ଲଣ୍ଡନରେ ଏପରି ଏକ ବିଷାକ୍ତ ଗଛ ଅଛି ଯାହାକୁ ସାଧାରଣ ଭାଷାରେ ‘ହୋଗ୍ବୀଜ୍’ ବା ‘କିଲର୍ ଟ୍ରି’ କୁହାଯାଏ । କିଲର୍ ଟ୍ରି ଦେଖିବାକୁ ଯେତେ ଆକର୍ଷକ, ସେତିକି ବିଷାକ୍ତ ମଧ୍ୟ । ଏହାର ବୈଜ୍ଞାନିକ ନାମ ହେରକିଲମ୍ ମେଣ୍ଟାଗୋଜିଏନମ୍ । ଏ ଗଛ ବ୍ରିଟେନ୍ର ଲାଙ୍କାଶାୟର୍ ନଦୀ କୂଳରେ ଦେଖିବାକୁ ମିଳେ । ଗଛର ଉଚ୍ଚତା ୧୪ ଫୁଟ ପର୍ଯ୍ୟନ୍ତ ହୋଇଥାଏ । ଗଛକୁ ଛୁଇଁବା ମାତ୍ରେ ହାତରେ ଫୋଟକା େ ହ । ଇ ଯ । ଏ । େ ବ ð ଜ୍ଞ । ନ ି କ ଙ୍କ ମତରେ ଏହି ଗଛ ସାପଠାରୁ ଅଧିକ ଭୟଙ୍କର, ହେବା ସହ ଛୁଇଁବାର ୪୮ ଘଣ୍ଟା ମଧ୍ୟରେ ପ୍ରଭାବ ପକାଇବା ଆରମ୍ଭ କରିଦିଏ । ଗଛକୁ ସ୍ପର୍ଶ କଲେ ଦୃଷ୍ଟିଶକ୍ତି ହରାଇବା ଆଶଙ୍କା ଥାଏ । ଏହାର ଚିକିତ୍ସା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଠିକ୍ ଔଷଧ ବାହାରି ନାହିଁ । ଗଛ ବିଷାକ୍ତ ହେବାର କାରଣ ଏହା ମଧ୍ୟରେ ଥିବା ସେନ୍ସଆଇଜିଙ୍ଗ୍ ଫୂରାନୋକୋମାରିନ୍ସ ନାମକ ରସାୟନ । ଅବଶ୍ୟ ଏହି ଗଛ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳଜାନ ମାତ୍ରା ସନ୍ତୁଳନ କରିବାରେ ବିଶେଷ ଭୂମିକା ନିଭାଇଥାଏ ।