Odisha news

ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ କର୍କଟ ରୋଗ ସହ ଲଢେଇ କରି ଜିତିଲେ : ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ , ଟ୍ୱିଟରେ ସେ ତାଙ୍କ ପରିବାର, ବନ୍ଧୁ ଏବଂ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ

0

ମୁମ୍ବାଇ: ଜିତିଲେ ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ, ହାରିଲା କର୍କଟ | କିଛି ମାସ ତଳେ ସେ ଫୁସଫୁସ କର୍କଟ ରୋଗରେ ପୀଡିତ ଥିବା ନେଇ ଖବର ଆସିଥିବା ବେଳେ ଏବେ ସେ କର୍କଟ ରୋଗ ସହ ଲଢେଇ କରି ଜିତିଥିବା ଜଣା ପଡିଛି | ଏହି ଖବର ସଞ୍ଜୟ ଦତ୍ତ ନିଜ ଇନଷ୍ଟା ଓ ଟୁଇଟର ଆକାଉଣ୍ଟ ଜରିଆରେ ଦେଇଛନ୍ତି | ଏହି ଖବର ପାଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି | କର୍କଟ ସହ ତାଙ୍କ ଲଢେଇରେ ତାଙ୍କ ସହ ଛିଡା ହୋଇଥିବାରୁ ଟ୍ୱିଟରେ ସେ ତାଙ୍କ ପରିବାର, ବନ୍ଧୁ ଏବଂ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ ଲେଖିଛନ୍ତି, “ଗତ କିଛି ସପ୍ତାହ ମୋ ପାଇଁ ଏବଂ ମୋ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ଥିଲା। କିନ୍ତୁ କଥାରେ ଅଛି, ଭଗବାନ ବଡ଼ ଲଢେଇ ଲଢ଼ିବା ପାଇଁ ନିଜର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧାକୁ ପଠାଇଥାନ୍ତି ଏବଂ ଆଜି ମୋ ପୁଅର ଜନ୍ମଦିନରେ ଏହି ଯୁଦ୍ଧ ଜିତି ଫେରିଥିବାରୁ ମୁଁ ଖୁସି। କିନ୍ତୁ ଏହି ଲଢେଇ ମୁଁ ଆପଣମାନଙ୍କ ବିନା ଜିତି ପାରିନଥାନ୍ତି | ଆପଣମାନଙ୍କ ସମର୍ଥନ ଏବଂ ସହଯୋଗ ପାଇଁ ମୁଁ ଆଜି କର୍କଟ ଭଳି ରୋଗକୁ ହରାଇ ପାରିଛି | ଏ ନେଇ ମୁଁ ମୋ ପରିବାର, ବନ୍ଧୁ ଏବଂ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି।

ସୂଚନା ମୁତାବକ, ଅଗଷ୍ଟ ୧୨ରେ ସଞ୍ଜୟ ଦତ୍ତ ଫୁସଫୁସ କର୍କଟ ରୋଗରେ ପୀଡିତ ଥିବା ଜଣା ପଡ଼ିଥିଲା| ପରେ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ | ସଞ୍ଜୟ ଦତ୍ତଙ୍କୁ ନିଶ୍ବାସ-ପ୍ରଶ୍ବାସ ନେବାରେ ସମସ୍ୟା ଉପୁଜିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ମଧ୍ୟ ଆସିଥିଲା। ମାତ୍ର ଅଗଷ୍ଟ ୧୨ରେ ‌ତାଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଥିଲା |

Nalco
Leave A Reply