ନୂଆଦିଲ୍ଲୀ : କିଛିଦିନ ତଳେ ଗୋଟିଏ ଖବର ସାମ୍ନାକୁ ଆସିଥିଲା ଯେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ବୈଜୟନ୍ତ ପଣ୍ଡାକୁ ଗୋଟିଏ ଧମକ ପୁର୍ଣ ଫୋନ କଲ ମିଳିଥିଲା ଓ ଏହି କଲ ରେ ବୈଜୟନ୍ତ ପଣ୍ଡାଙ୍କୁ ନବ ଦାସ ଙ୍କ ଭଳି ହତ୍ୟାର ଧମକ ମିଳିଥିଲା l ଏହି ଫୋନ କଲ ଟିକୁ ବୈଜୟନ୍ତ ପଣ୍ଡାଙ୍କ ପିଏ ରିସିଭ କରିଥିଲେ l ଏହି ବାବଦରେ ଗୋଟିଏ କମ୍ପ୍ଲେନ ମଧ୍ୟ ଦିଲ୍ଲୀ ପୋଲିସ କାର୍ଯ୍ୟାଳୟ ରେ ରେଜିଷ୍ଟର ହୋଇଥିଲା l FIR କୁ ଆଧାରକରି ଦିଲ୍ଲୀ ପୋଲିସ ପକ୍ଷରୁ ଇନଭେସ୍ଟିଗେସନ ଆରମ୍ଭ ହୋଇଥିଲା l ଦିଲ୍ଲୀ ପୋଲିସ ଉକ୍ତ କଲ ଟିକୁ ଟ୍ରାକ କରିବାରୁ ଜଣାପଡିଥିଲା ଯେ ଏହି ନମ୍ବର ଟି ବେଙ୍ଗାଳୁରୁ ର, ଏବଂ ଦିଲ୍ଲୀ ପୋଲିସ ପକ୍ଷରୁ ଗୋଟିଏ ଟିମ୍ ଗଠନ କରାଯାଇ ବେଙ୍ଗାଲୁରୁ ପଠାଯାଇଥିଲା l ବେଙ୍ଗାଲୁରୁ ଠାରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଦିଲ୍ଲୀ ଅଣାଗଲା ଏବଂ ପଚରାଉଚରା କରାଯାଇଥିଲା l ପଚରାଉଚରା ସମୟରେ ଉକ୍ତ ବ୍ୟକ୍ତି ଜଣଙ୍କ ନିଜର ଭୁଲ ସ୍ୱୀକାର କରିଥିଲେ ଓ କହିଥିଲେ ଯେ ତାଙ୍କର ଏଭଳି ଫୋନ କଲ କରି ଧମକ ଦେବାର ସେଭଳି କୌଣସି ଭୟଙ୍କର ଉଦେଶ୍ୟ ନାହିଁ l ଏହାପରେ ସେ ଲିଖିତ ଭାବରେ ନିଜର ଭୁଲ କୁ ସ୍ୱୀକାର କରିବା ସହିତ ଏହିଭଳି ଭୁଲ ଆଉ କରିବ ନାହିଁ ବୋଲି କହିଥିଲା , ଏବଂ ଯଦି କରିବ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏହାପରେ ବୈଜୟନ୍ତ ପଣ୍ଡା ଙ୍କ ଅଫିସ ପକ୍ଷରୁ ଦିଲ୍ଲୀ ପୋଲିସ କୁ ଅନୁରୋଧ କରାଯାଇଥିଲା ଯେ ଉକ୍ତ ବ୍ୟକ୍ତିକୁ ଛାଡିଦିଆ ଯାଉ ଏବଂ ତାକୁ କୌଣସି ପ୍ରକାରର ନିର୍ଯ୍ୟାତନା ଦିଆନଯାଉ ବୋଲି କୁହାଯାଇଛି , ଏବଂ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିବାକୁ ମଧ୍ୟ ବୈଜୟନ୍ତ ଙ୍କ ଅଫିସ ପକ୍ଷରୁ ଅନୁରୋଧ କରାଯାଇଛି l