ଧାର୍ମିକ ମାନ୍ୟତା ଅନୁସାରେ ପୂଜାପାଠ କରିବା ସମୟରେ ଶଙ୍ଖକୁ ଗୁରୁତ୍ୱ ଦିଆ ଯାଇଥାଏ l କାରଣ ପ୍ରତିଟି ଶୁଭ କାର୍ଯ୍ୟରେ ଆମ ହିନ୍ଦୁ ଧର୍ମରେ ଶଙ୍ଖ ର ଗୁରୁତ୍ୱ ରହିଛି l ସକାଳେ ଓ ସନ୍ଧ୍ୟାରେ ଘରେ ପୂଜା ସମୟରେ ଶଙ୍ଖ ବଜାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l ସାଧାରଣତଃ ଆମେ ପୂଜା ସମୟରେ ଫୁଲ, ଫଳ, ଅକ୍ଷତ, ଦୂବ, ଧୂପ ଓ ଦୀପ ଇତ୍ୟାଦି ଭଗବାନଙ୍କୁ ଅର୍ପଣ କରନ୍ତି l ପୂଜା ପରେ ଆଳତି କରିବା ସମୟରେ ଶଙ୍ଖ ର ପ୍ରୟୋଜନ ଖୁବ ରହିଥାଏ l କଣ ଆପଣ ଜାଣିଛନ୍ତି ପୂଜା କରିବା ସମୟରେ କାହିଁକି ଶଙ୍ଖ ବଜା ଯାଇଥାଏ l
ସମୁଦ୍ରରୁ ବାହାରି ଥିବା ୧୪ ଟି ରତ୍ନ ମଧ୍ୟରୁ ଶଙ୍ଖ ଗୋଟିଏ –
ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ୧୪ଟି ରତ୍ନ ମିଳିଥିଲା l ମାନ୍ୟତା ରହିଛି ଯେ ଧନର ଦେବୀ ଲକ୍ଷ୍ମୀଙ୍କ ସହିତ ଶଙ୍ଖ ର ଉତ୍ପତି ମଧ୍ୟ ହୋଇଥିଲା l ସେଥିପାଇଁ ଉଭୟ ଲକ୍ଷ୍ମୀ ଓ ବିଷ୍ଣୁ ଙ୍କର ଶଙ୍ଖ ପ୍ରିୟ ଅଟେ l ସେଥିପାଇଁ ପୂଜା ଘରେ ସବୁବେଳେ ଶଙ୍ଖ ପୂଜା କରାଯିବା ସହିତ ବଜା ମଧ୍ୟ ଯାଇଥାଏ l ବୈଜ୍ଞାନିକ ଦୃଷ୍ଟି କୋଣରୁ ଶଙ୍ଖର ଧ୍ୱନି ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ l ଏହା ସହିତ ଖରାପ ଶକ୍ତି ଗୁଡିକ ମଧ୍ୟ ଜୀବନରୁ ଦୁରେଇ ଯାଇଥାଏ l
*ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଘରେ ଶଙ୍ଖ ରଖୁଛନ୍ତି ତେବେ ପ୍ରତିଦିନ ଏଥିରେ ଗଙ୍ଗା ଜଳ ଅର୍ପଣ କରନ୍ତୁ l କାରଣ ଗଙ୍ଗାଜଳ ଶଙ୍ଖକୁ ଖୁବ ପସନ୍ଦ ଅଟେ l ଏହାଦ୍ୱାରା ଘରେ ଶୁଭ ସୂଚନା ମଧ୍ୟ ମିଳିଥାଏ l
* ଶାସ୍ତ୍ର ଅନୁସାରେ ଯଦି ଶଙ୍ଖ ଠାକୁର ଘରେ ରଖୁଛନ୍ତି ତେବେ ତାହାକୁ ଗୋଟିଏ ନାଲି କିମ୍ବା ହଳଦିଆ କପଡା ଉପରେ ରଖନ୍ତୁ l ଖାଲି ଚଟାଣ ଉପରେ ଶଙ୍ଖ ରଖାଯାଏ ନାହିଁ l ଏପରି ରଖିଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
* ମାନ୍ୟତା ରହିଛି ଯେ ଶଙ୍ଖ ସର୍ବଦା ପୂର୍ବ ଦିଗରେ ବିରାଜମାନ କରିବା ଆବଶ୍ୟକ l କାରଣ ପୂର୍ବ ଦିଗରେ ଶଙ୍ଖ ରଖିଲେ ସକାରାତ୍ମକ ଉର୍ଜା ଘରକୁ ଆସିଥାଏ l
* ଯଦି ଘରେ ଦକ୍ଷିଣା ବର୍ତ୍ତ ଶଙ୍ଖ ରଖିଛନ୍ତି ତେବେ ତାହାକୁ ଗୋଟିଏ ଷ୍ଟାଣ୍ଡ ଉପରେ ନାଲି କପଡା ରଖି ରଖନ୍ତୁ l ପ୍ରତିଦିନ ସେଥିରେ ଗଙ୍ଗାଜଳ ଓ ତୁଳସୀ ଦିଅନ୍ତୁ l ପରଦିନ ଏହି ତୁଳସୀକୁ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ ଏବଂ ଗଙ୍ଗାଜଳ କୁ ଚାରିଆଡେ ଘରେ ଛିଂଚି ଦିଅନ୍ତୁ l
* ଶଙ୍ଖକୁ ପୂଜା କରିବା ସମୟରେ “ଓଂ ଭଗବତେ ବାସୁଦେବାୟ ନମଃ ” ଉଚ୍ଚାରଣ କରି ପୂଜା କରିବା ଦ୍ୱାରା ଘରର ସମସ୍ତ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ଓ ଜୀବନ ସୁଖମୟ ହୋଇଥାଏ l
* ସବୁଦିନ ଶଙ୍ଖ ନିକଟରେ ଯେ କୌଣସି ମିଠା ଜିନିଷ ଅର୍ପଣ କରନ୍ତୁ l ଏପରି କରିବା ସମୟରେ ତୁଳସୀର ପ୍ରୟୋଗ କରନ୍ତୁ l କୁହାଯାଏ ଯେ ଶଙ୍ଖ କୁ ପ୍ରସାଦ ଅର୍ପଣ କଲେ ଘରେ ଅନ୍ନ ର ଅଭାବ ରହି ନଥାଏ l
* ଶଙ୍ଖ ନିକଟରେ ଏକାଦଶୀ ଓ ସଙ୍କରାନ୍ତି ଦିନ ଅଖଣ୍ଡ ଦୀପ ଜଳାଇବା ଦ୍ୱାରା ଜୀବନରେ ଓ ଘରେ ନକାରାତ୍ମକ ଶକ୍ତି ଦୁରେଇ ଥାଏ l ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ l