Odisha news

ଆୟୋଜିତ ହେଲା ପଞ୍ଚାୟତ ସମିତିର ଦ୍ୱିତୀୟ ବୈଠକ, ଉନ୍ନୟନ ମୂଳକ ପ୍ରକଳ୍ପ ଉପରେ ଆଲୋଚନା

0
ଜଗନ୍ନାଥ ପ୍ରସାଦ (Amarendra Pattanaik) 3/3 : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତି ଅଧିନସ୍ଥ 25ଟି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଓ ସଭ୍ୟ ଏବଂ ସରପଞ୍ଚ ବୃନ୍ଦଙ୍କୁ ନେଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜୟଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ସମିଳନୀ କକ୍ଷରେ ପଞ୍ଚାୟତ ସମିତିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଓଡିଶା ବାଚସ୍ପତି ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ସମସ୍ତ ବିଭାଗ ଯଥା ସାଧାରଣ ବଣ୍ଟନ ବ୍ୟବସ୍ଥା, ଶିକ୍ଷା, ସମାଜ କଲ୍ୟାଣ, କୃଷି, ଉଦ୍ୟାନ ଓ ପ୍ରାଣୀଧନ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ମତ୍ସ୍ୟ ଚାଷ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଉଠା ଜଳସେଚନ/ କ୍ଷୁଦ୍ର ଜଳସେଚନ, ବିଦ୍ୟୁତିକରଣ , ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉନ୍ନୟନମୂଳକ କାର୍ଯ୍ୟ ସମସ୍ତ ବିଭାଗର ଉନ୍ନୟନ ମୂଳକ ପ୍ରକଳ୍ପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରଥମେ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବସନ୍ତ ସାହୁ ବିବରଣୀ ପାଠ କରିଥିଲେ l ଆଜିର ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅନୁପ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ରଂଜିତ କୁମାର ପାତ୍ର, ସାଂସଦ ଙ୍କ ପ୍ରତିନିଧି ବିପ୍ରଚରଣ ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଖିରୋଦ ନାୟକ, ଆଡିଶନାଲ ତହସିଲଦାର ବୈରାଳୀ ମୁର୍ମୁ ଙ୍କ ସହ ପଞ୍ଚାୟତର ସମସ୍ତ ଭିଏଲଡବ୍ଲ୍ୟୁ ଓ ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।
Nalco
Leave A Reply