ଭାରତ ମାଟିରେ ଦୀର୍ଘ ୭ବର୍ଷ ପରେ ପ୍ରଥମ ଥର ପାଦ ରଖିଲା ପାକିସ୍ତାନ କ୍ରିକେଟ ଟିମ୍ l ଦୀର୍ଘଦିନ ରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ ସ୍ତରରେ ଉତେଜନା କାରଣରୁ ପାକିସ୍ତାନ ଭାରତ ଗସ୍ତ କରିବା ଉପରେ ବ୍ୟାନ ଲାଗିଥିଲା l ବୁଧବାର ସେପ୍ଟେମ୍ବର ୨୭ ତାରିଖଦିନ ପାକିସ୍ତାନ କ୍ରିକେଟ ଦଳ ବିଶ୍ୱ କପ ରେ ଭାଗ ନେବା ପାଇଁ ଭାରତର ହାଇଦ୍ରାବାଦ ରେ ଆସି ପହଂଚିଛି l ପାକିସ୍ତାନ କ୍ରିକେଟ ଦଳ ବାବର ଆଜମ ଙ୍କ କ୍ୟାପିଟେନସିପ ରେ କ୍ରିକେଟ ବିଶ୍ୱକପ ଖେଳିବେ l ୨୭ ସେପ୍ଟେମ୍ବର ରେ ପାକିସ୍ତାନ କ୍ରିକେଟ ଦଳ କରାଚୀ ରୁ ହାଇଦ୍ରାବାଦ ଅଭିମୁଖେ ବାହାରିଥିଲା l ପାକିସ୍ତାନ ଖେଳାଳିଙ୍କୁ ଯାତ୍ରା କରିବା ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଭିସା ମିଳିଥିଲା l ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ଚାଲିଥିବା ବେଳେ ପାକିସ୍ତାନ କ୍ରିକେଟ ଟିମ ଙ୍କ ଭାରତ ଗସ୍ତ ଚର୍ଚାର ବିଷୟ ପାଲଟିଛି l ପାକିସ୍ତାନ କ୍ରିକେଟ ବୋର୍ଡ ର ପ୍ରବନ୍ଧକ ସମିତି ର ମୁଖ୍ୟ ଜକା ଅସରାଫ ଟିମ ର ଯାତ୍ରା ପୂର୍ବରୁ ପତ୍ରକାର ଙ୍କୁ କହିଥିଲେ ଯେ ଭାରତୀୟ କ୍ରିକେଟ ବୋର୍ଡ, ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ କୁ ଆଶ୍ୱାସନା ଦେଇଛି ଯେ ସମସ୍ତ ଦଳ ଙ୍କୁ ସର୍ବଶ୍ରେଷ୍ଠ ସୁରକ୍ଷା ଓ ଅତିଥି ସତ୍କାର ଦିଆଯିବ l
ପାକିସ୍ତାନ ଦଳ କରାଚୀ ରୁ ଯାତ୍ରା କରିବା ପୂର୍ବରୁ ବାବର ଆଜମ ଭାରତରେ ଖେଳିବାକୁ ନେଇ ଉତ୍ସାହିତ ଥିବା କରିବା କଥା କହିଥିଲେ l ବିଶେଷ ଭାବରେ ପାକିସ୍ତାନ ଦଳ ଅହମଦାବାଦ ରେ ଚିର ପ୍ରତିଦ୍ବନ୍ଦୀ ଭାରତ ସହିତ ଖେଳିବାକୁ ନେଇ ଉତ୍ସାହିତ ଅଛି l ପାକିସ୍ତାନ ଟିମ ମଧ୍ୟ ହାଇଦ୍ରାବାଦ ରେ ନିଜର ସ୍ୱାଗତ ସମ୍ବର୍ଧନା କୁ ନେଇ ବେଶ ଖୁସି ଅଛି l ପାକିସ୍ତାନ ଗଣମାଧ୍ୟମ ର ସୂଚନା ଅନୁସାରେ ପାକିସ୍ତାନ ବାସୀ ଭାରତୀୟ ଙ୍କ ଏଭଳି ଅତିଥିସତ୍କାର କୁ ନେଇ ଖୁବ ସନ୍ତୋଷ ବ୍ୟକ୍ତ କରିଛନ୍ତି l
ପାକିସ୍ତାନ କ୍ରିକେଟ ଟିମ ଦୀର୍ଘ ୭ବର୍ଷ ପରେ ଭାରତରେ ପହଂଚିଛି , ଏହା ପୂର୍ବରୁ ୨୦୧୬ ରେ ଟି 20 ବିଶ୍ୱକପ ସମୟରେ ପାକିସ୍ତାନ ଟିମ ଭାରତ ଆସିଥିଲା l ପାକିସ୍ତାନ କ୍ରିକେଟ ଦଳର ଭିସା କାରଣରୁ ଭାରତ ଯାତ୍ରା କରିବାରେ ଡେରି ହୋଇଥିଲା l ପାକିସ୍ତାନ ଟିମ ନେଦରଲ୍ୟାଣ୍ଡ ବିରୁଦ୍ଧରେ ପ୍ରଥମ ବିଶ୍ୱକପ ମ୍ୟାଚ ଅକ୍ଟୋବର ୬ ତାରିଖରେ ଖେଳିବ