜୁଛି।ବିଦ୍ୟାଳୟ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀ ଓ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କୈ।ଣସି ସୁଫଳ ମିଳିନାହିଁ।ପ୍ରତିବାଦରେ ଆଜି ବିଦ୍ୟାଳୟ ମୂଖ୍ୟ ଫାଟକରେ ତାଲା ପକାଇ ଛାତ୍ର ଛାତ୍ରୀ ,ଅଭିଭାବକମାନେ ପ୍ରତିବାଦ କରିଛନ୍ତି।ଦାବି ପୁରଣ ନହେଲେ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେବା ପରେ ଖବର ପାଇ ବ୍ଲକ ଶିକ୍ଷା ଅଧିକାରୀ ବିଡ଼ିଓ ଙ୍କୁ ଅବଗତ କରିବା ପରେ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ମରାମତି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି। ଆସନ୍ତା କାଲି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଯିବ ବୋଲି ଜଣାପଡିଛି।
