Odisha news

ପୁରୁଷ ମାନଙ୍କର ଶାରୀରିକ କ୍ଷମତା ବୃଦ୍ଧି କରିବା ସହିତ ଯୌନ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ଶତାବରୀ

0

ଭାରତୀୟ ଆୟୁର୍ବେଦରେ ଶତାବରୀ ର ଗୋଟିଏ ମହତ୍ଵପୁର୍ଣ ସ୍ଥାନ ରହି ଆସିଛି l ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ଶତାବରୀ କୁ ବିଶେଷ ଭାବରେ ପୁରୁଷ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ରାମବାଣ ବୋଲି କୁହାଯାଇଥାଏ l ଶତାବରୀ ର ବ୍ୟବହାର ଅନେକ ବର୍ଷରୁ ଗୋଟିଏ ଜଡିବୁଟି ଭାବରେ ଅନେକ ରୋଗ ପାଇଁ କରାଯାଉଛି l ଶତାବରୀ ର ଉପଯୋଗ ପୁରୁଷ ମାନଙ୍କର ଅନେକ ପ୍ରକାର ଶାରୀରିକ ସମସ୍ୟା ପାଇଁ କରାଯାଇଥାଏ l ଶତାବରୀ ବିଶେଷ ଭାବରେ ହିମାଳୟ କ୍ଷେତ୍ରରେ ଦେଖିବାକୁ ମିଳିଥାଏ l ଏହାର ସ୍ୱାଦ ପିତା ଓ ମିଠା ହୋଇଥାଏ l

* ଶତାବରୀ ରେ ରହିଥିବା ପୋଷାକ ତତ୍ୱ –
– ଶତାବରୀ ମଗ୍ନେଶୀୟମ ରେ ଭରପୁର ଅଟେ l
– ଏହାଛଡା ଏଥିରେ ପ୍ରୋଟିନ, ସୁଗାର, କ୍ୟାଲସିୟମ, ଆଇରନ ଓ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି l

* ଶତାବରୀ ସେବନ ଦ୍ୱାରା ଶାରୀରିକ କ୍ଷମତା ବୃଦ୍ଧି ପାଇଥାଏ l ଏହା ବିଶେଷ ଭାବରେ ପୁରୁଷ ମାନଙ୍କର ଯୌନ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇ ଥାଏ l ଯାହାଦ୍ୱାରା ପୁରୁଷ ମାନଙ୍କର ଶୂକ୍ରାଣୁ ଷ୍ଟ୍ରଙ୍ଗ ହୋଇଥାଏ l

* ଆଗକାଳରେ ଯେଉଁମାନେ ବନ୍ଧ୍ୟାକରଣ ର ସମୁଖୀନ ହେଉଥିଲେ ସେମାନେ ଶତାବରୀ ସେବନ କରୁଥିଲେ l ନିୟମିତ ରାତିରେ ଶୋଇବା ପୂର୍ବରୁ ଶତାବରୀ ସେବନ କରିବା ଦ୍ୱାରା ପ୍ରଜନନ କ୍ଷମତା ବୃଦ୍ଧି ହୋଇଥାଏ l

* ସ୍ଵପ୍ନଦୋଷ ଗୋଟିଏ ଯୌନ ସମସ୍ୟା ଅଟେ l ଏଥିରୁ ମୁକ୍ତି ପାଇବା ପାଇଁ ଶତାବରୀ ଚେରର ଚୁର୍ଣ କୁ ମିଶିରୀ ସହିତ ସେବନ କରିବା ଦ୍ୱାରା ସ୍ଵପ୍ନଦୋଷ ସମସ୍ୟା ଦୂର ହୋଇଥାଏ l

* ଶତାବରୀ ରେ ଆଣ୍ଟି କ୍ୟାନ୍ସର ଗୁଣ ରହିଛି l ଯାହାକି ଶରୀରରେ କ୍ୟାନ୍ସର କୋଷିକା କୁ ବିକଶିତ ହେବାରେ ଅଟକାଇଥାଏ l ତେଣୁ ନିୟମିତ ଶତାବରୀ ସେବନ କରନ୍ତୁ l

* ଶତାବରୀ ଫାଇବର ର ଗୋଟିଏ ଭଲ ସ୍ରୋତ ଅଟେ l ଏହା ପେଟରେ ହେଉଥିବା ବିଭିନ୍ନ ସମସ୍ୟା ସହିତ ଅନ୍ତ ସମସ୍ୟାକୁ ଠିକ କରିବାରେ ସାହାଯ୍ୟ କରିଥାଏ l

Leave A Reply