ଶନିଦେବ ଙ୍କୁ ନ୍ୟାୟର ଦେବତା କୁହାଯାଏ । ଶନିଦେବ ଯଦି ସନ୍ତୁଷ୍ଟ ହୋଇ ଥାଆନ୍ତି ତେବେ କୃପା ପ୍ରଦାନ କରି ଥାଆନ୍ତି, କିନ୍ତୁ ଯଦି ଅସନ୍ତୁଷ୍ଟ ହୋଇ ଥାଆନ୍ତି ତେବେ କ୍ରୋଧ ଦ୍ଵାରା ଦଣ୍ଡ ମଧ୍ୟ ପ୍ରଦାନ କରନ୍ତି । ଶନିବାର ଦିନ ଟି ଶନିଦେବ ଙ୍କୁ ପ୍ରସନ୍ନ କରିବାର ଭଲ ଉପାୟ ଅଟେ । ଏହିଦିନ ଭକ୍ତ ମାନେ ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ କରନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଉପାୟ ରହିଛି ଯାହାଦ୍ଵାରା ଶନିଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି ।
* ଶନିବାର ଦିନ କଳା ପିମ୍ପୁଡ଼ି ଙ୍କୁ ଅଟା ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଶନିଦେବ ସନ୍ତୁଷ୍ଟ ହେବେ । ଜୀବନରେ ଆସୁ ଥିବା ସମସ୍ତ ଅସୁବିଧା ଠାରୁ ଦୂରେଇ ରଖିବେ ଓ ଶୁଭ ଫଳ ଦେବେ ।
* ଶନିବାର ଦିନ ସନ୍ଧ୍ୟା ସମୟରେ ପିପଳ ବୃକ୍ଷ ମୂଳ ରେ ସୋରିଷ ତେଲ ର ଦୀପ ଜଳାନ୍ତୁ । ଏହି ଦୀପ ରେ କିଛି କଳା ରାଶି ଓ ଗୋଟିଏ ଲୁହା କଣ୍ଟା ପକେଇ ଦିଅନ୍ତୁ । ଏହି ଦୀପ କୁ ଜଳାଇ ଘରକୁ ଫେରି ଆସନ୍ତୁ । ଦେଖିବେ ଆପଣଙ୍କର ସମସ୍ତ ରୀଷ୍ଟ୍ ଖଣ୍ଡନ ହେବ ।
* ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲରେ ଅଭିଷେକ କରିବା ଆବଶ୍ୟକ । ଏହାଦ୍ବାରା ଶନିଦେବ ଙ୍କ କୃପା ଲାଭ ହୋଇଥାଏ ଓ ଦୁଃଖ ଦୁର୍ଦ୍ଦଶା ରୁ ମୁକ୍ତି ମିଳିଥାଏ ।
* ଶନିବାର ଦିନ କାଳୀ ଗାଈ କୁ ରୁଟି ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ଓ ଦୁଃଖ ଦୁର୍ଦ୍ଦଶା ରୁ ମୁକ୍ତି ମିଳିଥାଏ । ଘରର ପ୍ରଥମ ରୁଟି ଗାଈ କୁ ଖାଇବାକୁ ଦେଲେ ଘରକୁ ଆସୁଥିବା ସମସ୍ତ ଅସୁବିଧା ଦୂର ହୋଇଥାଏ ।