ଆଜି ହେଉଛି ଅଗଷ୍ଟ ୧୭ ତାରିଖ , ସୂର୍ଯ୍ୟ କର୍କଟ ରାଶିରୁ ଯାଇ ସିଂହ ରାଶିରେ ପ୍ରବେଶ କରିବେ, ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କରିବା ହେଉଛି ସଂକ୍ରାନ୍ତି, ଧର୍ମ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସଂକ୍ରାନ୍ତି କୁ ଗୋଟିଏ ବଡ଼ ପର୍ବ ଭାବରେ ପାଳନ କରାଯାଇଥାଏ , ଏହିଦିନ ସୂର୍ଯ୍ୟ ଙ୍କ ସହିତ ମହାଦେବ ଙ୍କୁ ବିଧିବିଧାନ ଭାବରେ ପୂଜା କରାଯାଇଥାଏ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଙ୍କ ରାଶି ପରିବର୍ତ୍ତନ ର ପ୍ରଭାବ ୧୨ ଟି ରାଶି ଉପରେ ପଡିଥାଏ l
ସୂର୍ଯ୍ୟ ଦେବ ହେଉଛନ୍ତି ଜୀବନ୍ତ ଦେବତା, ଯିଏକି ନ୍ୟାୟ ଓ ଧର୍ମ ର ଦେବତା, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ମାନ -ସମ୍ମାନ ଏବଂ ଜ୍ଞାନ ର ଦେବତା ଅଟନ୍ତି, ଯେଉଁ ବ୍ୟକ୍ତି ନିୟମିତ ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତି , ସେମାନଙ୍କ ପାଇଁ ଘର-ପରିବାର ଓ ସମାଜ ରେ ସମ୍ମାନ ବୃଦ୍ଧି ହୋଇଥାଏ l
୯ ଟି ଗ୍ରହ ଙ୍କ ରାଜା ଅଟନ୍ତି ସୂର୍ଯ୍ୟ ଅଟନ୍ତି -:
ଜ୍ୟୋତିଷ ଶାସ୍ତ୍ର ରେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ , ଗୁରୁ, ଶୁକ୍ର, ଶନି ଏବଂ ରାହୁ -କେତୁ ଏହି ୯ ଗ୍ରହଙ୍କର ରାଜା ଅଟନ୍ତି ସୂର୍ଯ୍ୟ ଦେବ l ଏହାର ଅନ୍ୟ ଗୋଟିଏ କାରଣ ହେଉଛି ସମସ୍ତ ଗ୍ରହ ସୂର୍ଯ୍ୟଙ୍କର ପରିକ୍ରମା କରିଥାଆନ୍ତି l ସୂର୍ଯ୍ୟ ହେଉଛନ୍ତି ଊର୍ଜା ର ମୁଖ୍ୟ ସ୍ରୋତ ଏବଂ ସୂର୍ଯ୍ୟ ଙ୍କ କାରଣରୁ ସାରା ସୃଷ୍ଟି ପରିଚାଳିତ କରିଥାଏ l
– ସିଂହ ସଂକ୍ରାନ୍ତି ରେ ପୁଣ୍ୟ ନଦୀରେ ସ୍ନାନ କରିବାର ଜରୁରୀ ଏବଂ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ଜରୁରୀ l ଏବଂ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ସମୟ ରେ ଜଳରେ ଅକ୍ଷତ, ଚନ୍ଦନ, ସିନ୍ଦୁର, ଏବଂ ଗଙ୍ଗା ଜଳ ଅର୍ପଣ କରି ଅର୍ଘ୍ୟ ଦେବା ଜରୁରୀ l
– ସିଂହ ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ ଦେବ, ତେଣୁ ବର୍ତମାନ ଏହି ଗ୍ରହ ନିଜ ରାଶିରେ ରହିବେ, ଏହି କାରଣରୁ ସିଂହ ରାଶିର ଲୋକଙ୍କୁ ସୂର୍ଯ୍ୟ ଙ୍କ ନିକଟରୁ ଲାଭ ମିଳିପାରେ l
– ଶନି ଦେବଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଇଥାଏ, ଶନି ହେଉଛନ୍ତି ସୂର୍ଯ୍ୟ ଙ୍କ ପୁତ୍ର, କିନ୍ତୁ ସେ ସୂର୍ଯ୍ୟ ଙ୍କୁ ନିଜ ପିତାଙ୍କୁ ଶତ୍ରୁ ବୋଲି ଭାବିଥାଆନ୍ତି, ଯମରାଜ ଓ ଯମୁନା ଶନିଙ୍କର ସାବତ ଭାଇ ଭଉଣୀ ଅଟନ୍ତି, ଯମରାଜ ଏବଂ ଯମୁନା ସଜ୍ଞା ଙ୍କ ସନ୍ତାନ ଅଟନ୍ତି l ଏବଂ ଶନି ହେଉଛନ୍ତି ଛାୟା ଙ୍କ ପୁତ୍ର l
– ସଂକ୍ରାନ୍ତି ରେ ସୂର୍ଯ୍ୟ ପୂଜନ ସହିତ ମହାଦେବଙ୍କୁ ମଧ୍ୟ ପୂଜା କରିବା ଜରୁରୀ ଅଟେ ଏହାଦ୍ୱାରା ରିଷ୍ଟ ଖଣ୍ଡନ ହୋଇଥାଏ ଏବଂ ଅଶୁଭ ପ୍ରଭାବ ଜୀବନ ଉପରେ ପଡ଼ିନଥାଏ l
– ସିଂହ ସଂକ୍ରାନ୍ତି ରେ ମହାଦେବଙ୍କ ନିକଟରେ ଅକ୍ଷତ ଚନ୍ଦନ ବେଲପତ୍ର ସହିତ ଅର୍ପଣ କରନ୍ତୁ, ଏବଂ ଏହିଦିନ ରୋହିଣୀ ନକ୍ଷତ୍ର ପଡୁଥିବା ରୁ କୃଷ୍ଣ ଙ୍କ ନିକଟରେ ଲହୁଣୀ ଏବଂ ମିଶ୍ରି ପ୍ରସାଦ ଭାବରେ ଅର୍ପଣ କରନ୍ତୁ l
– ଆଜିର ଦିନରେ ହନୁମାନ ଙ୍କୁ ନୈବେଦ୍ୟ ଅର୍ପଣ କରି ଦୀପ ଅର୍ପଣ କରନ୍ତୁ, ଏହାଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ, ଏବଂ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ l
– ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେବା ସମୟରେ ଗୋଟିଏ ତମ୍ବା ଗଡୁରେ ନାଲି ଫୁଲ, ଅକ୍ଷତ ତୁଳସୀ ଏବଂ ଦୁବ ଅର୍ପଣ କରନ୍ତୁ, ଏବଂ ଓଂ ସୂର୍ଯ୍ୟାୟ ନମଃ ମନ୍ତ୍ର ପାଠ କରନ୍ତୁ l ଏବଂ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ l