ଗୋପ : ଦୀର୍ଘ ୯ମାସର ବ୍ୟବଧାନ ପରେ ଖୋଲିବ ସ୍କୁଲ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ୮ ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ଗୋପ କୋଣାର୍କ ଅଞ୍ଚଳରେ ଥିବା ସ୍କୁଲ କର୍ତୃପକ୍ଷମାନେ ତତ୍ପରତା ପ୍ରକାଶ କରିଛନ୍ତି । ଶ୍ରେଣୀ ଗୃହ, ଲାବ୍ରୋଟାରି, ଶୌଚାଳୟକୁ ବିଶୋଧନ କରିବା ସହ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି କର୍ମଚାରୀମାନେ କ୍ୟାମ୍ପସକୁ ଆସିବା ସମୟରେ ସେମାନଙ୍କ ଥର୍ମାଲ୍ ସ୍କ୍ରିନିଂ ଚାଲିଛି। ହ୍ୟାଣ୍ଡ୍ ସାନିଟାଇଜ୍ ଉପରେ ବି ଗୁରୁତ୍ବ ଦିଆଯାଉଛି। ଅନୁମତି ମିଳିବା ପରେ ସ୍କୁଲ କ୍ୟାମ୍ପସ ବିଶୋଧନ କରାଯାଇଛି ।ଗୋପ ବ୍ଲକ ମା”ଭୁଆସୁଣି ଉଚ୍ଚ ବିଦ୍ୟାଳୟରେ ଆମେ ପହଁଚି ସ୍ଥିତି ପରଖି ଥିବା ବେଳେ ସମସ୍ତ ଶୃଂଖଳିତ ବ୍ୟବସ୍ତା କରା ଯାଇଛି ସେହିପରି କୋଣାର୍କ ଟି ଆର ଡ଼ବୁଲ ସ୍କୁଲରେରେ ହଷ୍ଟେଲ ରେ ରହିବାକୁ ଥିବା ଛାତ୍ରଛାତ୍ରୀଙ୍କ କରେନା ପରୀକ୍ଷା ବାଧ୍ୟତାମୂଳକ କରାଯାଇଥିବା ବେଳେ ସ୍ୱତନ୍ତ୍ର କ୍ୟାମ୍ପ କରାଯିବ ବୋଲି ସୂଚନା ମିଳିଛି ।
