Odisha news

ମକର ଉପଲକ୍ଷେ ତୁରନ୍ତ ସୁପରଫାଷ୍ଟ ଟ୍ରେନ୍ ଚଳାଚଳ ପାଇଁ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚାର ଦାବି

0

ବାରିପଦା : ବାଙ୍ଗିରିପୋଷିରୁ ଭୁବନେଶ୍ୱର ଚଳାଚଳ କରୁଥିବା ସୁପରଫାଷ୍ଟ ଟ୍ରେନ୍ଟି ବନ୍ଦ ହୋଇଯାଇଥିବାରୁ ମୟୂରଭଞ୍ଜ ଜିଲ୍ଲାର ଜନସାଧାରଣମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗକୁ ମୟୂରଭଞ୍ଜର ଗଣପର୍ବ ମକର ସଂକ୍ରାନ୍ତି ଆସୁଥିବାରୁ ତୁରନ୍ତ ଏହି ଟ୍ରେନ୍ଟିକୁ ଚଳାଚଳ କରିବା ପାଇଁ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ଦାବି କରିଛି । ଏନେଇ ସଂଗଠନ ପକ୍ଷରୁ ଖଡକପୁର ଡିଭିଜନ୍ ପୂର୍ବତଟ ରେଳୱାଇ ଡିଆରଏମଙ୍କ ଉଦେ୍ଦଶ୍ୟରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ଜୋରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଭାପତି ଧରମ୍ରାଜ୍ ହାଁସଦାଃଙ୍କ ନେତୃତ୍ୱରେ ଉପସଭାପତି ଚନ୍ଦନ ସିଂ, ବିଶ୍ୱଜିତ୍ ମୁର୍ମୁ, ବିରାମ ମୁର୍ମୁ, ଜଗନ୍ନାଥ ମହାନ୍ତ ଓ ବୈକୁଣ୍ଠ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply