ହିନ୍ଦୁ ଧର୍ମରେ ପିତୃପୁରୁଷଙ୍କ ଆତ୍ମାର ତୃପ୍ତି ପାଇଁ ଅମାବସ୍ୟା ତିଥିରେ ଶ୍ରାଦ୍ଧ କରିବାର ମହତ୍ୱ ରହିଛି l କାଳସର୍ପ ଦୋଷ ରୁ ନିବୃତ ପାଇଁ ମଧ୍ୟ ଅମାବାସ୍ୟା ର ଦିନ ଖୁବ ଶୁଭ ଅଟେ l ଶନିବାର ଓ ଷୋମବାର ଦିନ ପଡୁଥିବା ଅମାବାସ୍ୟା ଖୁବ ମହତ୍ଵପୁର୍ଣ ଅଟେ l ଚଳିତ ଥର ଅକ୍ଟୋବର ମାସରେ ଶନିଶ୍ଚରୀ ଅମାବାସ୍ୟା ଅନୁଷ୍ଠିତ ହେବ l ଅକ୍ଟୋବର ୧୪ ତାରିଖ ଶନିବାର ଦିନ ମହାଳୟା ଅମାବାସ୍ୟା ଅଟେ ଓ ଏହିଦିନ ମଧ୍ୟ ଶନିଶ୍ଚରୀ ଅମାବାସ୍ୟା ପାଳନ କରାଯିବ l
* ଯେଉଁ ଲୋକଙ୍କ ଉପରେ ଶନିଦେବ ଙ୍କ ପ୍ରଭାବ ରହୁଛି ସେମାନେ ପିଣ୍ଡଦାନ, ଓସ୍ତ ବୃକ୍ଷ କୁ ପୂଜା, ଦାନ, ତର୍ପଣ ନିହାତି କରିବା ଜରୁରୀ l ଏହାଦ୍ୱାରା ଶନିଙ୍କ ପ୍ରକୋପ ରୁ ମୁକ୍ତି ମିଳିବ ଓ ଶନି ମହା ଦଶା ର ଅଶୁଭ ପ୍ରଭାବ ରୁ ମୁକ୍ତି ମିଳିବ l
* ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଅକ୍ଟୋବର ୧୩ ତାରିଖ ଶୁକ୍ରବାର ଦିନ ରାତି ୯ ଟା ୫୦ ମିନିଟ ରେ ଆରମ୍ଭ ହେବ ଅମାବାସ୍ୟା ଓ ଏହା ଅକ୍ଟୋବର ୧୪ ତାରିଖ ରାତି ୧୧ ଟା ୨୪ ମିନିଟ ରେ ସମାପ୍ତ ହେବ l
* ଶନିବାର ଅମାବାସ୍ୟା ପଡୁଥିବାରୁ ଏହିଦିନ ଟିର ଖୁବ ମହତ୍ୱ ରହିଛି l ଏହିଦିନ ସକାଳୁ ସ୍ନାନ ସାରି ସର୍ବ ପ୍ରଥମେ ସୂର୍ଯ୍ୟଦେବ ଙ୍କୁ ତମ୍ବା ଗଡୁ ରେ ଅକ୍ଷତ, ଫୁଲ , ସିନ୍ଦୁର ଓ ନାଲି ପୁଷ୍ପ ସହିତ ଅର୍ଘ୍ୟ ଦିଅନ୍ତୁ l ଏହାପରେ ଶନିଦେବ ଙ୍କ ନିକଟରେ ପୂଜା ଅର୍ପଣ କରନ୍ତୁ l
* ଏହିଦିନ ଓସ୍ତ ବୃକ୍ଷକୁ ପୂଜା କରିବାର ବିଶେଷ ବିଧାନ ରହିଛି l ଯଦି ଏହି ଅମାବାସ୍ୟାରେ ପିତୃପୁରୁଷ ଙ୍କୁ ଧ୍ୟାନ କରି ଓସ୍ତ ବୃକ୍ଷରେ କଳା ରାଶି, ଚିନି, ଚାଉଳ ଓ ଫୁଲ ଗୋଟିଏ ଲୋଟ ପାଣିରେ ରଖି ଓଂ ପିତୃଭ୍ୟ ନମଃ ମନ୍ତ୍ର ପାଠ ଅର୍ପଣ କରିବା ଦ୍ୱାରା ପିତୃପୁରୁଷ ଙ୍କ ଆଶୀର୍ବାଦ ଲାଭ ହୋଇଥାଏ l
* ଶନି ଅମାବାସ୍ୟା ଦିନ ଶନିଦେବ ନିକଟରେ ସୋରିଷ ତେଲ ଓ କଳା ରାଶି ଅର୍ପଣ କରନ୍ତୁ l ଏହାପରେ ୧୦୮ ଥର ଓଂ ଶଂ ଶନିଶ୍ଚରlୟ ନମଃ ମନ୍ତ୍ର ଜପ କରିବା ଦ୍ୱାରା ଶନିଦେବ ଙ୍କ ଅଶୁଭ ପ୍ରଭାବ ରୁ ମୁକ୍ତି ମିଳିବ l