ଆଜିର ଆଧୁନିକ ଯୁଗରେ ଅଫିସ ଯାଉଥିବା ଅଧିକାଂଶ ବ୍ୟକ୍ତି ନିଜର ପର୍ଶନାଲିଟି ଦ୍ୱାରା ପ୍ରଭାବିତ କରିବା ପାଇଁ ଅଲଗା ଅଲଗା ଷ୍ଟାଇଲ ର ଦାଢ଼ି ରଖିବାକୁ ପସନ୍ଦ କରୁଛନ୍ତି l କିଏ କ୍ଲିନ ସେବ କରୁଛି ତ, ଆଉ କିଏ ନିଜ ମୁହଁ କୁ ମାନିଲା ଭଳି ଦାଢ଼ି ରଖୁଛି l ନିଜ ଦାଢ଼ି କାଟିବା ଷ୍ଟାଇଲ କୁ ଲୋକେ ନିଜ ଜବ ଅନୁସାରେ ମଧ୍ୟ କାଟୁଛନ୍ତି l କିଛି ଲୋକଙ୍କର ଅଭ୍ୟାସ ରହିଥାଏ ସକାଳୁ ଉଠିବା ମାତ୍ରକେ ଦାଢ଼ି କାଟିବା l ଯେବେକି କିଛି ଲୋକ ମାସ ମାସ ଧରି ଦାଢ଼ି କାଟନ୍ତି ନାହିଁ l ପୁରୁଷ ମାନଙ୍କ ପାଇଁ ଦାଢ଼ି କାଟିବା ଗୋଟିଏ ସାଧାରଣ କଥା l କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି କଣ ନିୟମିତ ଦାଢ଼ି କାଟିବା ଲାଭ ଦାୟକ ନା କ୍ଷତିକାରକ l
– ଡାକ୍ତରଙ୍କ ମତ ଅନୁସାରେ ଦାଢ଼ି ନ କାଟିଲେ ମଧ୍ୟ କୌଣସି ପ୍ରକାରର କ୍ଷତି ହୋଇ ନଥାଏ l କିନ୍ତୁ ଯଦି ବଡ଼ ଦାଢ଼ି ରଖୁଛନ୍ତି ତେବେ ତାହାକୁ ପ୍ରତିଦିନ ଭଲ ଭାବରେ ଧୋଇବା ଆବଶ୍ୟକ l ଦିନସାରା କାର୍ଯ୍ୟ ବଟସ୍ତ ମଧ୍ୟରେ ମୁହଁ ଉପରେ ଧୂଳି, ଜର୍ମ୍ସ , ଅଏଲ, ଡେଡ଼ ସ୍କିନ ସେଲ ଜମାହୋଇ ଯାଇଥାଏ l ନଚେତ ବିବିଭିନ୍ନ ପ୍ରକାର ଇନଫେକ୍ସନ ହୋଇଥାଏ l
– ପ୍ରତିଦିନ ଦାଢ଼ି କାଟିବା ଦ୍ୱାରା ଚର୍ମ ଟାଣ ହୋଇଯାଏ ଏବଂ ବାରମ୍ବାର ସେଭିଙ୍ଗସ ଦ୍ୱାରା ତ୍ୱଚା ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ l ସେଥିପାଇଁ ପ୍ରତିଦିନ ଦାଢ଼ି କାଟି ସାରିବା ପରେ ମୁହଁ ରେ ମଇଶ୍ଚରାଇଜର ଲଗାଇବା ଜରୁରୀ l
– ଡାକ୍ତରଙ୍କ ମତରେ ସପ୍ତାହରେ ଠାରେ ଦାଢ଼ି କାଟିବା ଆବଶ୍ୟକ l ଏହାଦ୍ୱାରା ତ୍ୱଚା ର କୌଣସି କ୍ଷତି ହୋଇନଥାଏ l ଯେଉଁ ବ୍ୟକ୍ତିଙ୍କ ସ୍କିନ ଅଧିକ ସେନସିଟିଭ ଅଟେ ସେମାନେ ଦାଢ଼ି କାଟିବା ପରେ ଯନ୍ତ୍ରଣା ଅନୁଭବ କରି ଥାଆନ୍ତି l ଶେଭିଂ କ୍ରିମ ଓ ଜେଲ ଦ୍ୱାରା ତ୍ୱଚା ଉପରେ ଖରାପ ପ୍ରଭାବ ପଡିଥାଏ l