ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଇରାନର କିଛି ଭିଡିଓ ଭାଇରଲ ହେଉଛି l ଏହି ଭିଡିଓ ରେ ପୋଲିସ ମହିଳା ମାନଙ୍କ ଚୁଟି ଘୋଷାଡ଼ି ତାଙ୍କୁ ଗିରଫ କରୁଛି l ସୂଚନା ଯୋଗ୍ୟ ଯେ ଏହି ଝିଅ ମାନଙ୍କର ମା ମାନେ ବର୍ତମାନ ଡାକ୍ତରଖାନା ରେ ଭର୍ତି ହୋଇଛନ୍ତି l ୨୦୨୨ ଡିସେମ୍ବର ମାସରେ କିଛି ସ୍କୁଲ ଛାତ୍ରୀ ମାନେ ଅସୁସ୍ଥ ହୋଇଥିବାର ଖବର ସାମ୍ନା କୁ ଆସିଥିଲା l ସୂଚନା ଯୋଗ୍ୟ ଯେ ଏହି ଝିଅ ମାନଙ୍କୁ ପାଠ ପଢ଼ାରୁ ନିବୃତ ରଖିବା ପାଇଁ ତାଙ୍କୁ ବିଷ ଦିଆଯାଇଛି l
ଏଭଳି କରିବା ପାଇଁ ସ୍କୁଲ ଗୁଡିକରର ପାଣି ଟାଙ୍କିରେ କେମିକାଲ ମିଶ୍ରଣ ହୋଇଥିଲା l ଏହି ଦୂଷିତ ପାଣି ପିଇବା ଦ୍ୱାରା ଶହଶହ ଛାତ୍ରୀଙ୍କୁ ପ୍ରସଶ ନେବାରେ ଅସୁବିଧା ହେବା କାରଣରୁ ସେମାନଙ୍କୁ ଡାକ୍ତରଖାନା ରେ ଭର୍ତି କରାଯାଇ ଥିଲା l ପ୍ରଦର୍ଶନ କରୁଥିବା ଅଭିଭାବକ ମାନେ ଦାବି କରିଥିଲେ ଯେ ଦୋଷୀ କୁ ଦଣ୍ଡ ଦିଆଯାଉ l କିନ୍ତୁ ଦୀର୍ଘ ତିନିମାସ ବିତି ଯାଇଥିଲେ ସୁଦ୍ଧା ଏହି ମାମଲାରେ କେହି ଗିରଫ ହୋଇ ନାହାନ୍ତି କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉ ନାହିଁ l
ସେଥିପାଇଁ ଅସନ୍ତୁଷ୍ଟ ପିତାମାତା ବିରୋଧ ପ୍ରଦର୍ଶନ କରିବାକୁ ଲାଗିଥିଲେ l କିନ୍ତୁ ପୋଲିସ ଅଭିଭାବକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି ତାଙ୍କୁ ଗିରଫ କରିଥିଲା l ଇରାନ ର ସ୍ୱାସ୍ଥ୍ୟମନ୍ତ୍ରୀ ୟୁନୁସ ପନାହି କହିଥିଲେ ସହରରେ ଥିବା ବିଦ୍ୟାଳୟ ଟାଙ୍କି ଗୁଡିକରେ କେମିକାଲ ପ୍ରୟୋଗ ହୋଇଛି , ଯେଉଁ କାରଣରୁ ଛାତ୍ରୀ ମାନଙ୍କ ଶ୍ୱାସ କ୍ରିୟା ପ୍ରଭାବିତ ହୋଇଛି l ଏଥିରେ ବାନ୍ତି, ଶରୀରରେ ଯନ୍ତ୍ରଣା ଭଳି ଅସୁବିଧା ଦେଖା ଯାଉଛି l ଇରାନ ର ନ୍ୟୁଜ ଏଜେନ୍ସି IRNA ଅନୁସାରେ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଏଭଳି କାର୍ଯ୍ୟ ଦ୍ୱାରା ଜଣା ପଡୁଛି ଯେ କିଛି ଲୋକ ଛାତ୍ରୀ ମାନଙ୍କ ଶିକ୍ଷା ନିମିତ୍ତ ଖୋଲିଥିବା ବିଦ୍ୟାଳୟ କୁ ବନ୍ଦ କରିବାକୁ ଚାହୁଁଛନ୍ତି l
