Odisha news

ସକାଳର ଏହି ୭ ଟି ଭଲ ଅଭ୍ୟାସ ଆପଣଙ୍କୁ ରଖିବ ଜୀବନ ରେ ନିରୋଗୀ ଓ ମନରେ ଭରିବ ସକାରାତ୍ମକ ଉର୍ଜା

0

ଆମେ ଜାଣିଚୁ ଯେ ସକାଳୁ ଉଠିବା ଗୋଟିଏ ଭଲ ଅଭ୍ୟାସ ଅଟେ l ଦୀର୍ଘଦିନ ରୁ ଏହାକୁ ବିଜ୍ଞାନ ଓ ଆୟୁର୍ବେଦ ରେ ଗୋଟିଏ ଉତ୍ତମ ଅଭ୍ୟାସ ଭାବରେ ଗଣନା କରାଯାଇଛି l କିନ୍ତୁ ଯଦି ଆମେ ସକାଳୁ ଉଠୁଛୁ କିଛିଟା ଭଲ ଅଭ୍ୟାସ ଆମ ଦୈନନ୍ଦିନ ଜୀବନ ରେ ସାମିଲ କରିବା ଦ୍ୱାରା ସୁସ୍ଥ ଓ ସୁରକ୍ଷିତ ରହିପାରିବା l

– ସକାଳୁ ଉଠିବା ମାତ୍ରକେ ଆପଣଙ୍କ ନିକଟରେ ନିଜ ଦିନସାରା ରଖିଥିବା କାର୍ଯ୍ୟର ଯୋଜନା ପ୍ରସ୍ତୁତ କରନ୍ତୁ , ଯାହା ଦ୍ୱାରା ଆପଣ ନିଜ ଲକ୍ଷକୁ ହାସଲ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ l ଏହା ଗୋଟିଏ ସଫଳ ବ୍ୟକ୍ତିପାଇଁ ନିହାତି ଆବଶ୍ୟକ l

– ସକାଳୁ ନିହାତି ୩୦ ମିନିଟ ପାଇଁ ଯୋଗାସନ କିମ୍ବା ବ୍ୟାୟାମ କରିବା ଖୁବ ଜରୁରୀ ହୋଇଥାଏ l ଯାହାଦ୍ୱାରା ଆପଣଙ୍କ ଶରୀରକୁ ଶକ୍ତି ମିଳିବ ଓ ଆପଣଙ୍କ ମୁଡ଼ ମଧ୍ୟ ଠିକ ରହିବ l ଦିନସାରା ଆନନ୍ଦ ମନରେ ସମୟ ଅତିବାହିତ ହେବ l

– ସକାଳ ଜଳଖିଆ ସବୁଠୁ ମହତ୍ୱପୂର୍ଣ୍ଣ ଅଟେ l ଏହା ଆପଣଙ୍କ ଉର୍ଜା ଯୋଗାଇଥାଏ ଏବଂ ଶରୀରକୁ ରକ୍ତଚାପ, ମଧୁମେହ ଏବଂ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଠାରୁ ଦୁରେଇ ରଖିଥାଏ l କିନ୍ତୁ ଆଉ ଗୋଟିଏ କଥାକୁ ବିଶେଷ ଧ୍ୟାନ ଦେବା ଜରୁରୀ ତାହା ହେଉଛି ସକାଳୁ ଆପଣ ସ୍ୱାସ୍ଥ୍ୟକର ଭୋଜନ ନିହାତି କରିବା ଆବଶ୍ୟକ l

– ପ୍ରତିଦିନ ଆପଣ ସକାରାତ୍ମକ ବିଚାର ଓ ଚିନ୍ତାରେ ନିଜ ଦିନର ଆରମ୍ଭ କରିବେ l ଏପରି କରିବା ଦ୍ୱାରା ଆପଣଙ୍କ ଦିନଟି ଭଲରେ ଯିବ ଓ ଭଲ କାର୍ଯ୍ୟ କରିବାରେ ଦକ୍ଷତା ବଢିବ l କାହିଁକି ନା ମଣିଷର ସକାରାତ୍ମକ ଭାବନା ତାର ସଫଳତାର କାରଣ ଅଟେ l

– ପ୍ରତିଦିନ ସକାଳୁ ଉଠିବା ମାତ୍ରକେ ଗୋଟିଏ ଲିଟର ଉଷୁମ ପାଣି ନିହାତି ପିଇବା ଜରୁରୀ l ଏହା ଆପଣଙ୍କ ଶରୀର କୁ ହାଇଡ୍ରେଟ ରଖିଥାଏ l ଏବଂ ଆପଣଙ୍କ ପାଚନ କୁ ସୁସ୍ଥ ରଖିଥାଏ l

– ସକାଳୁ ଉଠିବା ମାତ୍ରକେ ନିଜ ଲକ୍ଷକୁ ଧ୍ୟାନ ଦିଅନ୍ତୁ l ଏହାଦ୍ୱାରା ଆପଣଙ୍କୁ ନିଜ ଲକ୍ଷରେ ପ୍ରେରିତ କରିବାରେ ସଫଳ କରିଥାଏ l

– ପ୍ରତ୍ୟେକ ମଣିଷ ନିଜକୁ ନିଜେ ଭଲ ପାଇବା ନିହାତି ଜରୁରୀ l ଏହାଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ବଢିବ ଓ ଜୀବନ ରେ ସକାରାତ୍ମକ ଭାବନା ଜାଗ୍ରତ ହେବ l

Leave A Reply