ଆନନ୍ଦପୁର,୭/୧ : ଘଷିପୁରା ବ୍ଲକ ଅନ୍ତର୍ଗତ ଭଣ୍ଡାରିଡିହା ବେଷ୍ଟ ବଏଜ୍ କ୍ରିକେଟ ବ୍ଲକ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ୮ଟି ଦଳ କୁ ନେଇ ଖେଳ ଆରମ୍ଭ ହୋଇଥିବା ବେଳେ ଫାଇନାଲରେ ଭଦ୍ରକ ଜିଲ୍ଲାର ଆଗରପଡା ଏକାଦଶ ଓ କେନ୍ଦୁଝର ଜିଲ୍ଲା ର ପାଟସୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ପାଟସୁରା ନିର୍ଦ୍ଧାରିତ ୧୨ ଓଭର ରେ ୬୬ ରନ୍ କରିଥିଲେ। ଜବାବରେ ଆଗରପଡା ୬୮ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ସମ୍ମାନୀତ ଅତିଥି ଭାବେ ଘଷିପୁରା ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତ, ବ୍ଲକ ସଭାପତି ଯୁବ ଜନତାଦଳ ଦେବଦତ୍ତ ନାୟକ, କେନ୍ଦୁଝର ଜିଲ୍ଲା ଯୁବ ସମ୍ପାଦକ ସୁଦୀପ କୁମାର ସାହୁ, ,ଘଷିପୁରା ବ୍ଲକ ଛାତ୍ର ଯୁବ ସଭାପତି ସୋମ୍ୟରଞ୍ଜନ ବଳ, ,ଆଇଟିସେଲ୍ ସତ୍ୟନାରାୟଣ ସାହୁ, ପୂର୍ବତନ ସରପଂଚ ଅକ୍ଷୟ ଜେନା ,କୃଷକ ନେତା କୃଷ୍ଣଚନ୍ଦ୍ର ରାଉତ, ବିଜେଡ଼ି ନେତା ପରେଶ୍ କୁଅଁର, ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ପୁହାଣ, ସମାଜସେବୀ ନିର୍ମଳ ରାଉତ,ଯୁବ ସମ୍ପାଦକ ଦେବେନ୍ଦ୍ର ଦାଶ, ଶିକ୍ଷାବିତ୍ କେଶବ ଚନ୍ଦ୍ର ନାୟକ, ସମାଜସେବୀ ଅଦୈତ ରାଉତ, ରାଜେନ୍ଦ୍ର ବେହେରା, ଯୋଗଦେଇ ଚାମ୍ପିଅନ ଓ ରନର୍ସ ଅଫ୍ ଦଳକୁ ପୁରସ୍କୃତ କରିଥିଲେ। ସିତେନ୍ଦ୍ର ଭଞ୍ଜ, ସୋମ୍ୟରଞ୍ଜନ ରଣା ମ୍ୟାଚ ପରିଚାଳନା କରିଥିଲେ। ଅଭୟ ନାୟକ ଧାରାବିବରଣୀ ଦେଇଥିଲେ। ଦୀନବନ୍ଧୁ ରଣା ସ୍କୋରର ଥିଲେ। କ୍ଲବ ପକ୍ଷରୁ ପ୍ରାଣବଲ୍ଲଭ ପରିଡ଼ା, କୃପାସିନ୍ଧୁ ରଣା, ଗୈାତମ ସା, ମୁକ୍ତିକାନ୍ତ ନାୟକ, ସୁଶାନ୍ତ ନାୟକ, ଚନ୍ଦନ କୁମାର ପଲେଇ, ତୁଷାରକାନ୍ତ ରାଉତ, ବିଷ୍ଣୁ ପ୍ରସାଦ ରାଉତ, ପ୍ରଦୀପ କୁମାର ସେଠୀ, ଚନ୍ଦନ ସେଠୀ, ପ୍ରଭାତ ସେଠୀ, ଗତିକୃଷ୍ଣ ସେଠୀ, ରାଜୀବ ନାୟକ, ପ୍ରେମାନନ୍ଦ ନାୟକ,ପପୁ ସା, ପ୍ରେମାନନ୍ଦ ଭିତିରିଆ, ସଂଜିତ ସା କାର୍ଯ୍ୟକ୍ରମ ରେ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।
