Odisha news

ମହିଳାଙ୍କୁ ଗଣଦୁଷ୍କର୍ମ କରି ୪ ଗିରଫ

0

ବାରିପଦା  : ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଆରଏମସି ମାର୍କେଟ୍ ପଡିଆ ନିକଟରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରି ଜଣେ ନାବାଳକଙ୍କ ସହ ୪ଜଣ ଗିରଫ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ବାରିପଦା ସଦର ଥାନା ରଜାବସା ଅଞ୍ଚଳର ଜଣେ ମହିଳାଙ୍କୁ ଏକୁଟିଆ ପାଇ କାଳିକାପୁର ଅଞ୍ଚଳର ରାଜୁ ସିଂ(୩୦), ତକତପୁର ଅଞ୍ଚଳର କାହ୍ନା ନାଏକ(୨୪) ଓ ମୁନା ହାଁସଦାଃ(୧୯)ଙ୍କ ସହ ଜଣେ ନାବାଳକ ମିଶି ମହିଳାଙ୍କୁ ଓଆର-୧୧ଏଚ୍-୬୨୦୬ ନମ୍ବର ବିଶିଷ୍ଟ ଟାଟାଏସି ଗାଡିରେ ଟେକି ନେଇ ତକତପୁର ସ୍ଥିତ ଆରଏମସି ମାର୍କେଟ୍ ପଡିଆ ନିକଟରେ ଜଣକ ପରେ ଜଣେ ଜୋର ଜବରଦସ୍ତ ଗଣଦୁଷ୍କର୍ମ କରିଥିଲେ । ଏନେଇ ପୀଡିତାଙ୍କ ଅଭିଯୋଗ କ୍ରମେ ବାରିପଦା ଟାଉନଥାନାରେ ୨୮/୨୧ରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Nalco
Leave A Reply