ସୂର୍ଯ୍ୟ ପୁତ୍ର ଶନିଦେବ ଙ୍କ ପାଇଁ ଶନିବାର ଦିନଟି ସମର୍ପିତ l ଶନିଦେବ ହେଉଛନ୍ତି ସବୁଠୁ ଶକ୍ତିଶାଳୀ ଗ୍ରହ l ତାଙ୍କର କୋପ ଦୃଷ୍ଟି ଯାହା ଉପରେ ପଡିବ ରାଜା ମଧ୍ୟ ରଙ୍କ ହୋଇଯିବ l ସେହିଭଳି ତାଙ୍କ ଶୁଭ ଦୃଷ୍ଟି ଦ୍ୱାରା ରଙ୍କ ମଧ୍ୟ ରାଜା ହୋଇଯିବ l ତେଣୁ ଶନିଦେବ ଙ୍କ ଶାନ୍ତ ରଖିବା ନିହାତି ଜରୁରୀ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ବସ୍ତୁ କୁ ତାର ଗୁଣ ଧର୍ମ ଓ ନବଗ୍ରହ ଙ୍କ ଅନୁସାରେ ବର୍ଗି କୃତ କରାଯାଇଛି l
ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ଅଛି ଯାହାକୁ ଶନିବାର ଦିନ କାହାକୁ ଦାନ କିମ୍ବା ଉପହାର ଦେବା ଉଚିତ ନୁହେଁ l
– ଶନିବାର ଦିନ ରୁପା ର ଆଭୂଷଣ କିଣି କାହାରିକୁ ମଧ୍ୟ ଦିଆଯିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ଆପଣ ଋଣଗ୍ରସ୍ତ ହୋଇଯିବେ l
– ଶନିବାରଦିନ ମୋତି ରେ ପ୍ରସ୍ତୁତ ଜିନିଷ ଉପହାର ଦେବା ଦ୍ୱାରା ଦୁର୍ଘଟଣା ସମସ୍ୟା ହୋଇପାରେ l
– ଶନିବାର ଦିନ ତମ୍ବା ର ବାସନ କିମ୍ବା ବସ୍ତୁ କାହାକୁ ଉପହାର କିମ୍ବା ଦାନ କରିବା ଦ୍ୱାରା ବ୍ୟବସାୟ ରେ ଅନିଷ୍ଠ ହୋଇଥାଏ l
– ଶନିବାର ଦିନ ଚାନ୍ଦି, ଲୁହ କିମ୍ବା ଷ୍ଟିଲ ପ୍ରସ୍ତୁତ ଜିନିଷ କାହାରିକୁ ଉପହାର ଦେବା ଉଚିତ ନୁହେଁ l ଏହାଦ୍ୱାରା ସମ୍ପର୍କ ରେ ଫାଟ ଆସିଥାଏ l
– ଶନିବାର ଦିନ କୌଣସି ବ୍ୟକ୍ତିକୁ ନାଲି ବସ୍ତ୍ର ଉପହାର ଦିଆଯିବା ଉଚିତ ନୁହେଁ ଏହା ସାମାଜିକ ପ୍ରତିଷ୍ଠାରେ ବାଧା ଆଣିଥାଏ l