ସାରା ଅଲୀ ଖାନ୍ ଖୁବ୍ କମ୍ ସମୟରେ ଇଣ୍ଡଷ୍ଟ୍ରୀରେ ନିଜର ନୂଆ ପରିଚୟ ସୃଷ୍ଟି କରିଛନ୍ତି । ସେ ଏବେ ବଲିଉଡ୍ର ପ୍ରସିଦ୍ଧ ନର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ ସାଇନ୍ କରିଛନ୍ତି । ମୁଖ୍ୟ କଥା ହେଉଛି ଫିଲ୍ମରେ ସାରା ସାଉଥ୍ ମେଗାଷ୍ଟାର୍ ଧନୁଷ୍ଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଏହି ଫିଲ୍ମ ମାର୍ଚ୍ଚରେ ରିଲିଜ୍ ହେବାକୁ ଥିବାବେଳେ ଏଥିରେ ସାରା
ଭୋଜପୁରୀ କହୁଥିବା ଦେଖିବାକୁ ମିଳିବ । ‘ରାrଣା’ ପରେ ଧନୁଷ୍ ଓ ରାଏଙ୍କ ସୁପରହିଟ୍ ଯୋଡ଼ି ପୁନଶ୍ଚ ସାମ୍ନାକୁ ଆସିବ । ସାରା-ଧନୁଷ୍ଙ୍କୁ ଏକସଙ୍ଗରେ ବଡ଼ ପର୍ଦ୍ଦାରେ ଦେଖିବା ପାଇଁ ଫ୍ୟାନ୍ ବେଶ୍ ଉତ୍ସୁକ । ଏବେ ଆନନ୍ଦ ଏଲ୍ ରାଏ ଅପକମିଙ୍ଗ୍ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ରେ ବ୍ୟସ୍ତ ଅଛନ୍ତି । ଏଥିରେ ଆୟୁଷ୍ମାନ୍ ଖୁରାନା ଲିଡ୍ ରୋଲ୍ରେ ଥିବାବେଳେ ୨୧ ଫେବୃୟାରୀରେ ଫିଲ୍ମ ରିଲିଜ୍ ହେବ । ଅପରପକ୍ଷେ ୧୪ ଫେବୃୟାରୀରେ ରିଲିଜ୍ ହେବାକୁ ଥିବା ‘ଲଭ୍ ଆଜ୍ କଲ୍’ ପ୍ରମୋଶନ୍ରେ ବ୍ୟସ୍ତ ଅଛନ୍ତି ସାରା ।
Prev Post